ଅଟୋ ରେ ପାଇବେ ପାର୍କ ର ମଜା…ପାସେଞ୍ଜର ପାଖରେ ଯଦି ଦଶ ଟଙ୍କା ଯାଗାରେ 5ଟଙ୍କା ବି ଥାଏ ମୁଁ ଚଳେଇ ଦିଏ..ତାଙ୍କ ଖୁସିରେ ମୁଁ ଖୁସି

ବନ୍ଧୁଗଣ ଦୁନିଆରେ ବହୁତ୍ ପ୍ରକାର ମଣିଷ ଅଛନ୍ତି। ସମସ୍ତଙ୍କ ପାଖରେ ଭାବିବା ଶକ୍ତି ଥାଏ।କିଏ ତାକୁ ଭଲ କାମ ରେ ଲଗାଇଥାଏ ତୋ କିଏ ତାକୁ ଖରାପ କାମ ରେ।ସବୁ ବ୍ୟକ୍ତି ଚାହାନ୍ତି ସେମାନେ କିଛି ଅଲଗା କରି ଦେଖାଇବେ।ସେଥିପାଇଁ ସେମାନେ ଅଲଗା ଅଲଗା କାମ କରିଥାନ୍ତି।ଯାହା ତାଙ୍କୁ ସମସ୍ତଙ୍କ ଠାରୁ ଅଲଗା ବନାଇଦିଏ।ଏପରି କିଛି ଅଲଗା ଆଉ ସୁନ୍ଦର କାମ କରି ଦେଖିଛନ୍ତି ରାଜଧାନୀ ଭୁବନେଶ୍ବର ର ଜଣେ ଅଟୋ ଚାଳକ।ସେ ତାଙ୍କ ଅଟୋକୁ ଏକ ମିନି ପାର୍କରେ ପରିଣତ କରିଦେଇଛନ୍ତି।

ସେଠାରେ ସେ ଗଛ ଲଗାଇଛନ୍ତି,ଛୋଟ ଛୋଟ ପକ୍ଷୀ ଆଉ ଗୋଟେ ଛୋଟ ଆକ୍ୱାରିଅମ୍ ମଧ୍ୟ ରଖିଛନ୍ତି। ସେ ତାଙ୍କ ଅଟୋର ଆଗରେ ଦୁଇଟି ବୋର୍ଡ଼ ଲଗାଇଛନ୍ତି ଯାଉଥିରେ ଗୋଟେ ବୋର୍ଡ଼ରେ ଲେଖାଯାଇଛି ଗଛ ଲଗାଅ ଓ ଅନ୍ୟଟିରେ ଲେଖାଯାଇଛି ପାଣି ବଞ୍ଚାଅ।ଏହି କାମ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଅଟୋ ଚାଳକ ସୁଜିତ୍ ଡିଗ।ଆସନ୍ତୁ ଜାଣିବା ସେ କିପରି ସବୁ କୁ ନେଇ ଚଳୁଛନ୍ତି।

ସୁଜିତ୍ କହିଛନ୍ତି ସେ ସବୁବେଳେ ସକାଳେ ଉଥି ପ୍ରଥମେ ଭଗବାନଙ୍କୁ ମୁଣ୍ଡିଆ ମାରନ୍ତି ତାପରେ ଯେଉଁ କାମ କରନ୍ତି।ସେ କହିଛନ୍ତି ଯାହା ବି ସେ କାମ କରିଛନ୍ତି ତାହା ଭଗବାନଙ୍କ ଦୟା ରୁ ପୂରଣ ହୋଇଛି।ଗାଡ଼ି ଦୁର୍ଘଟଣା କଥାରେ ସେ କହିଛନ୍ତି ସେ ଅନେକ ଗାଡ଼ି ବଡ଼ ଗାଡ଼ି ହେଉ ଛୋଟି ଗାଡ଼ି ହେଉ ଯାହା ବି ସେ ସବୁ ଚଳାଇଛନ୍ତି କିନ୍ତୁ କେବେ ଦୁର୍ଘଟଣାର ସାମ୍ନା କରିନାହାନ୍ତି।କାରଣ ସେ ତାଙ୍କ ଗାଡ଼ି ବହୁତ୍ ଧୀରେ ଧୀରେ ଚଳାଇଥାନ୍ତି।ତାଙ୍କର ସ୍ପିଡ୍ ୩୦ ରୁ ୪୦ ଭିତରେ ଥାଏ କାରଣ ଏତିକି ରେ ରହିଲେ ନିଜ ଗାଡ଼ିକୁ ଯେତେବେଳେ ହେଲେ ବି ସମ୍ଭାଳି ହେବ ତାହେଲେ ଦୁର୍ଘଟଣା ର ସମ୍ଭାବନା ଟଳିଯିବ।

