ଶାଶୂଘରକୁ ଯିବା ପରେ ଏବେ କେମିତି ଅଛନ୍ତି ରିୟା

ଓଡ଼ିଆ ଚଳଚିତ୍ର ଜଗତର ଚର୍ଚ୍ଚିତ ନାୟିକା ରିୟା ଦେ ଏବେ ପ୍ରେମ ବିବାହ କରିସାରିଛନ୍ତି। ବାଲେଶ୍ୱରର ଝିଅ ରିୟା ପ୍ରେମିକ ସୁନୀଲଙ୍କ ହାତ ଧରି ଏବେ ଶ୍ରୀକ୍ଷେତ୍ର ପୁରୀର ବୋହୂ ହୋଇଯାଇଛନ୍ତି। ଏହି ପ୍ରେମୀଙ୍କ ସୁନେଲୀ ସ୍ୱପ୍ନ ସାକାର ହୋଇଥିବାରୁ ରିୟା ବାହାଘରରେ ନିଜେ ଦମଦାର ନୃତ୍ୟ କରିଥିବା ଦେଖିବାକୁ ମିଳିଥିଲା।

ଏବେ ଶାଶୁଘରକୁ ଚାଲି ଯାଇଛନ୍ତି ରିୟା। ଶ୍ରୀକ୍ଷେତ୍ରର ବୋହୁ ହୋଇ ସେ ବହୁତ ଖୁସିଥିବାର ଦେଖିବାକୁ ମିଳିଛି। ଜଣେ ଅଭିନେତ୍ରୀ ହୋଇ ମଧ୍ୟ ବିବାହ ବେଳେ ନିଜ ପରମ୍ପରାକୁ ଅଣଦେଖା କରିନଥିଲେ। ସମ୍ପୁର୍ଣ୍ଣ ରୀତିନୀତି ସହିତ ସେ ବିବାହ କରିଥିଲେ।

ରିୟାଙ୍କ ବିବାହ ଠାରୁ ଆରମ୍ଭ କରି ରିସେପସନ ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମ ବେଶ ଚର୍ଚ୍ଚାରେ ରହିଥିଲା । ରିୟାଙ୍କ ବିବାହରେ ଓଲିଉଡର ଅନେକ ନାମୀଦାମୀ କଳାକାର ମାନେ ଯୋଗ ଦେଇଥିଲେ। ସମସ୍ତେ ରିୟା ଏବଂ ସୁନିଲଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସବ ଉପଭୋଗ କରିଥିଲେ।

ତାଙ୍କ ବିବାହ ଖବର ଜାଣିବା ପରେ ପ୍ରଶଂସକ ମାନେ ମଧ୍ୟ ଅନେକ ଶୁଭେତ୍ସା ଜଣାଇଥିଲେ। ତେବେ ସ୍ଥାନୀୟ ହୋଟେଲ୍‌ ‘ହରିପ୍ଲାଜା’ରେ ଏହି ଅଭିନେତ୍ରୀଙ୍କର ବିବାହ ଉତ୍ସବ ହୋଇଥିଲା ଏବଂ ଶୁକ୍ରବାର ପୁରୀସ୍ଥିତ ଶାଶୁ ଘରେ ରିୟାଙ୍କ ରିସେପ୍‌ସନ୍‌ ଉତ୍ସବ ହୋଇଥିଲା।

ଶୁଣିବାକୁ ମିଳୁଛି ଯେ ବିବାହ ପରେ ତାଙ୍କୁ ପ୍ରଥମେ ପଥମେ ଶାଶୂ ଘରେ ଏବେ ଚଳିବାକୁ ଟିକେ କଷ୍ଟ ହେଉଛି। କିନ୍ତୁ ଯେହେତୁ ସେ ସୁନୀଲଙ୍କୁ ସ୍ୱାମୀ ରୂପରେ ପାଇଛନ୍ତି ଏହି କଷ୍ଟ ଆଉ ବେଶୀ ଦିନ ରହିବ ନାହିଁ। ବାପା ବଦଳରେ ଜଣେ ଭଲ ଶଶୁର ଏବଂ ମାଆ ବଦଳରେ ଜଣେ ଭଲ ଶାଶୂଟିଏ ଏବେ ରିୟା ପାଇଛନ୍ତି। ଦୁଇ ପରିବାରର ସହମତିରେ ଏହି ବିବାହ ହୋଇଥିବାରୁ ଏବେ ସୁନା ବୋହୁ ପରି ଶାଶୂ ଘରେ ବହୁତ ଖୁସିରେ ଚଳୁଛନ୍ତି ରିୟା।

Leave a Reply

Your email address will not be published. Required fields are marked *