ଅର୍ଥ ବଳରେ ଖେଳ ଖେଳୁଛି ଦୀନେଶ । ଆଗକୁ ଦରକାର ପଡ଼ିଲେ ମୁଁ ସୁପ୍ରିମ କୋର୍ଟର ସାହାରା ନେବି ।

ସ୍ତ୍ରୀର ମାନ୍ୟତା ଓ ପୁଅକୁ ବାପାଙ୍କ ପରିଚୟ ଦେବା ପାଇଁ ଧାରଣା ଦେଉଥିବା ବ୍ରହ୍ମପୁରର କେ ଦୀପିକାଙ୍କ ମାମଲାର ଆଜି ରାଜ୍ୟ ମହିଳା ଆୟୋଗରେ ଅନ୍ତ ଘଟିଛି । ନିର୍ଦ୍ଧାରିତ ସମୟରେ ଦୀପିକା ଆୟୋଗ ନିକଟରେ ହାଜର ହୋଇଥିବା ବେଳେ ପ୍ରଥମ ଥର ପାଇଁ ଦିନେଶ ନିଜ ବାପା ଓ ମାଙ୍କ ସହ ଆୟୋଗଙ୍କ ନିକଟରେ ହାଜର ହୋଇଥିଲେ । ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ସମ୍ମୁଖରେ ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ଦେଢ଼ ଘଣ୍ଟାର ପ୍ରବଳ ଯୁକ୍ତିତର୍କ ସହ ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରି ନଥିଲା ।

ଦୀପିକାଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରିବାକୁ ଦିନେଶ ସିଧାସଳଖ ମନା କରିଦେଇଥିବା ବେଳେ ଶିଶୁପୁତ୍ର ପ୍ରତି ସେମାନଙ୍କର ସହାନୁଭୂତି ଥିବା ଦିନେଶଙ୍କ ପରିବାରବର୍ଗ କହିଥିଲେ । ଦୀପିକା ଓ ଦିନେଶଙ୍କ ମାମଲା କୋର୍ଟରେ ବିଚା-ରାଧୀନ ଥିବାରୁ ରାଜ୍ୟ ମହିଳା ଆୟୋଗ କମିଶନଙ୍କ କୌଣସି ଭୂମିକା ନଥିବା ସ୍ପଷ୍ଟ କରିଛନ୍ତି ଅଧ୍ୟକ୍ଷା । ଏହି ମାମଲାରେ କୋର୍ଟ ଯାହା ବିଚାର କରିବେ ତାହା ଚୂଡାନ୍ତ ବୋଲି ରାଜ୍ୟ ମହିଳା ଆୟୋଗ କହିଛନ୍ତି ।

ସେପଟେ ଆଜିର ଘଟଣା ପରେ ଦୀପିକାଙ୍କୁ ଘେରି ଯାଇଥିଲେ ମିଡ଼ିଆ ଭାଇମାନେ । ତେବେ ସେମାନଙ୍କ ପ୍ରଶ୍ନ ବାଣରେ ଗୋଟି ଗୋଟି କରି ଉତ୍ତର ଦେଇଥିଲେ ଦୀପିକା । ମିଡ଼ିଆ ସାମ୍ନାରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପିଡିତା ଦୀପିକା । ଦିନେଶ ନିଜ ଅର୍ଥବଳ ବ୍ୟବହାର କରୁଥିବାରୁ ତାଙ୍କୁ ନ୍ୟାୟ ମିଳିବାରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ଦୀପିକା । ଆଜି ମହିଳା କମିଶନରୁ ନ୍ୟାୟ ପାଇବାରୁ ନିରାଶ ହେବା ପରେ ସେ ଭାଙ୍ଗି ପଡିବେନି ବରଂ ଧାରଣା ଜାରି ରହିବ ଓ ନିଜ ହକ ପାଇଁ ଆବଶ୍ୟକ ପଡିଲେ ଆଗକୁ ମଧ୍ୟ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ବୋଲି ଦୀପିକା ମିଡ଼ିଆ ଆଗରେ କହିଛନ୍ତି ।

ତାଙ୍କୁ ବିଳମ୍ବରେ ହେଲେ ମଧ୍ୟ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଥିବାର ଆହୁରି କହିଛନ୍ତି ଦୀପିକା । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥାକି ଆଜିର ଗୁରୁତ୍ୱପୂର୍ଣ୍ଣ ଦିନରେ ଦୀପିକାଙ୍କୁ ନ୍ୟାୟ ଦେବାପାଇଁ ପ୍ରଥମେ ଆଗକୁ ଆସିଥିବା ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କର ଦେଖା ନଥିଲା । ଯାହା ଆଉ ଏକ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।

Leave a Reply

Your email address will not be published. Required fields are marked *