ତାଙ୍କୁ କେହି ଯାତ୍ରୀ ଯଦି ଯୋରେ ଚଳାଇବା ପାଇଁ କହିଥାନ୍ତି ତୋ ସେ ମନା କରିଦିଅନ୍ତି।ସେ ଏତେ ସୁନ୍ଦର ଗାଡ଼ି ଟିଏ ରଖିଛନ୍ତି ଯେଉଁଥିରେ ଗଛ ଅଛି ,ଚଢ଼େଇ ଅଛନ୍ତି,ଲାଇଟ୍ ମଧ୍ୟ ଲାଗିଛି କେବେ କେହି ଅଟକାଇ ଫୋଟ କିମ୍ବା ଭିଡିଓ ନେବା କଥା ରେ ସେ କହିଛନ୍ତି ବହୁତ୍ ଜଣ ଏପରି କରିଛନ୍ତି।ତାଙ୍କ ସହକର୍ମୀ ମାନେ ଅଲଗା ଅଟୋ ଚାଳକ ମାନେ ମଧ୍ୟ ଏପରି କରିଥାନ୍ତି ବୋଲି ସେ କହିଛନ୍ତି।ସେମାନେ ତାଙ୍କୁ ଯାତ୍ରୀ ଦେଇ ତାଙ୍କ ଅଟୋ ଦେଖିବା ପାଇଁ ଆସନ୍ତି ବୋଲି କହିଛନ୍ତି।ସେ କହିଛନ୍ତି ତାଙ୍କ ସହ ଅଟୋ ଚାଳକ ମାନେ ତାଙ୍କୁ ବହୁତ୍ ସମର୍ଥନ ମଧ୍ୟ କରିଛନ୍ତି ବୋଲି ସେ କହିଛନ୍ତି।

ସେ କହିଛନ୍ତି ତାଙ୍କର ଦୁଇ ଜଣ ଝିଅ ଅଛନ୍ତି ଘରେ ସ୍ତ୍ରୀ ଓ ମା ମଧ୍ୟ ଅଛନ୍ତି।ସମସ୍ତଙ୍କ କଥା ସେ ବୁଝନ୍ତି।ଆଜି ଯାଏଁ କିନ୍ତୁ କେବେ ବି ଅସୁବିଧା ହୋଇନାହିଁ।ତାଙ୍କୁ ଭଗବାନ ସବୁବେଳେ ସାହାଯ୍ୟ କରିଥାନ୍ତି ବୋଲି କହିଛନ୍ତି।ତାଙ୍କ ଅନୁସାରେ ପଇସା ଆଜି ଅଛି କିଛି ସମୟ ମଧ୍ୟରେ ସରି ଯିବ ।ତେଣୁ ପଇସା ପ୍ରତି ଲୋଭ ରଖିଲେ କେବେ କାହାର ମଙ୍ଗଳ ହେବ ନାହିଁ ବୋଲି କହିଛନ୍ତି।ତାଙ୍କ ସହ ଯେଉଁ ଯାତ୍ରୀ ମାନେ ଯାଇଛନ୍ତି ସେମାନେ କେବେ ବି କୌଣସି ଅଭିଯୋଗ କରିନାହାନ୍ତି ବୋଲି କହିଛନ୍ତି।ସେ ଗୋଟିଏ ଦିନରେ ଯାହା ବି ରୋଜଗାର କରନ୍ତି ତାହା ତାଙ୍କ ଘର ଓ ଚଢ଼େଇ ମାନଙ୍କ ଦାନା ପାଇଁ ଖର୍ଚ୍ଚ କରନ୍ତି ବୋଲି କହିଛନ୍ତି।ସେ କହିଛନ୍ତି ଏହି ସବୁ କାମ କରି,ଲୋକଙ୍କୁ ସଚେତନ କରି ସେ ବହୁତ୍ ସୁଖ ରେ ଜୀବନ ଅତିବାହିତ କରୁଛନ୍ତି।

Leave a Reply

Your email address will not be published. Required fields are marked *