ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୀନ ରାଶିରେ ଅଢେଇବର୍ଷ ରହିବେ ଶନି, ଏହି ସମୟରେ ଘଟିବ ମହାବିପଦ।

ପାଖେଇ ଆସୁଛି ନୂଆ ବର୍ଷ। ଆଉ ମାତ୍ର 23 ଦିନ। ଆରମ୍ଭ ହେବ ଜଳ ପ୍ରଳୟ। ଭାଙ୍ଗିବ ଦଳେଇଘାଇ। ବୁଡିଯିବ ଜଗତସିଂହପୁର ଜିଲ୍ଲା। ଗଦାହେବ ଲକ୍ଷେ ଲକ୍ଷେ ଶବ। ଯଦି ଆପଣ ଜ୍ୟୋତିଷଶାସ୍ତ୍ରକୁ ବିଶ୍ୱାସ କରୁଛନ୍ତି ତେବେ ଏହି କଥାକୁ ମଧ୍ୟ ବିଶ୍ୱାସ କରିବାକୁ ପଡିବ।

ଜ୍ୟୋତିଷ ଶାସ୍ତ୍ରୀଙ୍କ ଅନୁସାରେ ମିନ ରାଶିରେ ଶନି ଅଢେଇବର୍ଷ ରହିବେ। ଯେଉଁ ସମୟରେ ଚାରିଆଡେ ହା ହା କାର ପଡିଯିବ। ସମଗ୍ର ପୃଥିବୀ ସ୍ମଶାନ ପାଲଟିଯିବ। ଆଉ ସେହି ସମୟରେ ପୂଜା ପାଉଥିବା ବଟ ବୃକ୍ଷରୁ ମିଳିବ ଗୁପ୍ତ ଗ୍ରନ୍ଥ। ମହାପ୍ରଭୁ ଜଗନ୍ନାଥଙ୍କ କଳକୀ ଅବତାର ର ମନ୍ତ୍ର ମଧ୍ୟ ପ୍ରକାଶ ପାଇବ।

ମହାପୁରୁଷ ଅଚ୍ୟୁତାନନ୍ଦ ଦାସ୍ ଏହା ମଧ୍ୟ ଲେଖିଛନ୍ତି ଯେ 2026 ମସିହାରେ ହୀରାକୁଦ ବନ୍ଧ ଭାଙ୍ଗିବ ଏବଂ ଓଡ଼ିଶାରେ ଖଣ୍ଡ ପ୍ରଳୟ ଆସିବ। ଜଳ ସବୁକିଛି ନଷ୍ଟ କରିଦେବ। ଲୋକମାନେ ଖାଇବାକୁ ପାଇବେ ନାହିଁ। ଚାରିଆଡେ ଦୁର୍ଭିକ୍ଷ ଦେଖାଦେବ।

ଏହି ସମୟରେ ମଣିଷକୁ ମଣିଷ ଆଉ ଚିହ୍ନି ପାରିବେ ନାହିଁ। ପରସ୍ପର ହଣାକଟା ହେବେ। ମାଳିକା ଅନୁସାରେ କଳିଯୁଗ ଶେଷ ହେବାକୁ ବସିଲାଣି। ଯାହାର ଝଲକ ଧୀରେ ଧୀରେ ଦେଖା ଗଲାଣି। କେଉଁ କେଉଁ ସ୍ଥାନରେ ଭୂମିକମ୍ପ ତ କେଉଁ କେଉଁ ସ୍ଥାନରେ ଜଳ ପ୍ରପାତ ଏବଂ ଆଗ୍ନେୟ ଉଦଗିରଣ ଦେଖିବାକୁ ମିଳୁଛି।

ଦେଶ ଦେଶ ମଧ୍ୟ ଯୁଦ୍ଧ ହେବା ସହ ଆଗକୁ ତୃତୀୟ ବିଶ୍ଵଯୁଦ୍ଧ ମଧ୍ୟ ହେବାକୁ ଯାଉଛି। ଯେଉଁଥିରେ ଲକ୍ଷେ ଲକ୍ଷେ ପରିମାଣରେ ଲୋକ ମରିବା ସହ ଚାରିଆଡେ ହା ହା କାର ମାଡିଯିବ। ସେଥିପାଇଁ ଏହି ସବୁଥିରୁ ରକ୍ଷା ପାଇବା ପାଇଁ କେବଳ ଗୋଟିଏ ଉପାୟ ଅଛି ତାହା ହେଉଛି ଭଗବାନଙ୍କ ଶରଣ।

Leave a Reply

Your email address will not be published. Required fields are marked *