ଘୁଷୁରୀ ପେଟରୁ ଜନ୍ମ ହେଲା ହାତୀ ଛୁଆ, ଲୋକ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ !

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ଅଂଚଳରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ଘୁଷୁରୀ ଜନ୍ମ କରିଛି ହାତୀ ଶାବକ। ଆଜ୍ଞା ହଁ ଘଟଣାଟି ଆଶ୍ଚର୍ଯ୍ୟକର ଲାଗୁଥିଲେ ମଧ୍ୟ ଏହା ସତ।

ଛୁଆଟି ଦେଖିବାକୁ ସମ୍ପୂର୍ଣ୍ଣ ହାତୀ ପରି। ଘୁଷୁରୀ ପରି ଦେଖାଯାଉଥିଲେ ମଧ୍ୟ ଛୁଆଟିର ଏକ ଶୁଣ୍ଢ ରହିଛି। କିନ୍ତୁ ଦୁଃଖର ବିଷୟଟି ହେଉଛି ଯେ ଛୁଆଟି କେବଳ 4 ଘଣ୍ଟା ପର୍ଯ୍ୟନ୍ତ ବଂଚିଲା। ତେବେ ସମ୍ପୂର୍ଣ୍ଣ ଘଟଣା ଅନୁସାରେ କନ୍ଧମାଳ ଜିଲ୍ଲାର ଏହି ଅଂଚଳର ଏକ ଦମ୍ପତି ଘୁଷୁରୀ ପାଳନ କରନ୍ତି।

ଯେତେବେଳେ ଦମ୍ପତି ଜଣକ ଦେଖିଲେ ଯେ ଏକ ଘୁଷୁରି ଏକ ହାତୀ ପରି ଦେଖାଯାଉଥିବା ଶାବକଟିଏ ଜନ୍ମ କରିଛି ସେତେବେଳେ ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ଗାଁର ପ୍ରତ୍ୟକ ଲୋକ ଏହି ଛୁଆଟିକୁ ଦେଖିବାକୁ ଆସିଥିଲେ।

ଛୁଆଟି ଭଗବାନଙ୍କର ଏକ ଚମତ୍କାର କହି ଗାଁଲୋକ ମାନେ ଛୁଆ ଦେହରେ ସିନ୍ଦୁର ଚନ୍ଦନ ଲଗାଇ ତାକୁ ପୂଜା କରିବାକୁ ଲାଗିଲେ। କିନ୍ତୁ ଜନ୍ମ ହେବାର ମାତ୍ର 4 ଘଣ୍ଟା ପରେ ଛୁଆଟି ମରିଯାଇଥିଲା। ଯାହାଫଳରେ ଗାଁଲୋକମାନେ ଦୁଃଖରେ ମର୍ମାହତ ହୋଇଗଲେ। ଏଠାର କିଛି ଲୋକ କହିଛନ୍ତି ଯେ ସେମାନେ କେବେ ଭାବିନଥିଲେ ଛୁଆଟି ଏପରି ହଠାତ ମରିଯିବ। ଖୁସିଟି କିଛି କ୍ଷଣ ଆସି ଦୁଃଖ ଦେଇ ଚାଲିଗଲା। ଏବେ ଏହି ଛୁଆର ଫଟୋ ଏବଂ ଭିଡ଼ିଓ ସୋସିଆଲମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *