ମୁଁ କେବେ କାହାଠାରୁ ନିଜକୁ କମ୍ ଭାବେନି । ଲୋକ ମୋ ଆଡକୁ ଚାହିଁଲେ ମୁଁ ନିଜକୁ ସୁପରଷ୍ଟାର ଭାବେ ।

ବନ୍ଧୁଗଣ ଏକ ସାକ୍ଷାତକାର ଅବସରରେ ନିଜ ଜୀବନର ସଂଘର୍ଷ କାହାଣୀ ବିଷୟରେ କହିଥିଲେ ହରିହର ଦେଓ । ତେବେ ହରିହର ଦେଓ ନାଁଟି ପ୍ରାୟ ସମସ୍ତେ ଜାଣିଥିବେ । ୨୫ ବର୍ଷ ଧରି ସେ ଓଡ଼ିଶାରେ କାର୍ଯ୍ୟକ୍ରମ କରୁଛନ୍ତି । କେବଳ ଓଡିଶା ନୁହେଁ ଓଡିଶା ବାହାରେ ମଧ୍ୟ ସେ ଯାଇକି ଷ୍ଟେଜ ଶୋ କରିଛନ୍ତି ଆଉ ବହୁତ ପ୍ରଶଂସା ସାଉଁଟିଛନ୍ତି । ହରିହର ଷ୍ଟେଜକୁ ଉଠିଲେ ଦର୍ଶକଙ୍କ ତାଳି ବାଜେ । ‘ବାଃ ବାଃ ରେ ମୋ ବଡ଼ ଦେଉଳିଆ ବନ୍ଧୁ’ କଥା କୁହନ୍ତୁ କିମ୍ବା ଅନ୍ୟ ଭଜନ ଦର୍ଶକଙ୍କ ଡିମାଣ୍ଡ ଥାଏ ହରିହରଙ୍କ ନିକଟରୁ ଫର୍ମାନ୍ସ ପାଇଁ ।

ଜନ୍ମରୁ ଦିବ୍ୟାଙ୍ଗ ବୋଲି ଲୋକେ ଥଟ୍ଟା ମଜା କରି ପ୍ରଥମେ ପରିହାସ କରୁଥିଲେ । କିନ୍ତୁ ସେ ନିଜ ଆଖିର ଲୁହକୁ ପଥର କରି ମଞ୍ଚରେ ଛିଡ଼ା ହୋଇଛନ୍ତି । ଏହାସହ ଅନେକ ଦିବ୍ୟାଙ୍ଗଙ୍କୁ ମଞ୍ଚରେ ଛିଡ଼ା କରାଇବାରେ ସମର୍ଥ ହୋଇପାରିଛନ୍ତି । ଭିନ୍ନକ୍ଷମ ଅଛନ୍ତି ହରିହର ସତ ହେଲେ ସେ କେବେହେଲେ ନିଜକୁ ଭିନ୍ନକ୍ଷମର ପରିଚୟ ଦେଇ ନାହାଁନ୍ତି । ତେବେ ଆସନ୍ତୁ ଜାଣିବା ସେ ଆହୁରି କଣ କଣ ସବୁ କହିଛନ୍ତି ।

ବର୍ତମାନ ପର୍ଯ୍ୟନ୍ତ ହରିହରଙ୍କ ଜୀବନ କେମିତି ଥିଲା ଆଉ କେମିତି କଟିଛି ପ୍ରଶ୍ନର ଉତ୍ତରରେ ହରିହର ହଁସି କି କହିଲେ, “ମୋ ଜୀବନଶୈଳୀ ବହୁତ ଭଲରେ କଟିଛି । ଆଉ ଏଇଥିପାଇଁ ଭଲ କହିବି କି ଯଦି ସମସ୍ତଙ୍କ ଘରେ ଯଦି ଗୋଟିଏ ଦିବ୍ୟାଙ୍ଗ ଜନ୍ମ ହୋଇଥାଏ ତେବେ ବାପା ମା’ମାନେ ଦୁଃଖ ପ୍ରକାଶ କରିଥାନ୍ତି ହତାଦର କରିଥାନ୍ତି । କିନ୍ତୁ ମୋ ପକ୍ଷରେ ସେ ସବୁ କିଛି ହୋଇନାହିଁ । ମୋର ୭ ଜଣ ଭଉଣୀ ଆଉ ମୋ ମାଆ ସମସ୍ତେ ମୋତେ ବହୁତ ଭଲ ପାଆନ୍ତି ଆଉ ସପୋର୍ଟ ମଧ୍ୟ କରନ୍ତି । ମୋ ବାପା ମଧ୍ୟ ଢେର ସପୋର୍ଟ କରିଛନ୍ତି ।

ଆଉ ମଧ୍ୟ ମୋ ଗାଁ ଲୋକେ ଆଉ ମୋ ଆଖପାଖର ସମାଜ ଭଲରେ ଗ୍ରହଣ ମଧ୍ୟ କରନ୍ତି । ଆଉ ମୋଟେ କେବେ ଫିଲ କରିବାକୁ ଦେଇ ନାହାନ୍ତି ମୁଁ ବିକଳାଙ୍ଗ ବୋଲି । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ମୁଁ ଭାଗ୍ୟବାନ । ମୁଁ ମୋର ସବୁକିଛି ସେୟାର କରେ ମୋ ମା ସହିତ । ଯାହା ଭି କୁହେ ମୋ ଭଉଣୀ, ଭିଣେଇ ଆଉ ମାକୁ କୁହେ । ମୁଁ କେବେ କାହାଠାରୁ ନିଜକୁ କମ୍ ଭେବେନି । ଲୋକ ମୋ ଆଡ଼କୁ ଚାହିଁଲେ ମୁଁ ନିଜକୁ ସଲମାନ ଖନ୍ ଭଳିଆ ସୁପରଷ୍ଟାର ଭାବେ । ସେବେଠାରୁ ମୁଁ ଆଉ କେବେ ପଛକୁ ବୁଲିକି ଦେଖିନି” ।

Leave a Reply

Your email address will not be published. Required fields are marked *