ଡ଼ାଇଲଗ କହୁ କହୁ କାନ୍ଦି ପକାଇଲେ ଅଭିନେତା ହରି ଭାଇ।

ଆମେ ସମସ୍ତେ ପରଦା ପଛରେ କାମ କରୁଥିବା ଆମର ସେଇ ହିରୋ ହିରୋଇନ୍ ଙ୍କୁ ବହୁତ୍ ପସନ୍ଦ କରିଥାଉ ଆଉ ତାଙ୍କ ଫିଲ୍ମ , ଷ୍ଟାଇଲ ସବୁ କିଛି ଦେଖି କରି ଆମେ ଆମ ତରଫରୁ କିଛି କିଛି ଯୋଡ଼ି ବାଛି ଥାଉ ଯାହାକି ଆମ ସମସ୍ତଙ୍କର ବହୁତ୍ ପସନ୍ଦ ହେଇଥାଏ ।ଆଉ ଆମେ ମାନେ ମଧ୍ୟ ସେଇ ଯୋଡ଼ିକୁ ବହୁତ୍ ପରିମାଣରେ ଭଲପାଇବା ଦେଇଥାଉ । ତେବେ ବର୍ତ୍ତମାନ ବ୍ୟସ୍ତ ଭରା ଜୀବନରେ ମନ ଖୋଲି ହସିବା ପାଇଁ ମଧ୍ୟ ସମୟ ନାହି । ଘରେ ଘରେ ଅଶାନ୍ତି ଲାଗି ରହିଛି ।

ଦୁଃଖ ର ଭାର କମେଇବା ପାଇଁ ହସ ଗପ ପଢ଼ିଥାଉ, କମେଡି ଭିଡ଼ିଓ ଦେଖିଥାଉ ।ଏହି ଭିଡ଼ିଓରେ ଅଭିନୟ କରୁଥିବା କଳାକାର ମାନେ ଲୋକ ମାନଙ୍କୁ ହସାଇବା ପାଇଁ ଅନେକ ପ୍ରଚେଷ୍ଟା କରି ଥାନ୍ତି । ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ହାସ୍ୟ ଅଭିନେତା ରହିଛନ୍ତି ।ଘରେ ଘରେ ପରିଚିତ ଚେହେରା ହରିହର । ହାସ୍ୟ ଅଭିନେତା ର ଉପର ସ୍ଥାନ ଗ୍ରହଣ କରି ଲୋକ ଙ୍କୁ ମନୋରଞ୍ଜନ କରାଇବାରେ କେବେ ପଛାଇ ନାହାନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଅନେକ ସିନେମା ଦେଇଛନ୍ତି । ସବୁ ଚରିତ୍ର ରେ ସେ କାମ କରି ସାରିଛନ୍ତି ।

ବର୍ତ୍ତମାନ ହରି ହର ଏକ ନୂଆ ଦୁନିଆ ରେ ପାଦ ରଖିବାକୁ ଯାଉଛନ୍ତି।ଅଭିନୟ ପରେ ନିର୍ଦ୍ଦେଶକ ହେବାକୁ ଯାଉଛନ୍ତି । ତାଙ୍କ ନିର୍ଦ୍ଦେଶନା ରେ ଆସିବାକୁ ଯାଉଛି ଏକ ଚଳଚ୍ଚିତ୍ର । ନୂଆ କଳାକାର ଙ୍କୁ ନେଇ ସେ କାମ କରୁଛନ୍ତି । ଏଥି ପାଇଁ ସେ ବେଶ୍ ଖୁସି ଅଛନ୍ତି । ସେ କହିଛନ୍ତି ଯେ ଯେମିତି କିଛି ଦାନ କଲେ ଖୁସି ଲାଗେ ଠିକ୍ ସେମିତି ଖୁସି ଲାଗୁଚି । ନିଜେ ଅଭିନୟ କରିବା ସହିତ ଅନ୍ୟ ମାନଙ୍କୁ ଅଭିନୟ ସିଖେଇବା ରେ ବେଶ୍ ଆନନ୍ଦ ଦେଉଚି । ଏହା ପାଇଁ ବହୁତ୍ ପରିଶ୍ରମ ମଧ୍ୟ କରିବାକୁ ପଡୁଛି ।

ନୂଆ ନୂଆ କଳାକାର ଙ୍କ ସହିତ କାମ କରି ସେ ବେଶ୍ ଖୁସି ମଧ୍ୟ ଅଛନ୍ତି । ଅନେକ ନୂଆ ଜିନିଷ ଶିଖିବାକୁ ମିଳିଛି ।ଚଳଚ୍ଚିତ୍ର ଟି ର ନାମ ହେଉଛି ଧୋ ରେ ବାଇୟା ଧୋ । ରୁମକୁ ଝୁମାନା କୁ ଲୋକ ମାନେ ବହୁତ୍ ପ୍ରଶଂସା କରି ଥିବାରୁ ସେ ପ୍ରୋତ୍ସାହିତ ହୋଇ ଏହି ଫିଲ୍ମ କୁ କରିଛନ୍ତି । ଏହି ଚଳଚ୍ଚିତ୍ର ରୁ ଅନେକ ଜିନିଷ ଶିଖିବାକୁ ମିଳିବ ବୋଲି ହରି କହିଛନ୍ତି । ମୁଖ୍ୟ ଚରିତ୍ର ରେ ହରି ଅଭିନୟ କରିବେ । ମିଡିଆ ସାମ୍ନା ରେ ଏକ ଡାଇଲଗ୍ କହିବା ସମୟ ରେ ହରି ଇମୋଶନାଲ୍ ହୋଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *