ଦମନ ଆସିଲା ବୋଲି ଓଡ଼ିଆ ଇଣ୍ଡଷ୍ଟ୍ରି ବଞ୍ଚିଗଲା ଏକଥା ମୁଁ ବିଶ୍ଵାସ କରିବିନି,କହିଲେ ସିଦ୍ଧାନ୍ତ ମହାପାତ୍ର।

ଆଜିର ସମୟରେ ଲୋକମାନେ ଚଳଚ୍ଚିତ୍ର ଦୁନିଆରେ ନିଜକୁ ହଜାଇ ଦେଉଛନ୍ତି।କିଛି ନୂଆ ଚଳଚ୍ଚିତ୍ର ବିଷୟରେ ଶୁଣିବା ମାତ୍ରେ ସେମାନେ ସେହି ଚଳଚ୍ଚିତ୍ର ର ଶୁଭମୁକ୍ତି ତାରିଖ କୁ ଚାହିଁ ବସିଥାନ୍ତି,ଯେ କେବେ ସେହି ଫିଲ୍ମ ଶୁଭମୁକ୍ତି ହେବା ଏବଂ ସେମାନେ ଯାଇ ତାକୁ ଦେଖିବେ। ଏବେ ଲୋକମାନେ ଚଳଚ୍ଚିତ୍ର କୁ ଦେଖି ଏମିତି ଭାବରେ ନିଜକୁ ବଦଳାଇଦେଉଛନ୍ତି କାରଣ ଅଭିନୟରେ ହିରୋ ଯେଉଁଭଳି ଡ୍ରେସ୍ ଅପ୍ ହୋଇଛି , ହେୟାର ଷ୍ଟାଇଲ ମଧ୍ୟ କରୁଛନ୍ତି।

କିଛି ସମୟ ପୂର୍ବରୁ ଲୋକମାନଙ୍କର ଓଡ଼ିଆ ଚଳଚ୍ଚିତ୍ର ଜଗତ ଉପରୁ ଭରଷା ଓ ବିଶ୍ୱାସ ଉଥିଯାଇଥିଲା କାରଣ ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ କିଛି ନୂଆ ସିନେମା ନକରି ଆଉ କେଉଁ ସିନେମା କୁ କପି କରୁଥିଲେ ଯାହା ଦ୍ଵାରା ଲୋକମାନେ ସେହି ଚଳଚ୍ଚିତ୍ର ଦେଖିବାପାଇଁ ଯାଉନଥିଲେ ଯାହା ଦ୍ଵାରା ଶୁଣିବାକୁ ମିଳୁଥିଲା କି ଓଡ଼ିଆ ସିନେ ଜଗତର ଅବସାନ ହୋଇଯାଇଛି ବୋଲି।

କିନ୍ତୁ ଏବେ ଏକ ଦମଦାର କାହାଣୀ ସାଙ୍ଗକୁ ଭଲ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କୁ ଭେଟିଦେଇଛନ୍ତି ଯାହା ଦ୍ଵାରା ଶୁଣିବାକୁ ମିଳୁଛି ଯେ ଏହି ଚଳଚ୍ଚିତ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତ କୁ ଆଉ ଥରେ ସମସ୍ତଙ୍କ ଆଗରେ ସମକକ୍ଷ ହେବା ପାଇଁ ପ୍ରସ୍ତୁତ କରିପାରିଛି। ଏହି କଥାକୁ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ସମସ୍ତଙ୍କ ଅତି ଆପଣାର ଅଭିନେତା ସିଦ୍ଧାନ୍ତ ମହାପାତ୍ର ଖଣ୍ଡନ କରିଛନ୍ତି

ସେ କହିଛନ୍ତି କି କେବଳ “ଦମନ” ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରି ଆଉ ଥରେ ଛିଡ଼ା ହେବା ପାଇଁ ଆଉ ଥରେ ଅଣ୍ଟା ଭିଡ଼ିଛି ଏହା ସମ୍ପୂର୍ଣ୍ଣ ଭୁଲ କାରଣ ଆମେ ଦର୍ଶକଙ୍କ ମନପସନ୍ଦର ଚଳଚ୍ଚିତ୍ର ପ୍ରସ୍ତୁତ କରିପାରୁନଥିଲୁ ଯାହା ଦ୍ଵାରା ଲୋକମାନେ ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରୁନଥିଲେ।

