ପୁପିନ୍ଦର କହିଲେ କେମିତି ପ୍ରେମରେ ପଟେଇଥିଲେ ତାଙ୍କ ପ୍ରିୟତମା ରୁପିନ୍ଦରଙ୍କୁ ।

ଦର୍ଶକବନ୍ଧୁ ଆପଣମାନେ ତ ଲୋକପ୍ରିୟ ଉପସ୍ଥାପକ ତଥା ଅଭିନେତା ପୁପିନ୍ଦର ସିଂଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ଓଲିଉଡ ଇଣ୍ଡଷ୍ଟ୍ରିରେ ପୁପିନ୍ଦର ଖୁବ କମ ସିନେମାରେ ଅଭିନୟ କରିଥିଲେ ମଧ୍ୟ ଓଡ଼ିଶା ବାସୀଙ୍କର ଲୋକପ୍ରିୟ ଅଭିନେତା ମାନଙ୍କ ମଧ୍ୟରେ ଜଣେ । ବିଭିନ୍ନ ରିଆଲିଟି ସୋ ମାନଙ୍କରେ ଉପସ୍ଥାପକ ଓ ଜଜ୍ ସାଜି ଦର୍ଶକ ମାନଙ୍କ ଠାରୁ ପାଇଛନ୍ତି ଢେର ସାରା ଭଲପାଇବା । ଯେ କୈାଣସି ରିଆଲିଟି ସୋରେ ତାଙ୍କର ହସ ହସ ମୁହଁ ଦର୍ଶକଙ୍କ ମୁଁହରେ ଖେଳାଇଦିଏ ଆନ୍ଦନର ଲହରୀ ।

ଆଜି ସେ ଲୋକପ୍ରିୟ ଅଭିନେତା ନିଜର ପତ୍ନୀଙ୍କ ସହିତ ନିକଟରେ ଏକ ସାକ୍ଷାତକାରରେ ଆସି ନିଜର ଲଭ୍ ଲାଇଫ ବିଷୟରେ କହିଥିଲେ କଣ ଆସନ୍ତୁ ଜାଣିବା । ତେବେ ଭାଉଜଙ୍କ ସହିତ କଉଠି ଦେଖା ହେଇଥିଲା ଆଉ ଯେହେତୁ ଲଭ୍ ମ୍ୟାରଜ କିଏ କାହାକୁ ପ୍ରପୋଜ କରିଥିଲେ ବୋଲି ପ୍ରଶ୍ନରେ ପୁପିନ୍ଦର ଉତ୍ତର ଦେଇଥିଲେ, “ପ୍ରପୋଜ ତ ପ୍ରଥମେ ପୂପିନ୍ଦର କରିଥିଲେ । କାରଣ ତାଙ୍କ ନାଁ ଟା ପୁପିଙ୍କୁ ବହୁତ କନେକ୍ଟ କରିଥିଲା । ବାହାଘରକୁ ମଧ୍ୟ ୧୨/୧୩ ବର୍ଷ ହେଇଗଲାଣି । ସେତେବେଳେ ଆଜିକାଲି ଇନଷ୍ଟାଗ୍ରାମ ପରି ଅରକୁଟ ଆପ ଫେମସ ଥିଲା ।

ଆଉ ପୁପିନ୍ଦର ସେଥିରେ ତାଙ୍କୁ ପ୍ରଥମେ ଦେଖିଥିଲେ ୟୋଲୋ ଡ୍ରେସ୍ ରେ । ଯାହାକି ଏବେ ମଧ୍ୟ ତାଙ୍କର ପୁରା ମନେଅଛି । ପୂପିଙ୍କୁ ବହୁତ ପସନ୍ଦ ଆସିଥିଲେ ରୁପିନ୍ଦର । ତା’ପରେ ସେ ତାଙ୍କୁ ମେସେଜ କରିଥିଲେ । ପ୍ରଥମେ ପ୍ରଥମେ ସେ ତାଙ୍କୁ ଆଭୋଏଡ କରିଥିଲେ । ପରେ କିନ୍ତୁ ତାଙ୍କ ସହିତ କଥା ହେଲେ । ତା ପରେ ଫୋନ୍ ନମ୍ବର ଏକ୍ସଚେଞ୍ଜ ହେଲା ।ତାପରେ ଦୁହେଁ ଦୁହିଁଙ୍କ ଘରେ ଜଣାଇଥିଲେ ବୋଲି ପୁପିନ୍ଦର କହିଥିଲେ ।ତାଙ୍କ ଘର ବହୁତ ଦୂର ଥିଲା ବୋଲି ପ୍ରଥମେ ତାଙ୍କ ପରିବାର ଲୋକେ ପୁପିନ୍ଦରଙ୍କ ପ୍ରୋଫେସନ ପାଇଁ ରାଜି ହୋଇନଥିଲେ ।

କିନ୍ତୁ ସେତେବେଳକୁ ରୂପିନ୍ଦର ତାଙ୍କ ସହିତ କନେକ୍ଟ ହେଇ ଯାଇଥିଲେ । ଆଉ ସେ ବୋଧେ ଭାବୁଥିଲେ ପୁପିନ୍ଦର ତାଙ୍କୁ ସେତିକି ଭଲପାଉଛି ଆଉ ଯଉ ପ୍ରୋଫେସନରେ ଥାଏ ତାଙ୍କୁ ଖୁସିରେ ରଖିପାରିବି । ପରେ ପୁପିନ୍ଦରଙ୍କ ସେ ସାଥ ଦେଇଥିଲେ ଆଉ ତାଙ୍କ ଘର ଲୋକଙ୍କୁ ବହୁତ ବୁଝାଇ ସୁଝାଇ ରାଜି କରାଇଥିଲେ । ଆଉ ଆଜିକୁ ୧୩ ବର୍ଷ ହେଲାଣି ଦୁହିଁଙ୍କ ହଁସଖୁସିର ସଂସାର । ଶେଷରେ ଆଗକୁ ଦମନ ଆଉ ପ୍ରତୀକ୍ଷା ଭଳିଆ ଆହୁରି ବହୁତ ଭଲ ଭଲ ପିଲ୍ମ ଓଡ଼ିଆ ଦର୍ଶକଙ୍କ ପାଇଁ ନିଶ୍ଚୟ ଆଣିବେ ବୋଲି ପୁପିନ୍ଦର କହିଥିଲେ ।

Leave a Reply

Your email address will not be published. Required fields are marked *