ରଜରେ ବ୍ରଜରାଜ ମୁଭି ପ୍ରଡକ୍ସନରେ ଆସିବ ସିଦ୍ଧାନ୍ତ ଓ ରଚନାଙ୍କ ଫିଲ୍ମ।

ମଣିଷ ହେଉଛି ସାମାଜିକ ପ୍ରାଣୀ।ପ୍ରତ୍ୟେକ ମଣିଷଙ୍କ ପାଖରେ କିଛି ନ କିଛି ପ୍ରତିଭା ରହିଛି।ସବୁ ମଣିଷଙ୍କ ପାଖରେ ସମାନ ପ୍ରତିଭା ନ ଥାଏ।କିନ୍ତୁ ସମସ୍ତେ ନିଜ ନିଜ କ୍ଷେତ୍ର ରେ ମହାନ୍।ପାଠକ ଗଣ ଆପଣ ମାନେ ତ ଅଭିନୟ ଦୁନିଆ ସମ୍ପର୍କରେ ବହୁତ କିଛି କଥା ଜାଣିଥିବେ।ତେବେ ଏହି ଅଭିନୟ ଦୁନିଆ ରେ ସବୁଠୁ କଷ୍ଟ କାମ ହେଉଛି ଫିଲ୍ମ ତିଆରି କରିବା।

ଏହି ଲାଇନ ରେ ମଧ୍ୟ ବହୁତ ପ୍ରଡ୍ୟୁସର୍ ଅଛନ୍ତି ଯେଉଁମାନେ କି ନିଜର ଫିଲ୍ମ ଜରିଆ ରେ ଦର୍ଶକ ମାନଙ୍କ ପ୍ରିୟ ର ଭାଜନ ହୋଇପାରିଛନ୍ତି।ତେବେ ବନ୍ଧୁ ମାନେ ଆପଣ ମାନେ ତ ଲୋକପ୍ରିୟ ପ୍ରଡ୍ୟୁସର୍ ସଞ୍ଜୟ ନାୟକ ଓରଫ୍ ଟୁଟୁ ନାୟକ ଙ୍କୁ ଭଲ ଭାବରେ ଜାଣିଥିବେ।ସେ ଦେଇଥିବା ଇଣ୍ଟର୍ଭ୍ୟୁ ରେ କିଛି କଥା କହିଛନ୍ତି,ଆସନ୍ତୁ ଜାଣିବା କଥା ଗୁଡ଼ିକ।

ତାଙ୍କୁ ନିଜ ବାପା ବସନ୍ତ ନାୟକ ଯିଏ କି ଓଡ଼ିଆ ଇଣ୍ଡଷ୍ଟ୍ରି ର ଲିଜେଣ୍ଡ ତାଙ୍କୁ ଅନୁସରଣ କରି ଏଯାବତ୍ କଣ କ’ଣ କରିଛନ୍ତି ପଚରା ଯିବାରୁ ସେ କହିଲେ କି,ବସନତ ନାୟକ ହେଉଛନ୍ତି ଜଣେ କିମ୍ବଦନ୍ତୀ ପୁରୁଷ।ତାଙ୍କ ଭଳି ସେ ହୋଇପାରିବେ ନାହିଁ,କିନ୍ତୁ ତାଙ୍କ ନାମ ରଖିବା ପାଇଁ ସେ ପ୍ରାଣ ପଣେ ଚେଷ୍ଟା କରିଛନ୍ତି।ଆଉ ସେ କେତେ ସଫଳ ହୋଇଛନ୍ତି ସେଟା ସେ କହିବେନି ବରଂ ପବ୍ଲିକ କହିବେ।

କାରଣ ପବ୍ଲିକ ସବୁ ଜାଣିଛନ୍ତି।ସେ କ୍ୱାଣ୍ଟିଟି ଫିଲ୍ମ ନୁହେଁ, କ୍ୱାଲିଟି ଫିଲ୍ମ କରିଛନ୍ତି ଆଉ ଦର୍ଶକ ମାନେ ଭଲ ପାଇବା ମଧ୍ୟ ଦେଇଛନ୍ତି।ଟୁଟୁ ନାୟକ ନୂଆ ନୂଆ ହିରୋ ହିରୋଇନ୍ ମାନଙ୍କୁ ଫିଲ୍ମ ଦୁନିଆ କୁ ଆଣିଥିଲେ,ତେବେ ସେ ଅନୁଭବ କିପରି ଥିଲା ବୋଲି ପ୍ରଶ୍ନ କରାଯାଇଥିଲା।