କିନ୍ତୁ ଚଳଚ୍ଚିତ୍ର ” ଦମନ” ରେ ଏହିଭଳି କିଛି ଦମଦାର କାହାଣୀ ଥିବାରୁ ଏହା ଭଲ ଭାବରେ ଆଗକୁ ଆଗେଇଚାଲିଛି। ସିଦ୍ଧାନ୍ତ କହିଛନ୍ତି ଯେ କଳାକାର ମାନେ ଏମିତି ଭୁଲ ଭବନ ରୁ ଦୁରେଇରୁହନ୍ତୁ ଯେ ଚଳଚ୍ଚିତ୍ର ଟି କେବଳ ସେମାନଙ୍କ ପାଇଁ ହିଁ ଚାଲିଛି କାହିଁକି ନା ଅନେକ ଚଳଚ୍ଚିତ୍ର ଷ୍ଟାର କାଷ୍ଟ ଙ୍କ ଦ୍ଵାରା ନିର୍ମିତ ହୋଇଥାଏ ଯାହା ଭଲ ବ୍ୟବସାୟ କରିଥାଏ କିନ୍ତୁ କେତେକ କ୍ଷେତ୍ରରେ ଅବସାନ ମଧ୍ୟ ଘଟିଥାଏ।ଏହି ସକାଶେ ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ଏହିଭଳି ସମସ୍ୟା ଦେଖାଦେଇଛି।ସିଦ୍ଧାନ୍ତଙ୍କ ଦ୍ଵାରା ଅଭିନୀତ ଆଉ ଏକ ଚଳଚ୍ଚିତ୍ର ଆଉ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି ଯାହାର ନାମ ହେଉଛି ” ପ୍ରତୀକ୍ଷା” ।

ଏହି ଚଳଚ୍ଚିତ୍ରରେ ମଧ୍ୟ ସିନ୍ଧନ୍ତ ଏକ ଦମଦାର ଭୂମିକା ରେ ଅଭିନୟ କରିଛନ୍ତି ଏବଂ ସେ କହିଛନ୍ତି କି ଏହି ଚଳଚ୍ଚିତ୍ରରେ ଦର୍ଶକଙ୍କ ମନକୁ ଛୁଇଁ ପାରିବ ଓ ଭଲଲାଗିବା ଭଳି କାହାଣୀ ମଧ୍ୟ ରହିଛି ଯାହାକୁ ଲୋକେ ନିଶ୍ଚୟ ଦେଖିବା ଉଚିତ୍।ଏବଂ ଶେଷରେ ସେ କହିଛନ୍ତି ଯେ ଯେଉଁ ଚଳଚ୍ଚିତ୍ରକୁ ଶୁଭମୁକ୍ତି କରିବା ପାଇଁ ସିନେମା ହଲ ମିଳୁନାହିଁ ଏନେଇ କେସ ଚାଲିଥିଲା ତାହା ଏବେ ସମାଧାନ ହୋଇପାରିଛି।

ଯଦି ଫିଲ୍ମ ଟି କିଛି ରୋଜଗାର କରିପାରିବ ତାହେଲେ ତାହାକୁ ନିଶ୍ଚିତ ପ୍ରେକ୍ଷାଳୟ ମିଳିପାରିବ। ଭଲ କଣ୍ଟେଣ୍ଟ ସାମ୍ନାକୁ ଅଭିନୟ ଥିଲେ ଲୋକମାନେ ସେ ଚଳଚ୍ଚିତ୍ରକୁ ନିଶ୍ଚୟ ଦେଖିବାକୁ ଆସିବେ ଏବଂ ଏହା ଭଲ ବ୍ୟବସାୟ କରିବା ଯାହା ଦ୍ଵାରା ଲୋକମାନେ ମଧ୍ୟ ଏହାର ମୂଲ୍ୟ ଉଥାଇପାରିବେ ।।

Leave a Reply

Your email address will not be published. Required fields are marked *