ମା ମୁଁ ପାଗେଳି ନୁହେଁ, ପ୍ଲିଜ ମତେ ଘରକୁ ବୋହୂ କରି ପୁଣି ନେଇଯାନ୍ତୁ…….

ଆପଣମାନେ ସୋସିଆଲମିଡ଼ିଆ, ଟିଭି ତଥା ଖବରକାଗଜରେ ଏପରି ଅନେକ ଖବର ପଢୁଥିବେ ଯେଉଁଥିରେ ଯୌତୁକ ତଥା ଅନ୍ୟ କୌଣସି କାରଣରୁ ଶାଶୂଘର ଆଗରେ ବୋହୁ ଧାରଣା ଦେଇ ବସୁଛି। ଏପରି ଘଟଣା ଏବେ ଚାରିଆଡେ ଦେଖିବାକୁ ମିଳୁଛି। ଏହି ସବୁ ଘଟଣାରେ ଧାରଣା ଦେଉଥିବା ମହିଳାମାନେ ନ୍ୟାୟ ପାଇଁ ଏପରି କାର୍ଯ୍ୟ କରୁଛନ୍ତି।

ତେବେ ପୁଣିଥରେ ଏହିପରି ଏକ ଅଭାବନୀୟ ଘଟଣା ଶୁଣିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ କୁର୍ଜଙ୍ଗା ପଞ୍ଚାୟତ ମହେଶପୁର ଗ୍ରାମରୁ। ଏଠାରେ ଶଶୁର ଘର ଲୋକ ବୋହୂକୁ ପାଗେଳି କହି ଘରୁ ବାହାର କରିଦେଇଛନ୍ତି। କିନ୍ତୁ ବୋହୁଟି କହିଛି ଯେ ସେ ପାଗେଳି ନୁହନ୍ତି ବରଂ ତାଙ୍କୁ ଯୌତୁକ କାରଣରୁ ଘରୁ ବାହାର କରାଯାଇଛି। ଏବେ ମହିଳା ଜଣକ ନିଜ ଶଶୁର ଘରେ ଆଗରେ ବସି ରହିଛନ୍ତି।

ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅଧୀନ ଦୁମୁକାହାଟ ଗ୍ରାମର ସୋନାଲି ବିନ୍ଦୁ ନାମକ ଜଣେ ଯୁବତୀଙ୍କ ସହ ସ୍ଥାନୀୟ କୁର୍ଜଙ୍ଗା ପଞ୍ଚାୟତ ମହେଶପୁର ଗ୍ରାମର ସୁବାଷ ଚନ୍ଦ୍ର ସାମଲ ନାମକ ଜଣେ ଯୁବକଙ୍କର ବିବାହ ହୋଇଥିଲା।

ବିବାହର କିଛି ଦିନ ପରେ ଝିଅର ମୁଣ୍ଡ ଦୋଷ ଅଛି ବୋଲି କହି ଶଶୁର ଘର ଲୋକ ଝିଅଟିକୁ ତା ବାପ ଘର କୁ ପଠାଇ ଦେବାର ଯୋଜନା କରିଥିଲେ। ଯାହା ଫଳରେ ଶାଶୂଘର ଲୋକମାନେ ଝିଅଟି ସହ ପ୍ରତି ସମୟରେ ଝଗଡା କରୁଥିଲେ। ତେବେ ଘଟଣାଟି ବାହାରକୁ ଆସିବା ପରେ ଗାଁର ସରପଞ୍ଚ ଏବଂ କିଛି ଭଦ୍ର ଲୋକଙ୍କ ମିଶି ଏକ ବୈଠକ ବସାଇଥିଲେ।

ଏହି ବୈଠକରେ ନିଷ୍ପତି ହେଲା ଯେ ଝିଅ ତା ବାପ ଘରେ ଦୁଇମାସ ରହିବ ଏବଂ ପରେ ଶାଶୁ ଘରଲୋକେ ଯାଇ ଝିଅକୁ ଆଣିଦେବେ। କିନ୍ତୁ ଦୁଇମାସ ପୁରି ତିନିମାସ ହେବା ପରେ ମଧ୍ୟ ବୋହୁକୁ ନେବାକୁ ଶାଶୂଘର ପକ୍ଷରୁ କେହି ବି ଆସିଲେ ନାହିଁ। ତେବେ ଘରକୁ ଆଣିବା ତ ଦୂରର କଥା ବୋହୁ ସହ କେହି କଥା ମଧ୍ୟ ହେଉନାହାନ୍ତି।

ସ୍ୱାମି ନିଜ ସ୍ତ୍ରୀର ନମ୍ବର କୁ ବ୍ଲକକରି ରଖିଛନ୍ତି। ଏହାସହ ସୋନାଲିଙ୍କ ବାପ-ମାଆ, କରୋନା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାରୁ ସୋନାଲି ନିଜ ଭଉଣୀ ଏବଂ ଭିଣେଇ ଙ୍କ ପାଖରେ ରହିବା ସହିତ ତାଙ୍କର ସମସ୍ତ ଦାୟିତ୍ୱ ବୁଝୁଥିଲେ।ତେବେ ଆଉ କିଛି ଉପାୟ ନପାଇ ସୋନାଲି ଯେତେବେଳେ ନିଜ ଶାଶୁ ଘରକୁ ଗଲେ ଶାଶୁଘର ଲୋକ ସୋନାଲିକୁ ପାଗେଳୀ କହି ପୁଣି ଘରୁ ତଡି ଦେଲେ।

ଯାହା ପରେ ବୋହୁଟି ଘର ଆଗରେ ଧାରଣା ଦେଇ ବସିଥିବା ଦେଖିବାକୁ ମିଳିଛି।
ବୋହୂର କହିବା ଅନୁସାରେ ସେ ପାଗେଳି ନୁହନ୍ତି। ଯୌତୁକ ନଦେବା କାରଣରୁ ତାଙ୍କ ଶାଶୂଘରଲୋକ ଏପରି କାର୍ଯ୍ୟ କରୁଛନ୍ତି। ତେବେ ଘଟଣାର ଖବର ପାଇବା ପରେ ଏବେ ଡେରାବିଶ ପୋଲିସ ମାମଲାକୁ ତଦନ୍ତ କରୁଛି l

Leave a Reply

Your email address will not be published. Required fields are marked *