ପ୍ରେମକୁ ବି-ରୋଧ କରିବାରୁ ପ୍ରେମିକାର ଭାଇକୁ ମା-ରିଦେଲା ପ୍ରେମିକ, ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଉତ୍ତେ-ଜନା

ଯାଜପୁର କାଳିଆପାଣି ଥା-ନା ଅନ୍ତର୍ଗତ ତାରିଣି ଛକରେ ଘଟିଛି ଏକ ଅଭାବନୀୟ ଘଟଣା। ପ୍ରେମରେ ଅସଫଳ ହେବା କାରଣରୁ ପ୍ରେମିକାର ଭାଇକୁ ହ-ତ୍ୟା କଲେ ପ୍ରେମିକ। ଭାଇକୁ ହତ୍ୟା କରିବା ସହ ପ୍ରେମିକାର ବାପାଙ୍କୁ ମଧ୍ୟ ଆକ୍ର-ମଣ କରିଥିଲା ପ୍ରେମିକ।

କିନ୍ତୁ ଭାଗ୍ୟଭଲ ଥିବାରୁ ବାପା ବଂଚି ଯାଇ ଏବେ ସ୍ଥାନୀୟ ଡାକ୍ତରଖାନାରେ ବାପା ଚିକିତ୍ସିତ ହେଉଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରେମିକ ଜଣକ ପୂର୍ବରୁ ବିବାହିତ ଅଟନ୍ତି। ପ୍ରେମିକଙ୍କ ନାମ ସାନ୍ତନୁ।

ସୂଚନା ଅନୁସାରେ ମୃ-ତକ ହେଉଛନ୍ତି ଜିତେନ୍ଦ୍ର ମହାପାତ୍ର ଏବଂ ବାପାଙ୍କ ନାମ ସନ୍ତୋଷ ମହାପାତ୍ର। ତେବେ ପ୍ରେମିକ ସାନ୍ତନୁ ପୂର୍ବରୁ ବିବାହିତ ହୋଇ ମଧ୍ୟ ସନ୍ତୋଷ ମହାପାତ୍ରଙ୍କ ଝିଅକୁ ପ୍ରେମ କରୁଥିଲେ। ଉଭୟ ପରସ୍ପରକୁ ଭଲ ପାଉଥିବା ବେଳେ 2 ଜଣଙ୍କ ପରିବାର ସଦସ୍ୟ କିନ୍ତୁ ଏହାକୁ ବି-ରୋଧ କରୁଥିଲେ।

ଝିଅର ବାପା ପ୍ରେମିକକୁ କହିଥିଲେ ଯେ ଯଦି ସେ ନିଜ ପ୍ରଥମ ପତ୍ନୀକୁ ଛା-ଡ଼ପ-ତ୍ର ଦେବା ସହ ତାଙ୍କ ଝିଅ ନାମରେ 10 ଲକ୍ଷ ଟଙ୍କା ରଖିବେ ତେବେ ସେ ନିଜ ଝିଅର ଵିଵାହ ତାଙ୍କ ସହ କରାଇବେ। କିନ୍ତୁ ପ୍ରେମିକ ସାନ୍ତନୁ ଏଥିରେ ରାଜି ନହୋଇ ଓଲଟା ବାପପୁଅଙ୍କୁ ବିଭିନ୍ନ ସମୟରେ ମା-ରିଦେବାର ଧ-ମକ ଦେଉଥିଲା।

ଉଭୟ ବାପା-ପୁଅଙ୍କର କାଳିଆପାଣିଠାରେ ଏକ ଦୋକାନ ରହିଛି। ଦୋକାନର ଜିନିଷ ପତ୍ର ଆଣି ଜିତେନ୍ଦ୍ର ଗତକାଲି ରାତିରେ ଯେତବେଳେ ଫେରୁଥିଲେ ଠିକ ସେତିକିବେଳେ ପ୍ରେମିକ ସାନ୍ତନୁ ତାଙ୍କୁ ଏକ କଟୁରିରେ ଆକ୍ର-ମଣ କରିଥିଲା। ପୁଅକୁ କିଏ ଆକ୍ର-ମଣ କରୁଥିବା ଦେଖି ବାପା ବଞ୍ଚାଇବା ପାଇଁ ସେଠାକୁ ଦୌଡ଼ିଗଲେ। କିନ୍ତୁ ସେଠାରେ ପହଁଞ୍ଚିବା ମାତ୍ରେ କଟୁରି ଚୋଟରେ ବାପା ମଧ୍ୟ ଆ-ହତ ହୋଇଥିଲେ।

ଉଭୟ ବାପପୁଅଙ୍କୁ ଗୁରୁ-ତର ଅବସ୍ଥାରେ ସ୍ଥାନୀୟ ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜିତେନ୍ଦ୍ରଙ୍କୁ ମୃ-ତ ଘୋଷଣା କରିଥିବା ବେଳେ ସନ୍ତୋଷଙ୍କ ଅବସ୍ଥା ଗୁରୁ-ତର ଅଛି ବୋଲି କହିଥିଲେ। ଏହାପରେ ସ୍ଥାନୀୟ ଲୋକମାନେ ଉତେଜିତ ହୋଇ ସାନ୍ତନୁଙ୍କ ଏକ ଟ୍ରକ୍‌କୁ ପୋଡ଼ି ଦେବା ସହ ତାଙ୍କ ଘର ମଧ୍ୟ ଭା-ଙ୍ଗି ଦେଇଥିଲେ।

ଏହାସହ ଅଭି-ଯୁକ୍ତ ବିରୋଧରେ ଦୃଢ କା-ର୍ଯ୍ୟାନୁ-ଷ୍ଠାନ ଦାବିରେ ଲୋକମାନେ ଆଜି ସକାଳୁ ରାସ୍ତାରୋକ କରି ବସିଛନ୍ତି। ତେବେ ପୋ-ଲିସ୍‌ ଘଟ-ଣାସ୍ଥ-ଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। କିନ୍ତୁ ତଥାପି ଲୋକମାନେ ବୁଝିନଥିଲେ ଏବଂ ଯଥା ଶୀଘ୍ର ନ୍ୟା-ୟ ଦେବା ପାଇଁ ଦାବି କରିଥିଲେ। ଏବେ ପୋଲିସ ହତ୍ୟାକାରୀ ସାନ୍ତନୁକୁ ଅଟକ ରଖି ପଚ-ରାଉ-ଚରା କରୁଛି।

Leave a Reply

Your email address will not be published. Required fields are marked *