ଏଥିରେ ସେ କହିଥିଲେ କି ସେ ଯେଉଁ ଯେଉଁ ହିରୋ ହିରୋଇନ୍ ଙ୍କୁ ଫିଲ୍ମ ଦୁନିଆ କୁ ନେଇ ଆସିଛନ୍ତି ସବୁ ଷ୍ଟ୍ରଙ୍ଗ ଲୋକଙ୍କୁ ନେଇ ଆସିଛନ୍ତି ଆଉ ସେ ସେଥିରେ ବହୁତ ଖୁସି ଅଛନ୍ତି।ସେ ଆହୁରି କହିଛନ୍ତି ସେ ସମସ୍ତେ ଭାବନ୍ତି ଯେ ଡାଇରେକ୍ଟର ହେଉଛନ୍ତି ମୁଖ୍ୟ ଲୋକ,କିନ୍ତୁ ସେ କୁହନ୍ତି ଯେ ପ୍ରଡ୍ୟୁସର୍ ହେଉଛନ୍ତି ମୁଖ୍ୟ କାରଣ ପ୍ରଡ୍ୟୁସର୍ ହିଁ ଡାଇରେକ୍ଟର ଚୟନ କରନ୍ତି।ଭଲ ଡାଇରେକ୍ଟର ନହେଲେ ଫିଲ୍ମ ଭଲ ଚାଲିବ ନାହିଁ।

ଆଜି କାଲି ଲୋକ ଭାବୁଛନ୍ତି ଯେ ଏମିତି ଆସି ଗୋଟେ ଫିଲ୍ମ କରିଦେଲେ ହୋଇଯିବ,କିନ୍ତୁ ସେମିତି ଫିଲ୍ମ ଚାଲେ ନାହିଁ।ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟ ରେ ପଚାରିବାରୁ ସେ କହିଲେ କି ସେ ତାଙ୍କ ବାପା ମାଆ ଯେଉଁଠି ଝିଅ ଚୟନ କରିଥିଲେ ସେ ସେଠି ବିବାହ କରିଛନ୍ତି ଆଉ ସେ ଗୋଟେ ଭଲ ସ୍ତ୍ରୀ ଟେ ପାଇଛନ୍ତି।

ସେ ଯେପରି ତାଙ୍କ ବାପାଙ୍କ ପଥ ଅନୁସରଣ କରିଥିଲେ ସେହିପରି ତାଙ୍କ ବଡ଼ପୁଅ ତାଙ୍କ ପଥ ଅନୁସରଣ କରିଛନ୍ତି ଏବଂ ସେ ଶିଖୁଛନ୍ତି ଫିଲ୍ମ କରିବା।ଆଉ ସେ ଏବେ ସିଦ୍ଧାନ୍ତ ଏବଂ ରଚନା ଙ୍କୁ ନେଇ ଫିଲ୍ମ କରିବେ ନା ନାହିଁ।ସେ କହିଲେ ଯେ ସେ ଏବେ ଭଲ କଣ୍ଟେଣ୍ଟ ଦେଖୁଛନ୍ତି।ଭଲ ଷ୍ଟୋରି ପାଇଲେ ସେ ସେମାନଙ୍କୁ ନେଇ ଫିଲ୍ମ ମଧ୍ୟ କରିବେ।ଆଉ ସେହି ଫିଲ୍ମ ରଜ ରେ ରିଲିଜ୍ ପାଇଁ ଭାବୁଛନ୍ତି ମଧ୍ୟ। ଆଗକୁ ବାବୁଶାନ୍ ଙ୍କୁ ନେଇ ତାଙ୍କର ଦଣ୍ଡା ବାଳୁଙ୍ଗା ଫିଲ୍ମ୍ ଆସିବାକୁ ଯାଉଚି ବୋଲି ସେ କହିଲେ।

ତେବେ ଟୁଟୁ ୩ କୁ ୪ ଟି ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି।ତେବେ ସେ କିପରି ଅଭିନୟ କରିଛନ୍ତି ତାହା ଦର୍ଶକ ମାନେ କହିବେ ବୋଲି ସେ କହିଛନ୍ତି।ତାଙ୍କୁ ତାଙ୍କ ଘର ଲୋକ ଆକ୍ଟର ରୂପ ରେ ନା ପ୍ରଡ୍ୟୁସର୍ ରୂପ ରେ ଭଲ ପାଆନ୍ତି ବୋଲି ପଚାରିବାରୁ ସେ କହିଲେ କି ତାଙ୍କ ଘର ଲୋକ ତାଙ୍କୁ ପ୍ରଡ୍ୟୁସର୍ ରୂପେ ଦେଖିବା ପାଇଁ ଭଲ ପାଆନ୍ତି।ତେବେ ସାଧାରଣ ଲୋକ ଏବେ ଟୁଟୁ ନାୟକ ଙ୍କ ଫିଲ୍ମ କୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି।

Leave a Reply

Your email address will not be published. Required fields are marked *