ଏବେ ବର୍ଷା ପ୍ରିୟଦର୍ଶନୀ ନୁହେଁ ଏବେ ସ୍ବପ୍ନା ପ୍ରିୟଦର୍ଶନୀ।ଅଭିନେତା ଅନୁଭବ ଏବେ ସ୍ବପ୍ନା ଙ୍କ ହାତ ଧରି ଚାଲିବେ।

ବନ୍ଧୁଗଣ ଆପଣ ମାନେ ସବୁଦିନର ଖବର ସମ୍ପର୍କରେ ନ୍ୟୂଜ୍,ଖବରକାଗଜ ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣିପାରୁଥିବେ।ତେବେ ସବୁ ଖବର ମଧ୍ୟରେ ଅଭିନୟ ଦୁନିଆର ଖଟାମିଠା କଥା ସମ୍ପର୍କରେ ମଧ୍ୟ ଆପଣମାନେ ନିହାତି ଜାଣିଥିବେ।ଏହି ଅଭିନୟ ଦୁନିଆର ଲୋକ ମାନେ ଆମ୍ଭ ମାନଙ୍କର ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ଫିଲ୍ମ କରିଥାନ୍ତି।ତେବେ ଆଜି ଆମେ ଯେଉଁ ଖବର ନେଇ ଆସିଛୁ ସେହି ଖବର ଟି ହେଉଛି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ସୁନାମଧନ୍ୟ ଅଭିନେତାଙ୍କ ସମ୍ପର୍କ ରେ।

ସେହି ଅଭିନେତା ଜଣକ ହେଉଛନ୍ତି ଅନୁଭବ ମହାନ୍ତି।ସେ ଏବେ ଏକ ଫିଲ୍ମ ସୁଟିଂ କରୁଛନ୍ତି ଏବଂ ସେହି ଫିଲ୍ମଟି ହେଉଛି ‘ଲଭ୍ ଇନ୍ ଲଣ୍ଡନ’ ।ତେବେ ଏହି ଫିଲ୍ମର କିଛି ଖବର ସମ୍ପର୍କରେ ଆସନ୍ତୁ ଜାଣିବା।ପାଠକବନ୍ଧୁ ଅନୁଭବ ଏବେ ବର୍ଷାଙ୍କ ହାତ ନୁହେଁ ସ୍ବପ୍ନାଙ୍କ ହାତ ଧରି ଚାଲିବେ।ହଁ ବନ୍ଧୁଗଣ ଏବେ ବର୍ଷା କୁଆଡେ ଅନୁଭବଙ୍କ ସହ ଆଉ ନଜର ଆସିବେନି।ଏବେ ନଜର ଆସିବେ ମଡେଲ ତଥା ଅଭିନେତ୍ରୀ ସ୍ବପ୍ନା ପ୍ରିୟଦର୍ଶନି। ଅନୁଭବ କୁଆଡେ ବର୍ଷାଙ୍କୁ ଛାଡି ସ୍ବପ୍ନାଙ୍କ ସହ ଲଣ୍ଡନ ବର୍ଷାରେ ଭିଜୁଛନ୍ତି।

ବେଶ୍ କିଛି ଦିନର ବ୍ୟବଧାନ ପରେ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ଏବେ ତାଙ୍କ ନୂଆ ସିନେମା ‘ ଲଭ୍ ଇନ୍ ଲଣ୍ଡନ ‘ ପାଇଁ ଲଣ୍ଡନ ରେ ସୁଟିଂ ଚଳାଇଛନ୍ତି। ଆଉ ତାଙ୍କ ବିପକ୍ଷ ରେ ପ୍ରଥମ ଥର ପାଇଁ ନଜର ଆସିବେ ସ୍ବପ୍ନା। ଅନୁଭବ ଓ ବର୍ଷା ଆଗରୁ ଅନେକ ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।କିନ୍ତୁ ଏହି ଫିଲ୍ମ ରେ ସ୍ବପ୍ନ ଅନୁଭବଙ୍କ ସହ କେତେ ଫିଟ୍ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।ନୂଆ ନୂଆ କରି ଅଭିନୟ ଦୁନିଆ ରେ ପାଦ ରଖିଥିବା ସ୍ବପ୍ନା ତାଙ୍କ ଅଭିନୟ ମାଧ୍ୟମ ରେ ଦର୍ଷକ ଙ୍କୁ କେତେ ବାନ୍ଧି ପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ତେବେ ଫିଲ୍ମ ରେ କୌଣସି ପ୍ରକାର ତ୍ରୁଟି ନ ରହେ ସେଥିପାଇଁ ବିଶେଷ ଧ୍ୟାନ ଦେଉଛନ୍ତି ନିର୍ଦ୍ଦେଶକ ତାପସ ସର୍ଘରିଆ।ନୂଆ ରୋଲ୍ ଓ ନୂଆ ଚେହେରାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଅନୁଭବ ଓ ଏହା ମଧ୍ୟ କହିଛନ୍ତି ଫିଲ୍ମ ରେ ପ୍ରେମ ତୋ ଅଛି ତା ସହ ଆବେଗ ମଧ୍ୟ ରହିଛି ଯାହା ଦର୍ଶକଙ୍କ ଆଖି ଲୁହ ଆଣିଦେବ।ତେବେ ଏହା ଦେଖିବାକୁ ବାକି ରହିଲା ଅନୁଭବଙ୍କ ଏଇ ନୂଆ ସିନେମା କେଉଁ ବାର୍ତ୍ତା ଦେଉଛି।

Leave a Reply

Your email address will not be published. Required fields are marked *