ରିୟାଙ୍କ ରିସେପସନରେ ବାବୁସାନଙ୍କୁ ଭେଟିବେ ବୋଲି ଆଶା ରଖିଥିଲେ ପ୍ରକୃତି, କିନ୍ତୁ ଅପରାଜିତାଙ୍କୁ ଦେଖି ସବୁ ଆଶା ହୋଇଗଲା ଛାରଖାର

ଓଡ଼ିଆ ଚଳଚିତ୍ର ଜଗତର ଚର୍ଚ୍ଚିତ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ରିୟା ଦେ ଏବେ ପ୍ରେମ ବିବାହ କରିଛନ୍ତି। ତେବେ ବିନା କୌଣସି ଅସୁବିଧାରେ ରିୟା ନିଜ ପ୍ରେମିକ ସୁନେଲୀଙ୍କୁ ବିବାହ କରିବାର ସ୍ୱପ୍ନ ସାକାର ହୋଇଥିବାରୁ ସେ ନିଜ ବାହାଘରରେ ଦମଦାର ନୃତ୍ୟ ମଧ୍ୟ କରିଛନ୍ତି।

ଗେବେ ଗତ 30 ତାରିଖରେ ସେ ବିବାହ କରିଥିବାବେଳେ 2 ତାରିଖ ଶୁକ୍ରବାର ଦିନ ତାଙ୍କର ରିସେପସନ ଭୋଜି ଥିଲା। ରିୟାଙ୍କର ବିବାହରେ ଅନେକ ବଡ ବଡ କଳାକାର ଏବଂ ଯୁବ କଳାକାର ଯୋଗ ଦେଇଥିଲେ। ଯେଉଁଠାରେ ସମସ୍ତେ ରିୟାଙ୍କୁ ଶୁଭେତ୍ସା ଜଣାଉଥିବାର ନଜର ଆସିଥିଲେ।

ଏହାସହ ରିୟାଙ୍କ ରିସେପସନ ଭୋଜିରେ ପ୍ରକୃତି ମିଶ୍ର ଏବଂ ଅପରାଜିତା ମହାନ୍ତି ମୁହାଁମୁହିଁ ହୋଇଥିଲେ। ଏଥିସହିତ ଉଭୟ ରିୟାଙ୍କ ସହ ଫଟୋ ଉଠାଇବା ସହ ଭୋଜି ମଧ୍ୟ ଖାଇଥିଲେ। ତେବେ ପାରିବାରିକ ବିବାଦ ପରେ ଉଭୟଙ୍କୁ ଏକାଠି ଗୋଟିଏ ବାହାଘର ଭୋଜିରେ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

କିଛି ମାସ ପୂର୍ବରୁ ପ୍ରକୃତି ଏବଂ ଅପରାଜିତାଙ୍କର ପାରିବାରିକ ବିବାଦ ପୁରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଯେଉଁଥିପାଇଁ ପ୍ରକୃତି କୋର୍ଟର ଦ୍ୱାରସ୍ତ ମଧ୍ୟ ହୋଇଥିଲେ। ତେବେ ସେମାନଙ୍କର ଏହି ପାରିବାରିକ ବିବାଦ ପରେ ସମସ୍ତେ ଭାବୁଥିଲେ ଯେ ପ୍ରକୃତି ଏବଂ ଅପରାଜିତା ଯେଉଁଠାରେ ମୁହାଁମୁହିଁ ହେବେ ଝଗଡା ଆରମ୍ଭ ହୋଇଯିବ। କିନ୍ତୁ ଏପରି କିଛି ବି ହେଲା ନାହିଁ ଉଭୟ ଖୁସିରେ ଖୁସିରେ ଖାଇ ପିଇ, ଫଟୋ ଉଠାଇ ଘରକୁ ଫେରିଲା।

ଶୁଣିବାକୁ ମିଳୁଛି ଯେ ରିୟାଙ୍କ ରିସେପସନରେ ବାବୁସାନଙ୍କୁ ଦେଖିବା ପାଇଁ ପ୍ରକୃତି ଆଶା ରଖି ଆସିଥିଲେ। କିନ୍ତୁ ହଠାତ ବାବୁସାନଙ୍କ ବଦଳରେ ତାଙ୍କ ମାଆ ଅପରାଜିତାଙ୍କୁ ଦେଖି ସେ ମନା ଦୁଃଖ କରିଥିଲେ। ବୋଧ ହୁଏ ଅପରାଜିତା ହିଁ ବାବୁସାନଙ୍କୁ ସେଠାକୁ ଯିବା ପାଇଁ ମନା କରିଥାଇ ପାରନ୍ତି। ତେବେ ଅପରାଜିତା ଏବଂ ପ୍ରକୃତି ମୁହାଁମୁହିଁ ହୋଇଥିଲେ ମଧ୍ୟ ପରସ୍ପର ସହ କଥା ହୋଇନଥିଲେ।

Leave a Reply

Your email address will not be published. Required fields are marked *