ପିଲାଙ୍କ ପାଖରୁ କଣ୍ଡୋମ ବାହାରିବାର ଖବର ଶୁଣିବା ପରେ ମିଡିଆରେ ଲୋକ ରଖିଲେ ନିଜର ପ୍ରତିକ୍ରିୟା, କହିଲେ ସବୁ ବାପା-ମାଆଙ୍କ ଭୁଲ।:-

ବେଙ୍ଗାଳୁରୁର କେତେକେ ସ୍କୁଲରୁ କଣ୍ଡୋମ, ମଦବୋତଲ, ସିଗାରେଟ ଆଦି ଆପତ୍ତିଜନକ ଜିନିଷ ମିଳିଥିବାର ଖବର ତ ଆପଣ ନିଶ୍ଚୟ ଶୁଣିଥିବେ। ଯାହା ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ତେବେ ଏପରି ଘଟଣା କେବଳ ବାହାର ରାଜ୍ୟରେ ଘଟିନାହିଁ।

ବରଂ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗତ କିଛି ଦିନ ଆଗରୁ ଆମ ଓଡିଶାର ବାଲେଶ୍ୱରରୁ ମଧ୍ୟ ଏପରି ଏକ ଖବର ଶୁଣିବାକୁ ମିଳିଥିଲା। ଏଠାର ଏକ ଅଙ୍ଗନବାଡି ଦିଦିଙ୍କ ବ୍ୟାଗରୁ ପିଲାମାନେ କଣ୍ଡୋମ ପ୍ୟାକେଟ ନେଇ ସେଥିରେ ପାଣି ପୁରାଇ ଖେଳୁଥିଲେ।

ଘଟଣାଟି ଭାଇରାଲ ହେବା ପରେ ଲୋକମାନେ ଏହାପରେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।ଜଣେ ବ୍ୟକ୍ତି ମିଡିଆ ମାଧ୍ୟମରେ କହିଛନ୍ତି ଯେ ଏପରି ଘଟଣା ଶୁଣିଲେ ବି ବହୁତ ଲଜ୍ଜ୍ୟା ଅନୁଭବ ହେଉଛି। ପିଲାମାନଙ୍କର ଏପରି କାର୍ଯ୍ୟ ପଛରେ ପ୍ରଥମେ ବାପା-ମାଆଙ୍କର ଭୁଲ ରହୁଛି। କାରଣ ସେମାନେ ନିଜ ପିଲାଙ୍କର ଧ୍ୟାନ ରଖୁନାହାନ୍ତି।

ବାପା-ମାଆ ଉଭୟ ଚାକିରୀ କରିବାକୁ ଗଲା ପରେ ପିଲାଟିକୁ ଜଗିବା ପାଇଁ ଆଉ କେହି ନାହାନ୍ତି , ଯାହାଫଳରେ ପିଲାମାନେ କଣ ଶିଖୁଛନ୍ତି କଣ ଜାଣୁଛନ୍ତି ସେ ବିଷୟରେ ବାପା-ମାଆଙ୍କୁ ଜ୍ଞାତ ରହୁନାହିଁ। ତେବେ ଏଥିରେ ଛୋଟପିଲାଙ୍କର କିଛି ବି ଭୁଲ ନାହିଁ। କାରଣ ପିଲାମାନେ ହେଉଛନ୍ତି ଅଜ୍ଞାନ। ପିଲାମାନଙ୍କୁ ତାଙ୍କ ବାପା-ମାଆ ଯେପରି ଶିକ୍ଷା ଦେବେ ପିଲାମାନେ ସେପରି ବଢ଼ିବେ।

ଆଜି ଯଦି ଏପରି ଘଟଣା ଶୁଣିବାକୁ ମିଳୁଛି ତେବେ ତାହା କେବଳ ପିଲାମାନଙ୍କର ଖରାପ ସଙ୍ଗତି କାରଣରୁ।ଏହାସହ ମନ୍ଦିର, ସପିଙ୍ଗ ମଲ ଆଦିରେ ଯେପରି ଲୋକମାନଙ୍କୁ ଚେକ କରାଯାଉଛି ସେହିପରି ପିଲାମାନେ ଯେଉଁ ସ୍କୁଲକୁ ପାଠ ପଢିବାକୁ ଯାଉଛନ୍ତି ସେଠାରେ ମଧ୍ୟ ପିଲାଙ୍କର ବ୍ୟାଗକୁ ସବୁବେଳେ ଚେକ କରିବା ଜରୁରୀ।

ଯଦି ଏପରି କିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ଏହିପରି ପିଲାମାନେ ଖରାପ ହୋଇ ଚାଲିବେ ଏବଂ ଦିନେ ସମୟ ଆସିବ ଯେତେବେଳେ ଆଉ ବାପା-ମାଆ ନିଜ ପିଲାଙ୍କୁ କିଛି କହିବାକୁ ବି ଅସମର୍ଥ ହୋଇଯାଉଥିବେ। ସେଥିପାଇଁ ଏହିସବୁ କଥା ପ୍ରତି ସବୁବେଳେ ଧ୍ୟାନ ରଖିବା ଉଚିତ।

Leave a Reply

Your email address will not be published. Required fields are marked *