ଆପଣଙ୍କ ପାର୍ଟନର ର ପ୍ରିଭିଅସ ଶାରିରୀକ ହିଷ୍ଟ୍ରି ବିଷୟରେ ଜାଣି ନଥିଲେ କଣ୍ଡୋମ୍ ପିନ୍ଧାନ୍ତୁ।

ବର୍ତମାନ ର ସମୟରେ ପୁଅ ଓ ଝିଅମାନଙ୍କ ମଧ୍ୟରେ ଯେଉଁ ପ୍ରେମ ଓ ସଂପର୍କ ଗଢିଉଠିଛି ତାହା ବାସ୍ତବରେ ଆକଳନୀୟ।କହିବାକୁ ଗଲେ ଝିଅ ଓ ପୁଅ ମାନେ ସ୍କୁଲ ସମୟରୁ ପ୍ରେମ କରିବା ଆରମ୍ଭ କରିସାରିଲେଣି। ଆଜିକାଲି ର ଦୁନିଆରେ ଚଳଚ୍ଚିତ୍ର କୁ ଆଧାର କରି ପିଲାମାନେ ବିଗିଡି ଯାଉଛନ୍ତି। ସବୁକିଛି କାର୍ଯ୍ୟକୁ ସେମାନେ ଚଳଚ୍ଚିତ୍ର ସହ ଯୋଡ଼ି କରିବାକୁ ଲାଗିଛନ୍ତି। ଏବେ ଭଲ ପାଉଥିବା ପୁଅ ଓ ଝିଅ ଙ୍କ ମଧ୍ୟରେ ସେକ୍ସ ଏକ ମୂଳ ଲକ୍ଷ ବୋଲି ଜଣାଯାଇଛି।ପ୍ରେମ ଆରମ୍ଭ ହେବା ମାତ୍ରେ ଦୁହେଁ ଏଥି ପାଇଁ ରାଜି ହୋଇଯାଆନ୍ତି ଯାହାପରେ ଅନେକ ଯୁବକ ସେହି ଯୁବତୀଙ୍କୁ ଛାଡ଼ି ଯାଆନ୍ତି ଏବଂ ଆଉ କିଛି ଲିଭ୍ ଇନ୍ ରେ ରହିଥାନ୍ତି।

ଅନେକ ସମୟରେ ସେକ୍ସ ଲିଭ୍ ଇନ୍ ରେ ରହୁଥିବା ପ୍ରେମୀ ଯୁଗଳଙ୍କ ମଧ୍ୟରେ ହୋଇଥାଏ।ଯେଉଁମାନେ ନିଜ ଘର ଲୋକଙ୍କୁ ନ ଜଣାଇ ଲିଭ୍ ଇନ୍ ରେ ରହିଥାନ୍ତି ସେମାନଙ୍କ ମଧ୍ୟରେ ଏହି ଭଳି ଶାରୀରିକ ସଂପର୍କ ରହିଥାଏ।ବିନା ପ୍ରତିରୋଧକ ରେ ଅନେକ ଥର ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ଅନେକ ପ୍ରକାରର ସଂକ୍ରମଣ ର ଆଶଙ୍କା ରହିଥାଏ।ପ୍ରଥମତଃ ବିନା ପ୍ରତିରୋଧ ରେ ଶାରୀରିକ ସମ୍ପର୍କ ରଖିଲେ ଗର୍ଭବତୀ ହେବାର ସମ୍ଭାବନା ଥାଏ ଏବଂ ଏଡ଼ସ ଭଳି ରୋଗ ମଧ୍ୟ ହେବାର ସମ୍ଭାବନା ରହିଥାଏ।

ସାଧାରଣତଃ ଏଡ଼ସ ବାରମ୍ବାର ବିନା ପ୍ରତିରୋଧକ ରେ ଶାରୀରିକ ସଂପର୍କ ରଖିଲେ ଏଡ଼ସ ର ଭୂତାଣୁ ଶରୀର ମଧ୍ୟକୁ ପ୍ରବେଶ କରିଥାଏ ଏବଂ ଏହା ଅନ୍ୟ କାହା ସହ ଶାରୀରିକ ସଂପର୍କ ରଖିଲେ ଏହି ଭୂତାଣୁ ମଧ୍ୟ ତା ଶରୀରକୁ ବିନିମୟ ହୋଇଥାଏ ଯାହାଦ୍ଵାରା ସେହି ପାଟନର୍ କୁ ମଧ୍ୟ ସେହି ଭୂତାଣୁ ସଂକ୍ରମଣ କରିଥାଇ ଏହିଭଳି ଆଉ କିଛି ଲୋକଙ୍କ ସହ ଶାରୀରିକ ସଂପର୍କ ରଖିଲେ ଏହା ଆପଣଙ୍କ ଶରୀରକୁ ଆକ୍ରମଣ କରିଥାଇ,ଏବଂ ସେହିଠୁ ଏଡ଼ସ ରୋଗ ବଢ଼ିବାରେ ଲାଗିଥାଏ।ସେଥି ପାଇଁ ସର୍ବଦା ପାଟନର୍ ଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ପ୍ରଥମେ ପ୍ରତିରୋଧକ ଔଷଧ କିମ୍ବା କଣ୍ଡୋମ୍ ବ୍ୟବହାର କରିବା ଉଚିତ୍।

ପ୍ରଥମେ ଏହି ରୋଗ ୟୁଏସଏ ରେ ପରିଲକ୍ଷିତ ହୋଇଥିଲା କାରଣ ୟୁଏସଏ ହେଉଛି ସେକ୍ସ ଫ୍ରି କଣ୍ଟ୍ରି,ସେଥିପାଇଁ ସମସ୍ତେ ନିଜ ଇଚ୍ଛା ଅନୁସାରେ ସେଠାରେ ବିନା ପ୍ରତିରୋଧକ ରେ ମଧ୍ୟ ସେକ୍ସ କରିପାରିବେ ।ସେଠାରେ ସେକ୍ସ ପାଇଁ କୌଣସି ଅନୁମତି ନେବାକୁ ପଡ଼ିନଥାଇ।ସେଥିପାଇଁ ସେହି ଜାଗାରେ ଏହି ରୋଗ ଅନେକ ମାତ୍ରାରେ ହୋଇଥାଏ ଏବଂ ସେଠାକାର ଲୋକମାନେ ଅନେକ ମାତ୍ରାରେ ଏହି ରୋଗରେ ପ୍ରଭାବିତ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *