ବେଳ ଖରାପ ପଡିଛି ବୋଲି ତୁମେମାନେ ଯାହା ଇଚ୍ଛା ତା କହୁଛ । ମୋ ଦେହ ଟିକେ ଭଲହେଉ, ମୁଁ ତୁମମାନଙ୍କ କଥା ବୁଝୁଛି ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯାତ୍ରା ଦୁନିଆର ଅଭିନେତ୍ରୀ ରାଣୀ ପଣ୍ଡା । ଏହି ନାଁ ଟିକୁ ସମସ୍ତେ ଜାଣନ୍ତି । ସେ ଓଡିଶାର ଯାତ୍ରା ଦୁନିଆରେ ଅଭିନୟ ଛଡ଼ା ତାଙ୍କ ବିବାଦୀୟ କାଣ୍ଡ ପାଇଁ ସାରା ଓଡିଶାରେ ପରିଚିତ । ଆପଣ ମାନେ ଜାଣିଥିବେ ସବୁବେଳେ କିଛି ନା କିଛି ଭିଡିଓକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି ରାଣୀ ପଣ୍ଡା । ରାନୀ ପଣ୍ଡାଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଅଧିକରୁ ଅଧିକ ମାତ୍ରାରେ ଭାଇରାଲ ହୁଏ । ଛୋଟରୁ ବଡ଼ ସମସ୍ତେ ଚିହ୍ନିଛନ୍ତି ରାନୀ ପଣ୍ଡାଙ୍କୁ । ତେବେ ବର୍ତ୍ତମାନ ସମୟରେରେ ଆଉ ଏକ ଭିଡିଓ ଭାଇରାଲ ହେଉଛି ସୋସିଆଲ୍ ମିଡ଼ିଆରେ ।

ରାଣୀ ପଣ୍ଡା ଏହି ଭିଡିଓରେ କାନ୍ଦି କାନ୍ଦି କିଛି କହୁଥିବାର ନଜରରେ ଆସିଛନ୍ତି । ରାନୀ ପଣ୍ଡା କେତେବେଳେ ଭଲ କାମ ପାଇଁ ଚର୍ଚ୍ଚାକୁ ଆସନ୍ତି ତ କେତେବେଳେ ବିବାଦିୟ କାଣ୍ଡକୁ ନେଇ ଚର୍ଚ୍ଚାରେ ଆସନ୍ତି । ରାନୀ ପଣ୍ଡା ସବୁବେଳେ ଲୋକଙ୍କୁ ସାହାଯ୍ୟ କରି ଆସିଛନ୍ତି ଆଉ ଏବେ କିନ୍ତୁ ତାଙ୍କୁ କେହି ସାହାଯ୍ୟ କରୁ ନାହାନ୍ତି । ଆପଣ ମାନେ ଜାଣିଥିବେ ଏହି କିଛି ଦିନ ତଳେ ରାନୀ ପଣ୍ଡାଙ୍କ କାର ଦୁର୍ଘଟଣା ହୋଇଥିଲା ଜଣେ ବାଇକ ଚାଳକଙ୍କ ସହ । ଯେଉଁ ଦୁର୍ଘଟଣାରେ ଏହି ବାଇକ ଚାଳକଙ୍କର ମୃତ୍ଯୁ ହୋଇ ଯାଇଥିଲା ।

ଆଉ ସେଇଥି ପାଇଁ ବହୁତ ନିନ୍ଦା ଅପନିନ୍ଦା ପାଉଛନ୍ତି ଯାହାକୁ ନେଇ ରାନୀ ପଣ୍ଡା କାନ୍ଦି କାନ୍ଦି ନିଜେ ଲାଇଭରେ ଆସି କହିଛନ୍ତି । ଆଉ ରାନୀ ପଣ୍ଡା କହିଛନ୍ତି କି ମୋର ଖରାପ ସମୟ ପଡିଛି ବୋଲି ତାଙ୍କୁ ଏତେ ଅପମାନ ଦେଉଛନ୍ତି ତାଙ୍କର ଯେତେବେଳେ ଭଲ ସମୟ ଆସିବ ସେତେବେଳେ ହିଁ ସେ ଏହାର ଉଚିତ ଉତ୍ତର ଦେଇ ପାରିବେ । ୱାଟ୍ସଆପ୍ ରେ ଷ୍ଟାଟସ୍ ଦେଇ ଲେଖିଛନ୍ତି, “ମୋ ଦେହ ଟିକେ ଭଲ ହେଇଯାଉ ମୁଁ ତୁମ କଥା ବୁଝୁଛି” । ଆଉ ରାଣୀ ପଣ୍ଡା ମଧ୍ୟ ସବୁ ଗଣ ମାଧ୍ୟମକୁ ଅନୁରୋଧ କରି କହିଛନ୍ତି ଯେ ତାଙ୍କ ନାଁରେ କେହି ଅପଚାର ନକରିବା ପାଇଁ ।

ଆଉ ଓଡିଶା ବାସୀଙ୍କ ମନରେ ତାଙ୍କ ପ୍ରତି ଖରାପ ବା ଘୃଣା ଭାବ ନକରିବା ପାଇଁ । ତାହା ସହ କହିଛନ୍ତି ଯେ ତାଙ୍କୁ ସବୁବେଳେ ଅପମାନ ଦେଇ ସମସ୍ତେ ନିଜର ଟିଆରିପ୍ ନେଉଛନ୍ତି । ସମସ୍ତେ ରାନୀ ପଣ୍ଡାଙ୍କୁ ବହୁତ କଥା କହୁଛନ୍ତି କୁଆଡେ ସେ ଗୋଟିଏ ମାଆ ଠାରୁ ତା ପୁଅକୁ ଛଡେଇ ନେଇଛନ୍ତି । ଏସବୁ ମିଛ କଥା ପ୍ରଚାର ନକରିବା ପାଇଁ ଅନୁରୋଧ କରିଛନ୍ତି । ଏହି ଦୁର୍ଘଟଣାରେ ରାନୀ ପଣ୍ଡା ମଧ୍ୟ ଗୁରୁତ୍ୱର୍ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇ ଥିଲେ । ଆଉ ଏବେ ତାଙ୍କୁ ଟିକେ ଭଲ ଲାଗି ଥିବାରୁ ସେ ଏହି ଭିଡିଓ କରି ସେୟାର କରିଛନ୍ତି । ଭଗବାନଙ୍କ ଦୟାରୁ ରାଣୀ ପଣ୍ଡା ମଧ୍ୟ ଅଳ୍ପକେ ବଞ୍ଚି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *