ମଝି ରାସ୍ତାରୁ ଝିଅକୁ ଉଠାଇନେଲେ ଦୁ-ର୍ବୁତ୍ତ, ଅଭି-ଯୋଗ ପରେ ପରିବାର ସଦସ୍ୟଙ୍କୁ 24 ଘଣ୍ଟା ଅପେକ୍ଷା କରିବାକୁ କହିଛି ପୋ-ଲିସ

କଟକର ବାଙ୍କି ଥା-ନା ଅନ୍ତର୍ଗତ ଡମପଡା ରାସ୍ତାରୁ 1 ଡିସେମ୍ବର ସନ୍ଧ୍ୟା 6:05 ବେଳେ କିଛି ଦୁ-ର୍ବୁତ୍ତ ଜଣେ ଯୁବତୀଙ୍କୁ ମଝି ରାସ୍ତାରୁ ଉଠାଇ ନେଇଛନ୍ତି। ପରିବାର ସଦସ୍ୟ ଏହା ବିଷୟରେ ଜାଣିବା ପରେ ସ୍ଥାନୀୟ ଥା-ନାରେ ଅଭି-ଯୋଗ କରିଥିଲେ। ଏହାପରେ ପୋ-ଲିସ କହିଥିଲା ଯେ 24 ଘଣ୍ଟା ଅପେକ୍ଷା କର। କିନ୍ତୁ ଆଜିକୁ ଦୁଇ ଦିନ ବିତିଗଲାଣି କିନ୍ତୁ ଝିଅର କୌଣସି ପତ୍ତା ମିଳୁନାହିଁ।

ତେବେ ସୂଚନା ଅନୁସାର ଯୁବତୀଙ୍କ ନାମ ଝୁନା ଜେନା। ସେ କଟକର ବାଙ୍କିଥାନା ଅନ୍ତର୍ଗତ ଡମପଡାର ସୁବୁଦ୍ଧିସାହି ଗ୍ରାମରେ ବାସ କରନ୍ତି। ଯୁବତୀ ଜଣକ ଭାରତ ମସଲା କମ୍ପାନୀରେ କାମ କରନ୍ତି। ସବୁ ଦିନ ପରି ସେଦିନ ମଧ୍ୟ ଝୁନା ଅଫିସ କାମ ସାରି ବସ୍ ରେ ଆସୁଥିଲେ। ବସଷ୍ଟାଣ୍ଡ ଠାରେ ଓହ୍ଲାଇ ସେ ଘରକୁ ଚାଲି ଚାଲି ଯାଉଥିଲେ। ଯିବା ସମୟରେ ସେ ନିଜ ଭାଇ ସହ କଥା ହେଉଥିଲେ।

ଆଉ ଠିକ ଏତିକି ବେଳେ ହଠାତ କିଛି ଦୁ-ର୍ବୁତ୍ତ ଯୁବତୀଙ୍କୁ ଅପ-ହରଣ କରିନେଲେ। ଯୁବତୀ ଜଣକ ନିଜ ଭାଇ ସହ କଥା ହେବା ବେଳେ ଏପରି ଘ-ଟଣା ଘଟିବା କାରଣରୁ ଫୋନରେ ଭାଇଟି ନିଜ ଭଉଣୀର ଚି-ତ୍କାର ଶୁଣିଥିଲା। ଏହାପରେ ସେ ପରିବାର ଲୋକଙ୍କୁ ଫୋନ କରି ସବୁ କଥା କହି ଭଉଣୀକୁ ଖୋଜିବାକୁ କହିଥିଲା।କିନ୍ତୁ ପରିବାର ଲୋକ ଘଟ-ଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କଲା ପରେ ବି କିଛି ପାଇନଥିଲେ।

ଏହାପରେ ଆଉ କିଛି ଉପାୟ ନପାଇ ଯୁବତୀଙ୍କ ବାପା ଚରଣ ଜେନା ଥା-ନାରେ ଅଭି-ଯୋଗ କରିଥିଲେ। ଅଭି-ଯୋଗ ସମୟରେ ସେ କହିଥିଲେ ଯେ କମ୍ପାନୀର କିଛି ଲୋକ ନଚେତ ବଡ ଝିଅ ଯେଉଁ ସାଲେପୁରରେ ବାହା ହୋଇଛି ସେହିଠାର ହିଁ କିଛି ଯୁବକ ଝିଅକୁ ଅପହରଣ କରିଥିବେ ବୋଲି ତାଙ୍କର ସ-ନ୍ଦେହ ହେଉଛି।

ତେବେ ଘଟ-ଣାକୁ ତ-ଦନ୍ତ କରିବା ସହ ଝିଅର ପରିବାର୍ ସଦସ୍ୟଙ୍କୁ 24 ଘଣ୍ଟା ଅପେକ୍ଷା କରିବାକୁ ପୋ-ଲିସ କହିଛି। କିନ୍ତୁ ଆଜିକୁ 2 ଦିନ ବିତିଗଲାଣି। ଝିଅର କିଛି ପତ୍ତା ମିଳୁନି। ଝିଅର ନିଖୋ-ଜରେ ପରିବାର ଲୋକ ସମ୍ପୁର୍ଣ୍ଣ ଭା-ଙ୍ଗି ପଡିଛନ୍ତି। ତେବେ ପୋ-ଲିସ ଏବଂ ପରିବାର ସଦସ୍ୟ ମିଡିଆ ସାହାଯ୍ୟରେ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ଯଦି କେହି ଝିଅଟିକୁ ଦେଖିବେ ତାହାଲେ ନିକଟସ୍ଥ ପୋ-ଲିସ ଥା-ନାରେ ଜଣାଇବେ।

Leave a Reply

Your email address will not be published. Required fields are marked *