ପ୍ରତୀକ୍ଷା ଫିଲ୍ମ ଦେଖି ଭୋ ଭୋ ହୋଇ କାନ୍ଦି ପକାଇଲେ ପୁପିନ୍ଦର, କାନ୍ଦିବାର କାରଣ ଜାଣି ଆପଣ ମଧ୍ୟ ହୋଇଯିବେ ଭାବୁକ

ସିନେମା ହଲରେ ଏବେ ରିଲିଜ ହୋଇସାରିଛି ବହୁ ଚର୍ଚ୍ଚାରେ ରହିଥିବା ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’। ପ୍ରଥମ ଦିନରେ ହିଁ ହୋଇଯାଇଥିଲା ହାଉସଫୁଲ । ଓଡ଼ିଆ ଚଳଚ୍ଚିତ୍ରକୁ ନୂଆ ଦିଗ ଦେଇଥିବା ଫିଲ୍ମ ‘ଦମନ’ ପରେ ‘ପ୍ରତୀକ୍ଷା’କୁ ନେଇ ଏବେ ସବୁଆଡେ ଚର୍ଚ୍ଚା।

ଏହି ଫିଲ୍ମଟି ଏକ ମଧ୍ୟବିତ୍ତ ପରିବାରର ନିତିଦିନର ଘଟଣାକୁ ନେଇ ତିଆରି ହୋଇଛି। ଏଥିରେ ମଧ୍ୟବିତ ପରିବାରର ଯୁବକର ଚାକିରି ପାଇଁ ସଂଘର୍ଷ ସହିତ ଜୀବନରେ ବାପାଙ୍କର ଭୂମିକାକୁ ନେଇ ବହୁତ ଭଲଭାବରେ ଦର୍ଶାଯାଇଛି। ଅନ୍ୟ କୌଣସି ଫିଲ୍ମର ଏହା ରିମେକ ତଥା କପି ହୋଇନଥିବାରୁ ଦର୍ଶକଙ୍କ ମନକୁ ଏହି ଫିଲ୍ମ ଛୁଇଁପାରିଛି।

ତେବେ ପ୍ରିମିୟରର ଅବସରରେ ସିନେମା ହଲରେ ଅଭିନେତା ମନୋଜ ମିଶ୍ର, ପାର୍ଥସାରଥି, ଉଷଶ୍ରୀ ମିଶ୍ର, ପିଣ୍ଟୁ ନନ୍ଦ, ପୁପିନ୍ଦର ଆଦି ଅନେକ କଳାକାର ପହଞ୍ଚି ସିନେମା ଦେଖିଥିଲେ। ସିନେମା ଦେଖି ଆସିବା ପରେ ମିଡିଆ ସାମ୍ନାରେ ପୁପିନ୍ଦର ଭୋ ଭୋ ହୋଇ କାନ୍ଦି ପକାଇଥିଲେ।

ଏହା ପୁପିନ୍ଦରଙ୍କର କୌଣସି ଅଭିନୟ ନଥିଲା। ସେ ପ୍ରକୃତରେ କାନ୍ଦି ଥିଲେ। ପୁପିନ୍ଦର କହିଥିଲେ ଯେ ସେ ସିନେମା ହଲରେ ନିଜ କାନ୍ଦକୁ ରୋକି ପାରିନଥିଲେ। କାରଣ ଫିଲ୍ମ ଦେଖିବା ସମୟରେ ତାଙ୍କୁ ନିଜ ବାପାଙ୍କ କଥା ବହୁତ ମନେ ପଡ଼ିଲା। ସେ ନିଜ ବାପାଙ୍କୁ ମନେ ପକାଇ ଆଉ କାନ୍ଦକୁ ରୋକି ପାରିଲେ ନାହିଁ।

ତେବେ ଶୁଣିବାକୁ ମିଳୁଛି ଯେ ସୁପରହିଟ ହୋଇଥିବା ଏହି ଓଡ଼ିଆ ଫିଲ୍ମ ଟି ଏବେ ହିନ୍ଦୀରେ ରିମେକ ହେବାକୁ ଯାଉଛି। ଗୋଆରେ ଚାଲିଥିବା ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲରେ ଅନୁପମ୍ ଖେର ଏହି ଓଡିଆ ସିନେମାର ହିନ୍ଦି ରିମେକ୍ କରିବା ପାଇଁ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *