ଜନସାଧାରଣ ରେ ଏବେ ଚର୍ଚ୍ଚା ଚାଲିଛି କୁଆଡ଼େ ହନିଟ୍ରାପ କ୍ୱିନ୍ ଅର୍ଚ୍ଚନା ଜେ-ଲ୍ ରେ ରହି ମଧ୍ୟ ଜମା ଝଡ଼ିନାହିଁ।

ଆପଣ ମାନେ ତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଏବଂ ତାର ସ୍ବାମୀ ଜଗବନ୍ଧୁ ଚାନ୍ଦ ଙ୍କ ସ-ମ୍ପର୍କ ରେ ଜାଣିଥିବେ ନିଶ୍ଚୟ।ଦୁହେଁ ଏବେ ଜେଲ୍ ରେ ରହିଛନ୍ତି।ଅର୍ଚ୍ଚନା ପ୍ରଥମେ ଜେ-ଲ୍ ରେ ଥିଲେ ।ପରେ ଇଡି ଏହି କେସ ହାତ କୁ ନେବା ପରେ ଜଗବନ୍ଧୁ ମଧ୍ୟ ଜେ-ଲ୍ ରେ ରହିଛି।ଏବେ ଯେଉଁ ଖବର ସାମ୍ନା କୁ ଆସିଛି ଏବଂ ଜନସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି,କଳଙ୍କିନି ଅର୍ଚ୍ଚନା କୁଆଡ଼େ ଜେ-ଲରେ ରହି ମଧ୍ୟ ଜମା ଝଡ଼ିନାହିଁ।ସେ ଆଗରୁ ଯେମିତି ସୁନ୍ଦରୀ ଥିଲା ସେମିତି ସୁନ୍ଦରୀ ଅଛି।

ତେବେ ଆପଣମାନେ ତ ଜାଣିଥିବେ କଳସାମ୍ରଜ୍ୟର ରାଣୀ ଅର୍ଚ୍ଚନା ତା’ର ମାୟା ଜାଲରେ ରାଜଧାନୀରେ ବଡ଼ ବଡ଼ିଆ ଙ୍କୁ ଫସାଇ ସେମାନଙ୍କଠୁ କୋଟି କୋଟି ଟଙ୍କା ଲୁ-ଟି ଏକ ରାଜଉଆସ ତୋଳି ରହୁଥିଲା ଏବଂ କୁଆଡ଼େ ଲେଜର ଟ୍ରିଟମେଣ୍ଟ କରି କାଳି ରୁ ଗୋରି ହୋଇଥିଲା।ଏହି ସବୁ କାମରେ ତା’ର ସ୍ବାମୀ ଜଗବନ୍ଧୁ ମଧ୍ୟ ସାମିଲ ଥିଲା। ତେବେ ଆଜି ଅର୍ଚ୍ଚନାକୁ ଜେ-ଲ୍ ରୁ ବାହାର କରି କଡ଼ା ସୁର-କ୍ଷା ବଳ ରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ଙ୍କ ଆଗରେ ହାଜର କରାଯାଇଥିଲା।ଅର୍ଚ୍ଚନା କୁ ଜେ-ଲ୍ ରୁ ବାହାର କରିବା ପରେ ତାକୁ ଦେଖିବା ପାଇଁ ନାହିଁ ନଥିବା ଭିଡ଼ ଲାଗିଥିଲା।

ତେବେ ଲୋକ ମାନଙ୍କ ମଧ୍ୟରେ କଥା ଉଠିଛି ଯେ,ଅର୍ଚ୍ଚନା ଆଗରୁ ଯେମିତି ସୁନ୍ଦରୀ ଥିଲା ଏବେ ମଧ୍ୟ ସେତିକି ସୁନ୍ଦରୀ ଅଛି ସେ ଟିକେ ହେଲେ ବି ଝଡ଼ି ନାହିଁ।ଏବେ ଶୁଣିବାକୁ ମିଳିଛି ଯେ କୁଆଡେ ଅର୍ଚ୍ଚନା କୋର୍ଟ ରେ ଜଜ୍ ଙ୍କ ସାମ୍ନା ରେ କାନ୍ଦି ପକାଇଛି।ଆଉ ଏପଟେ ଇଡି କୁ ଶ୍ରଦ୍ଧାଞ୍ଜଳି ମିଳୁନାହିଁ।ବାରମ୍ବାର ସମନ୍ କରିବା ପରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଇଡି ପାଖକୁ ଆସୁନାହିଁ।କାରଣ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର ରେ ଯେଉଁ ହୋଟେଲ୍ ରେ ରହୁଥିଲା ସେଠି ଆଉ ନାହିଁ।ପୂର୍ବଥର ଭଳି ଏଥର ମଧ୍ୟ ନିଜ ଠିକଣା ବଦଳାଇଛି ଶ୍ରଦ୍ଧାଞ୍ଜଳି।

ଗତକାଲି ଅର୍ଥାତ୍ ରବିବାର ଦିନ ଶ୍ରଦ୍ଧାଞ୍ଜଳିକୁ ଖୋଜିବା ପାଇଁ ଇଡି ବାଙ୍କୀର ଚର୍ଚ୍ଚିକା ସାହିରେ ଥିବା ଶ୍ରଦ୍ଧାଞ୍ଜଳିର ଘରେ ଚଢ଼ାଉ କରିଥିଲା,ହେଲେ ସେଠାରୁ ଖାଲି ହାତ ରେ ଫେରିଥିଲା ଇଡି।ଶ୍ରଦ୍ଧାଞ୍ଜଳି ନା ମିଳିଲେ ତା’ ବି-ରୋଧ ରେ ଗି-ରଫ ଫରୱାନା ଜାରି କରିବ ବୋଲି ଇଡି କହିଛି।ଏବଂ ଏପଟେ କୋର୍ଟରେ ହାଜର ହେବା ପରେ ଇଡି ଖୋର୍ଦ୍ଧା ଦୌରାଜଜ୍ ଙ୍କ ଆଗରେ ରେ ଅର୍ଚ୍ଚନାକୁ ରିମା-ଣ୍ଡରେ ନେବା ପାଇଁ ବିଧିବଦ୍ଧ ଭାବରେ ଆବେଦନ କରିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *