ଅକ୍ଷୟ ଓ ଶ୍ରଦ୍ଧା ମିଶି ପଣସ ଖାଇଲେ ମୋ ମୁଣ୍ଡରେ ଅଠା ବୋଳିଦେଲେ,କହିଲେ ଅର୍ଚ୍ଚନା।

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣାରେ ଦିନକୁ ଦିନ ନୂଆ ମୋଡ଼ ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ଅର୍ଚ୍ଚନା ନାଗ ଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅର୍ଚ୍ଚନା ନାଗ ଏବଂ ସ୍ଵାମୀ ଜଗବନ୍ଧୁ ନାଗ ଙ୍କୁ ୨ ମାସରୁ ଅଧିକ ଜେଲରେ ରହିବାର ହୋଇ ଯାଇଥିବା ବେଳେ ସେମାନେ ମଝିରେ ଜାମିନ ଆବେଦନ ମଧ୍ୟ କରିଥିଲେ । ମାତ୍ର ତାଙ୍କ ସହ ଜଡ଼ିତ ଅନେକ ତଥ୍ୟ ସାମ୍ନାକୁ ଆସିବା ଦ୍ଵାରା ତାଙ୍କ ଜାମିନ ଆବେଦନ ମାନ୍ୟବର କୋର୍ଟଙ୍କ ତରଫରୁ ଖାରଜ ହୋଇ ଯାଇଥିଲା ।

ତେବେ ଦିନକୁ ଦିନ ଇଡି ତରଫରୁ ପୋଲିସକୁ ଜେରା କରାଯାଉଥିବା ବେଳେ ଅନେକ ସତ ସାମ୍ନାକୁ ଆସିଛି ।୪ ତାରିଖ ଦିନ ତାଙ୍କୁ କାହିଁକି ବାଲିଅନ୍ତା ଥାନା ନିଆ ଯାଇଥିଲା ତାହାର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉ ବୋଲି । ତାଙ୍କ ପଛରେ ଷଡ଼ଯନ୍ତ୍ର ହେଉଥିବାର ମଧ୍ୟ ଦର୍ଶାଇ ଥିଲେ ଅର୍ଚ୍ଚନା । ତେବେ ଘଟଣା ମଧ୍ୟରେ ଅର୍ଚ୍ଚନା ନାଗ ଏହା ମଧ୍ୟ କହିଥିଲେ ଯେ ତାଙ୍କୁ କିଛି କହିବାକୁ ସୁଯୋଗ ଦିଆଯାଉ ନାହିଁ ଏବଂ ସେ ଅକ୍ଷୟ ପରିଜାଙ୍କ ଠାରୁ କିଛି ନେଇ ନାହାନ୍ତି ।

ତେବେ ଅର୍ଚ୍ଚନା ନାଗଙ୍କ ଏହିପରି ମନ୍ତବ୍ୟରେ ବର୍ତ୍ତମାନ ସନ୍ଦେହ ଘେରରେ ରହିଛି ବାଲିଅନ୍ତା ପୋଲିସ ଷ୍ଟେସନ ।ତେବେ ତାଙ୍କୁ କୋର୍ଟ ଚାଲାଣ ବେଳେ କାହିଁକି ସେଠାକୁ ନିଆ ଯାଇଥିଲା ତାହା ପ୍ରଶ୍ନ ଉଠାଇଛନ୍ତି ଅର୍ଚ୍ଚନା ।ତେବେ ଗତକାଲି ଅର୍ଚ୍ଚନା ନାଗଙ୍କୁ କୋର୍ଟ ଚାଲାଣ ହୋଇଥିଲା ଏବଂ ଅର୍ଚ୍ଚନା ନାଗ ବାହାରକୁ ବାହାରି ଥିବା ବେଳେ କେବଳ ଗୋଟିଏ କଥା ମୁହଁରେ ରଖିଥିଲେ ଯେ ଅକ୍ଷୟ ଓ ଶ୍ରଦ୍ଧା ମିଶି ପଣସ ଖାଇଲେ ମୋ ମୁଣ୍ଡରେ ଅଠା ବୋଳିଦେଲେ।ଏହି ଘଟଣା ରେ ଅନେକ ବଡ଼ ବଡ଼ ଲୋକଙ୍କର ସାମିଲ୍ ଅଛି ଯାହା ଧୀରେ ଧୀରେ ସାମ୍ନାକୁ ଆସିବାକୁ ଲାଗୁଚି।

ସେହି ୪ ତାରିଖ ଦିନର ସିସିଟିଭି ଫୁଟେଜ ଯାଞ୍ଚ କରିବାପାଇଁ ଅର୍ଚ୍ଚନା ବାରମ୍ବାର କହିଥିବା ବେଳେ ଅର୍ଚ୍ଚନା ନାଗଙ୍କ ଏହି ମନ୍ତବ୍ୟ ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଇଛି । ଏହି ଘଟଣାର ଯାଞ୍ଚ ହେଲେ କୌଣସି ତଥ୍ୟ ଅର୍ଚ୍ଚନା ନାଗଙ୍କ ସପକ୍ଷରେ ମିଳିପାରିବ କି ? ତେବେ ଏହା ସମସ୍ତଙ୍କ ମନରେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଆଗାମୀ ଦିନରେ ଏହି ବାଲିଅନ୍ତା ଥାନା ପାଇଁ ଯାଞ୍ଚ ହେବ କି ନାହିଁ ତାହା ଖୁବ୍ ଶୀଘ୍ର ଜଣା ପଡ଼ିବ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *