୧୨ ପୂରି ୧୩ ଚାଲିଛି ମୋ ଝିଅକୁ । କେଜାଣି କିଏ ତାକୁ ଫୁସୁଲେଇ କୁଆଡେ ନେଇଯାଇଛି । ଅଭିଯୋଗ ଆଣିଲେ ବାପା ।

ରାଜଧାନୀରୁ ପୁଣି ଲଜ୍ଜାଜନକ ଘଟଣା ଗୋଟେ ସାମ୍ନାକୁ ଆସିଛି । ଜଣେ ୧୨/୧୩ ବର୍ଷର ନାବାଳିକାକୁ ଫୁସୁଲେଇ କେହି ତାକୁ କୁଆଡ଼େ ନେଇ ଯାଇଛି ବୋଲି ଜଣେ ବାପା ଅଭିଯୋଗ ଆଣିଛନ୍ତି । ତେବେ ଉକ୍ତ ବାଳିକାଙ୍କ କହିବା ମୁତାବକ, ୨୦ ତାରିଖ ରବିବାର ଦିନ ଝିଅ ଘରକୁ ଆସିଥିଲା । ସାମ୍ନାରେ ଛିଡ଼ା ହେଲା ୨/୩ ସେକେଣ୍ଡ ଛିଡ଼ା ହେବାପରେ ଦୋକାନ ଭିତରକୁ ଗଲା । ଦୋକାନ ଭିତରେ କିଛି ସମୟ ଛିଡ଼ା ହେବାପରେ ସିଧା ଘର ଆଡ଼କୁ ଗଲା ।

ତାପରେ ସେ ତା ବୋଉକୁ କହିଲା ସାର୍ଟ ସିଲାଇବାକୁ ଯିବି ବୋଲି । ତାପରେ ତା ବୋଉ କଣ କହିଲା ପାଣି ତତେଇ ଦେଇଛି ତୁମେ ଚାଉଳ ନେଇକି ଆସିଲେ ଭାତ ବସେଇ ଦେଇ ତା ସାର୍ଟ ନେଇ ଯିବି ସିଲେଇବାକୁ । ତାପରେ ଝିଅ ସାର୍ଟ ନେଇକି ଆସିକି ଦୋକାନକୁ ଆଉ ଆସିନି । ଘର ପାଖରୁ ସିଆଡେ ଗଲା ପରେ ୧୦/୧୫ ମିନିଟ୍ ପରେ ଛୁଆର ବୋଉ ଆସି ମୋତେ ରାଗିକି ପଚାରିଲା କଣ ଚାଉଳ ପାଇଁ କହିଥିଲି କାଇଁ ପଠେଇଲନି ।ତୋ ମୁଁ କହିଲି କାଇଁ ମୋ ପାଖକୁ କେହି ଆସିନାହାନ୍ତି ।

ତା ପରେ ତା ବୋଉ ଆସି ଦୋକାନରୁ ଚାଉଳ ନେଇକି ନିଜେ ପଳେଇଲା । ଏହାପରେ ୨/୩ ଘଣ୍ଟା ଯିବା ପରେ ଝିଅ ଫେରିଲା ନାହିଁ । ତାପରେ ମୁଁ ଖୋଜିବା ପାଇଁ ଗଲି ରାତି ୨ଟା ଅଢେଇଟା ପର୍ଯ୍ୟନ୍ତ ଖୋଜିଲି । ମୁଁ ଭାବିଲି କାଳେ ଡେରି ହେଇଗଲାଣି ବୋଲି ମାଡ଼ ଗାଳିକୁ ଭୟ କରିକି କେଉଁଠି ଲୁଚି ଯାଇଥିବ । ୨୦ ତାରିଖ ଦିନ ରାତି ଓ ୨୧ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ବହୁତ ଖୋଜିଲା ପରେ ମିଳିଲା ନାହିଁ ଯେମିତି ଆମେ ଥାନାକୁ ଗଲୁ । କାରଣ ତା ପୁର୍ବରୁ ଝିଅ ମଧ୍ୟ ଏମିତି ୨/୩ ଥର ପାଲେଇଥିଲା । ଏମିତି କି ଜଣେ ସ୍ଵାମୀ ସ୍ତ୍ରୀ ସହ କଟକ ମଧ୍ୟ ପଳେଇ ଯାଇଥିଲା ।

କଟକରୁ ଖୋଜି ଆଣିଥିଲୁ । ତାପରେ ଝିଅ ଆମର ବହୁତ ଭଲରେ ଥିଲା ଆମକୁ ହଇରାଣ ମଧ୍ୟ କରୁ ନଥିଲା । ତା ଭାଇ ଭଉଣୀକୁ ଧରି ପଢାଏ ନିଜେ ମଧ୍ୟ ପଢେ । ଆଉ ବନ୍ଧୁ ବନ୍ଧବଙ୍କ ଘରକୁ ମଧ୍ୟ ଆମେ କେବେ ଛାଡ଼ିନୁ ତୋ ସେ ଜାଣିନି । ଆଉ ଆମେ କଥା ମଧ୍ୟ ହୋଇଛୁ ଫୋନରେ ସେମାନେ କେହି ଲୁଚେଇବେନି ଭଲ ଲୋକ । କଉଠିକି କଣ ଗଲା ଆମେ ବାପା ମା ବହୁତ ଚିନ୍ତାରେ ଅଛୁ । ପୋଲିସ୍ ଆସିକି ଦେଖିକି ବୁଝାବୁଝି କରିକି ଗଲା କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠନ ନେଇନାହିଁ । ମୁଁ କେବଳ ଚାହୁଁଚି କି ମୋ ପିଲାଟି ମୋ ପାଖକୁ ଫେରିଆସୁ ।

Leave a Reply

Your email address will not be published. Required fields are marked *