ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗରୁ ମିଳିଲା କଣ୍ଡୋମ ପରି ଆପତ୍ତିଜନକ ଜିନିଷ, ଶିକ୍ଷକ ଏବଂ ଅଭିବାବକମାନେ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ।:-

ବେଙ୍ଗାଳୁରୁର ଏକ ସ୍କୁଲରୁ ଶୁଣିବାକୁ ମିଳୁଛି ଏକ ଆଶ୍ଚର୍ଯ୍ୟଜନକ ମାମଲା। ଛାତ୍ରଛାତ୍ରୀମାନଙ୍କ ବ୍ୟାଗ ଭିତରୁ ଯାଞ୍ଚ ସମୟରେ କଣ୍ଡୋମ, ଗର୍ଭନିରୋଧକ ବଟିକା, ଲାଇଟର, ସିଗାରେଟ୍, ଧଳା ରଙ୍ଗର ପାଣି ବୋତଲ ମିଳିଛି। ଏହି ବୋତଲରେ ମଦ ଥିବା କୁହାଯାଉଛି।

ଖବର ଅନୁସାରେ ଅଧିକାରୀମାନେ ପିଲାମାନେ ବ୍ୟାଗରେ ମୋବାଇଲ୍ ଫୋନ୍ ଆଣୁଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ବ୍ୟାଗ୍ ଯାଞ୍ଚ କରିବାକୁ ବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଯାଞ୍ଚ କରିବା ସମୟରେ କିଛି ଛାତ୍ର ଏହାକୁ ବିରୋଧ କରିଥିଲେ।

କିନ୍ତୁ ଶିକ୍ଷକମାନେ ଜୋର ଜବରଦସ୍ତ ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବ୍ୟାଗ ଯାଞ୍ଚ କରୁଥିବାବେଳେ କଣ୍ଡୋମ, ଗର୍ଭନିରୋଧକ ବଟିକା, ଲାଇଟର୍, ସିଗାରେଟ୍ ଜବତ କରିଥିଲେ। ଏହା ପରେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲରୁ ବାହାର କରିଦେବା ପରିବର୍ତ୍ତେ ବିଦ୍ୟାଳୟ ପରିଚାଳନା ସେମାନଙ୍କ ପିତାମାତାଙ୍କୁ ନୋଟିସ ଜାରି କରି ଛାତ୍ରଛାତ୍ରୀଙ୍କ ପାଇଁ ପରାମର୍ଶ ଦେବାକୁ କହିଥିଲେ।

ତେବେ ଖବରଟି ଅବିଶ୍ୱସନୀୟ ହୋଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣଭାବେ ସତ। ଏହାକୁ ଦେଖି ସ୍କୁଲର ଶିକ୍ଷକମାନେ ଏବଂ ଅଭିଭାବକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଛାତ୍ରଛାତ୍ରୀଙ୍କ ବ୍ୟାଗରେ ଏଭଳି ସାମଗ୍ରୀ ମିଳିବା ପରେ ସ୍କୁଲ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ଅନ୍ୟପଟେ ଛାତ୍ରଛାତ୍ରୀ ବ୍ଯାଗରୁ ଏଭଳି ଜିନିଷ ମିଳିବାପରେ ସେମାନଙ୍କ ପିତା ମାତାଙ୍କୁ ଡାକି ମିଟିଂ କରିଛନ୍ତି। ଏହାସହ ଆଉ କିଛି ପିତାମାତାଙ୍କୁ ପିଲାମାନଙ୍କୁ ଭଲରେ ବୁଝାଇବା ପାଇଁ କୁହାଯାଇଥିବାବେଳେ ସେମାନଙ୍କୁ 10 ଦିନର ଛୁଟି ଦିଆଯାଇଛି।

ତେବେ ଘଟଣାକୁ ନେଇ ଏବେ ବେଙ୍ଗାଳୁରୁର ଅଧିକାଂଶ ସ୍କୁଲରେ ପିଲାମାନଙ୍କ ବ୍ୟାଗକୁ ଯାଞ୍ଚ କରାଯାଉଛି। ଏହାସହ କିଛି ଲୋକ ଏହା ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ପିଲାମାନଙ୍କ ଏପରି କାର୍ଯ୍ୟରେ ବାପା-ମାଆଙ୍କର ପ୍ରଥମ ଭୁଲ ରହିଛି। ସେମାନେ ନିଜ ପିଲାମାନଙ୍କ ପ୍ରତି ଧ୍ୟାନ ଦେଉନଥିବାରୁ ଆଜି ଏପରି ଘଟଣା ଘଟିଛି।

Leave a Reply

Your email address will not be published. Required fields are marked *