ଝିଅରେ ତୁ ଏମିତି କାହିଁକି କଲୁ…ଆମେ ସବୁ ଆଜି କାନ୍ଦୁଛୁ ……….

ସେଲ୍ଫି ନିଶାରେ ଟ୍ରେନ ଉପରେ ଚଢିଥିଲେ ଛାତ୍ରୀ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ :

ସେଲ୍ଫି ନିଶାରେ ଏକ ମାଲବାହୀ ଟ୍ରେନ ଉପରେ ଚଢିଥିବା ବେଳେ ଦେହରେ ଲାଗିଗଲା ବିଦ୍ୟୁତ ତାର। ହୋଇଗଲା ଛାତ୍ରୀଙ୍କର ମୃତ୍ୟୁ। ମୃତକ ଜଣକ ହେଉଛନ୍ତି ରଞ୍ଜନ ସାହୁଙ୍କ ଝିଅ ବନିତା ସାହୁ। ସେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ରାଉତପଡ଼ା ଅଞ୍ଚଳର ବାସିନ୍ଦା। ଝିଅଟି +3 ପ୍ରଥମ ବର୍ଷରେ ଛାତ୍ରୀ ଥିଲେ।

ସୂଚନା ଅନୁସାରେ ସବୁଦିନ ପରି ଝିଅଟି ନିଜ ସାଙ୍ଗମାନଙ୍କ ସହ ଗତ 1 ତାରିଖ ଦିନ ମଧ୍ୟ ସକାଳେ ଭ୍ରମଣ କରିବା ପାଇଁ ନିଜ ଘରଠାରୁ ପ୍ରାୟ 3 କିଲୋମିଟର ଦୂରରେ ଥିବା ରେଳ ଷ୍ଟେସନ ନିକଟକୁ ଯାଇଥିଲେ। ମଜା ମଜାରେ ସେ ସାଙ୍ଗମାନଙ୍କ କଥା ହୋଇ ଷ୍ଟେସନରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ ଉପରକୁ ଚଢି ଯାଇଥିଲେ।

ତାଙ୍କ ସହ ଭ୍ରମଣ ପାଇଁ ଯାଇଥିବା ଅନ୍ୟ 3 ଜଣ ସାଙ୍ଗ ମଧ୍ୟ ଛିଡା ହୋଇ ଏହି ଦୃଶ୍ୟ ଦେଖୁଥିଲେ। ତେବେ ଏପରି କାର୍ଯ୍ୟ ନ କରିବାକୁ ବନିତାଙ୍କୁ ତାର ସାଙ୍ଗମାନେ ବାରମ୍ବାର ମନା କରୁଥିଲେ। କିନ୍ତୁ ତଥାପି ସେ ଟ୍ରେନ ଉପରକୁ ଚଢି ଯାଇଥିଲା।

ସେହି ସମୟରେ ଟ୍ରେନ ଉପରେ ଥିବା ହାଇ ଭୋଲ୍ଟେଜ୍ ତାର ସଂସ୍ପର୍ଶରେ ସେ ଆସିଗଲେ। ଫଳରେ ତାଙ୍କ ଶରୀରର ଅଧିକ ରୁ ଅଧିକ ଅଂଶ ସମ୍ପୂର୍ଣ୍ଣ ଜଳିଗଲା।ଘଟଣା ସ୍ଥଳରେ ଟ୍ରେନ ରୁ ତଳକୁ ଗୁରୁତର ଅବସ୍ଥାରେ ଖସି ପଡ଼ିବାପରେ ସଂଗେ ସଂଗେ ତାଙ୍କୁ ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ଜରିଆରେ ଖୋର୍ଦ୍ଧା ମେଡିକାଲ କୁ ନେଇଥିଲେ।

ଏହାପରେ କଟକ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା।କିନ୍ତୁ ଦୁଃଖର ବିଷୟ ଯେ ଗତକାଲି ଚିକିତ୍ସାଧିନ ଅବସ୍ଥା ତାଙ୍କର ମୃତ ଘଟିଛି। ତେବେ ସେ ସେଲ୍ଫି ନେବା ନିଶାରେ କି ଅନ୍ୟ କୌଣସି କାରଣରୁ ଏପରି ଟ୍ରେନ ଉପରେ ଚଢିଥିଲେ ତାହା ସ୍ପଷ୍ଟ ଜଣାପଡିନାହିଁ। ତେବେ ଏହି ଘଟଣାକୁ ନେଇ ଏବେ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

Leave a Reply

Your email address will not be published. Required fields are marked *