ରିୟାଙ୍କ ବିବାହରେ ଆସିଲେ ନାହିଁ ପ୍ରସିଦ୍ଧ ଅଭିନେତା ଅମ୍ଳାନ, ଅରିନ୍ଦମ ଏବଂ ବାବୁସାନ, କଣ ଥିଲା ଏହା ପଛର କାରଣ।:-

ଓଲିଉଡର ପ୍ରସିଦ୍ଧ ଏବଂ ଚର୍ଚ୍ଚିତ ଅଭିନେତ୍ରୀ ରିୟା ଦେ ଙ୍କର ବିବାହ ଉତ୍ସବ ଶେଷ ହୋଇଯାଇଛି। ଶାଶୁଘରକୁ ଏବେ ଚାଲି ଯାଇଛନ୍ତି ରିୟା। ତଥାପି ତାଙ୍କ ବିବାହକୁ ନେଇ ଚର୍ଚ୍ଚା ବନ୍ଦ ହେବାର ନାମ ନେଉନାହିଁ। ବ୍ୟବସାୟୀ ସୁନିଲ କୁମାର ଦଳାଇଙ୍କ ସହ ରିୟାଙ୍କର ପ୍ରେମ ସମ୍ପର୍କ ଥିଲା।

ଏବେ ଏହି ପ୍ରେମ ସମ୍ପର୍କ ବିବାହ ହେବାପରେ ସଫଳ ହୋଇଯାଇଛି। ଦୁଇ ପରିବାରର ସହମତିରେ ଉଭୟ ପ୍ରେମ ବିବାହ କରିଛନ୍ତି। ରିୟାଙ୍କ ବିବାହ ଖୁବ ଧୁମଧାମରେ ହୋଇଥିଲା। ଅଭିନେତ୍ରୀ ହୋଇ ମଧ୍ୟ ନିଜ ପରମ୍ପରାକୁ ଖୁବ ରୀତିନୀତି ସହ ପାଳନ କରିଛନ୍ତି ରିୟା।

ରିୟାଙ୍କ ହଳଦୀ ସେରିମନି ଠାରୁ ନେଇ ବିବାହ ଏବଂ ରିସେପସନ ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମ ବେଶ ଚର୍ଚ୍ଚାରେ ରହିଥିଲା। ରିୟାଙ୍କ ବିବାହରେ ଓଲିଉଡର ଅନେକ ନାମୀଦାମୀ କଳାକାର ତଥା ପ୍ରସିଦ୍ଧ ବ୍ୟକ୍ତିବିଶେଷ ଏବଂ ଯୁବ କଳାକାର ମାନେ ଯୋଗ ଦେଇଥିଲେ। ସମସ୍ତେ ରିୟା ଏବଂ ସୁନିଲଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସବର ମଜା ଉଠାଇଥିଲେ।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଓଲିଉଡର ମୁଖ୍ୟ ଏବଂ ପ୍ରସିଦ୍ଧ ଅଭିନେତା ଅରନ୍ଦମ, ଅମ୍ଳାନ ଏବଂ ବାବୁସାନ ରିୟାଙ୍କ ବିବାହକୁ ଆସିନଥିଲେ। ଏହି ପ୍ରସିଦ୍ଧ କଳାକାରମାନେ ରିୟାଙ୍କ ସହ ଅନେକ ସୁପରହିଟ ଫିଲ୍ମ କରିସାରିଛନ୍ତି। ଯେପରିକି ଅମ୍ଳାନଙ୍କ ସହ ଗୋଲାପୀ-ଗୋଲାପୀ , ତୁ ମୋ ଦେହର ଛାଇ, ପାଗଳ କରିଛୁ ତୁ, କଲେଜ ଟାଇମ ପରି ଅନେକ ଚଳଚିତ୍ର କରିଛନ୍ତି।

ସେହିପରି କଲକୀ, କ୍ରିମିନାଲ, ତୋର ଦିନେକୁ ମୋର ଦିନେ ଆଦି ଫିଲ୍ମ ଅରନ୍ଦମଙ୍କ ସହ ଏବଂ ପ୍ରେମ ଅଢେଇ ଅକ୍ଷର, ଇଡିଅଟ, ତୁ ଯେ ସେଇ ଆଦି ଫିଲ୍ମ ବାବୁସାନଙ୍କ ସହ ରିୟା କରିସାରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ କଣ ରିୟା ନିଜ ବିବାହରେ ଏହି କଳାକାର ମାନଙ୍କୁ ଡାକିନାହାନ୍ତି ନା ନିମନ୍ତ୍ରଣ ଦିଆ ହୋଇ ମଧ୍ୟ ଏହି କଳାକାର ଆସିବାକୁ ଇଛା କରିନାହାନ୍ତି। ତେବେ ପ୍ରକୃତ କାରଣ କଣ ତାହା କେହି ଜାଣି ନାହାନ୍ତି।

Leave a Reply

Your email address will not be published. Required fields are marked *