ଇଡି କାର୍ଯ୍ୟାଳୟରେ ଏବେ ହାଜର ହେଲେ ହୋଟେଲ ଵ୍ୟଵସାୟୀ ଶିବ ପ୍ରସାଦ, ନାଗ ଦମ୍ପତିଙ୍କର ଖୋଲିବ ଏବେ ଗୁମର

ଯେତେ ଖୋଳିଲେ ସେତେ ବାହାରୁଛି ଅର୍ଚ୍ଚନାଙ୍କ ଗୁମର। ଅର୍ଚ୍ଚନାଙ୍କ ମାମଲାରେ ଏପର୍ଯ୍ୟନ୍ତ ଯେତେ ଜଣଙ୍କୁ ଜେରା ହୋଇଛି ସେମାନଙ୍କଠାରୁ କିଛି ନା କିଛି ଗୁମର ଫିଟିଛି। ତେବେ ଆଜି ଇଡି କାର୍ଯ୍ୟାଳୟରେ ହାଜର ହେଉଛନ୍ତି ହୋଟେଲ ମାଲିକ ଶିବ ପ୍ରସାଦ ଦାସ।

ସେ ନିଜ ଓକିଲଙ୍କ ସହ ଏବେ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ବ୍ୟବସାୟୀ ଶିବ ପ୍ରସାଦ ଦାସଙ୍କୁ ଇଡିରେ ହାଜର ହେବାକୁ ପୂର୍ବରୁ ହିଁ ନୋଟିସ ଜାରି କରାଯାଇଥିଲା। ଅର୍ଚ୍ଚନା ନାଗଙ୍କ ସହ ଆର୍ଥିକ କାରବାର ନେଇ ଇଡି ଶିବ ପ୍ରସାଦଙ୍କୁ ପଚରାଉଚରା କରିବ ବୋଲି ଶୁଣିବାକୁ ମିଳିଛି।

ପୂର୍ବରୁ 23 ତାରିଖ ଦିନ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସେଦିନ ତାଙ୍କୁ 14 ଘଣ୍ଟା ଧରି ଜେରା କରାଯାଇଥିଲା। ତାପରେ ଦିନ 10 ଟା ବେଳେ ପ୍ରଯୋଜକ ଅକ୍ଷୟ ପରିଜା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସମସ୍ତଙ୍କୁ ପ୍ରଥମେ ଭିନ୍ନ ଭିନ୍ନ ରୁମରେ ଜେରା କରାଯାଇଥିଲା।

ତାପରେ ଅକ୍ଷୟ, ଶ୍ରଦ୍ଧାଞ୍ଜଳି ଏବଂ ଖଗେଶ୍ବରଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା।କେବଳ ଏତିକି ନୁହେଁ ଗତକାଲି ଖଗେଶ୍ୱରଙ୍କ ସହଯୋଗୀ ଚନ୍ଦନ ମଧ୍ୟ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ।ନାଗ ଦମ୍ପତିଙ୍କ ସହ ଚନ୍ଦଙ୍କର ସମ୍ପର୍କ ଏବଂ ଟଙ୍କା କାରବାରକୁ ନେଇ ଇଡି ପ୍ରଶ୍ନ କରିଥିଲା।

ଧୀରେ ଧୀରେ ଇଡି ନୋଟିସ ଜାରି କରି ଏହି ନାଗଫାଶରେ ଯିଏ ସବୁ ସାମିଲ ଅଛନ୍ତି ସମସ୍ତଙ୍କୁ କାର୍ଯ୍ୟାଳୟକୁ ଡାକୁଛି। ସେହିପରି ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ। ତାଙ୍କୁ ମଧ୍ୟ ଏହି ଘଟଣାରେ ