“୩୦ ମିନିଟ୍ ସମୟ ଦେଲେ ମୋତେ ଯେମିତି ଆପଣ ମାନେ ବଦନାମ୍ କରିଛନ୍ତି,ସବୁ କୁ ଭୁଲ୍ ପ୍ରମାଣିତ କରିବି।

ବର୍ତ୍ତମାନ୍ ସମୟରେ ଜୋର୍ ସୋର ଚର୍ଚ୍ଚା ଚାଲିଥିବା ବିଷୟ ହେଉଛି ଆମ ସମାଜର ଭଦ୍ରା ମୁଖା ତଳେ ଲୁଚି ରହିଥିବା ବଡ଼ ବଡ଼ ଲୋକଙ୍କ କଳା କାରନାମା ଏବେ ଧୀରେ ଧୀରେ ଗୋଟେ ପରେ ଗୋଟେ ଲୋକଙ୍କ ସାମ୍ନାକୁ ଆସିଛି ଏବଂ କେଉଁ ମାନେ ଏଥିରେ ସାମିଲ୍ ହୋଇଛନ୍ତି ସେ ସବୁ ମଧ୍ୟ ଧୀରେ ଧୀରେ ଲୋକଲୋଚନକୁ ଆସୁଛି।

କିଛି ଦିନ ତଳେ ଅର୍ଚ୍ଚନା ନାଗ ଙ୍କ ବିଷୟରେ ଆଲୋଚନା ହେଉଥିଲା ଯେ ସିଏ ସମସ୍ତଙ୍କୁ ନିଜ ସୌନ୍ଦର୍ଯ୍ୟ ଜାଲରେ ଫସାଇ ରାଜନେତା ,କଳାକାର ଏବଂ ଶିଳ୍ପପତିଙ୍କୁ ଫସି ତାଙ୍କୁ ବ୍ଲାକ ମେଲ କରି ତାଙ୍କ ଠାରୁ ଅନେକ ପ୍ରକାରର ଉପହାର ନେଇଥିଲେ।ହେଲେ ଜଣେ ଯୁବତୀ ର ଅଭିଯୋଗ କ୍ରମେ ଅର୍ଚ୍ଚନା କୁ ପୋଲିସ୍ ନେଇ ଜେଲ୍ ରେ ରଖିଥିଲା।ପରେ ପରେ ଅର୍ଚ୍ଚନା ର କଳାସାମ୍ରାଜ୍ୟ ଗୁମର ଧିରେ ଧିରେ ଖୋଲିଥିଲା।

ପରେ ଇଡି ଏହି କେସ୍ ହାତ କୁ ନେବା ପରେ ଏବେ ଜଗବନ୍ଧୁ ମଧ୍ୟ ଜେଲ୍ ରେ ରହିଛି।ଏବେ ଯେଉଁ ଖବର ଆମ୍ଭେ ଆପଣ ମାନଙ୍କୁ ଦେବା ପାଇଁ ଚାହୁଁଛୁ ତାହା ହେଉଛି ଅର୍ଚ୍ଚନା କୁ ଇଡି ରିମାଣ୍ଡ ରେ ନେବା ସମୟ ସେ ଗଣମାଧ୍ୟମକୁ କହିଥିବା କଥା ବିଷୟରେ।ତେବେ ପାଠକ ବନ୍ଧୁ ଅର୍ଚ୍ଚନା କୁ ଏବେ ଇଡି ରିମାଣ୍ଡ ରେ ନେଇଛି।

ଇଡି ଏବେ ତାକୁ ପଚରା ଉଚରା କରିବ।ତେବେ ଅର୍ଚ୍ଚନା ଗଣମାଧ୍ୟମ ରେ ନିଜ ପ୍ରତିକ୍ରିୟା ଦେଇ କହିଥିଲା ଯେ ତା’କୁ ସମସ୍ତେ ମିଶି ବଦନାମ୍ କରିଛନ୍ତି।ସେ ଠିକ୍ ସମୟ କୁ ଅପେକ୍ଷା କରି ରହିଥିଲା ଏବେ ସେହି ସମୟ ଆସିଛି ସେ ସବୁ କଥା କୁ ପ୍ରମାଣ ସହିତ ଦେଖାଇବ।

ତାକୁ ୩୦ ମିନିଟ୍ ର ସମୟ ଦେଲେ ସେ ସବୁ କଥା କହିବ।ଆଉ କେଉଁ ନେତା,ମନ୍ତ୍ରୀ କି ଆଉ କେଉଁ ମାନେ ରହିଛନ୍ତି ସବୁ ପ୍ରମାଣ ମଧ୍ୟ ଦେଖାଇବ।ସେ ଆହୁରି କହିଛି କି ତାର ଗୋଟେ ୫ ବର୍ଷର ଛୁଆ ରହିଛି।ସେହି ଛୁଆର ଲୁହ ପଡ଼ିବ ସମସ୍ତଙ୍କ ଉପରେ ଯେଉଁ ମାନେ ତା’ ସହ ଏମିତି କରିଛନ୍ତି।ଆଉ ସେ ଯେତେବେଳେ ନିଜ ଉପରେ ଲାଗିଥିବା କଳଙ୍କ ଙ୍କୁ ଭୁଲ୍ ପ୍ରମାଣିତ କରିବ ସେତେବେଳେ ଏହି ଗଣମାଧ୍ୟମ ହିଁ ତା’କୁ ସାହାଯ୍ୟ କରିବ ଏବଂ ସାହାଯ୍ୟ କରିବାକୁ ବାଧ୍ୟ।ଏହି ଗଣମାଧ୍ୟମ ଅର୍ଚ୍ଚନା ର ଯେଉଁ ପ୍ରତିଛବି ଓଡ଼ିଶା ବାସୀ ଙ୍କ ମନ ରେ ଗଢ଼ିଛି ତାକୁ ଭୁଲ୍ ପ୍ରମାଣିତ କରିବ ବୋଲି ଅର୍ଚ୍ଚନା କହିଛି।

ଓଡ଼ିଶା ବାସୀଙ୍କ ମନ ରେ ଥିବା ଭ୍ରାନ୍ତଧାରଣା କୁ ସେ ୩୦ ମିନିଟ୍ ଭିତରେ ଭୁଲ୍ ପ୍ରମାଣିତ କରିବ।ଆଉ ସେ ଗଣମାଧ୍ୟମ କୁ କହିଛି ଯେ ଇଡି କୁ ତା’ର ତଦନ୍ତ କରିବାକୁ ଦିଅନ୍ତୁ।ଆଉ ଯେତେ ସବୁ ତଦନ୍ତକାରୀ ଟିମ୍ ଆସିଲେ ମଧ୍ୟ ସେ ସବୁଥିର ସାମ୍ନା କରିବାକୁ ପ୍ରସ୍ତୁତ ଅଛି।ସେ ଆହୁରି କହିଲା ଯେ ସେ ଅପେକ୍ଷା କରିଥିଲା ଯେ ତାକୁ କେବେ କହିବା ପାଇଁ ସୁଯୋଗ ମିଳିବ ଆଉ ସେ ସବୁ ପ୍ରମାଣ ସହିତ ଏକ୍ସକ୍ଲୁସିଭ୍ ଦେଖାଇବ ଏବଂ କମିଶନରେଟ ପୋଲିସ୍ ତାକୁ ସପ୍ରେସ୍ କରି ରଖିଥିବା କଥା ମଧ୍ୟ କହିଛି।

Leave a Reply

Your email address will not be published. Required fields are marked *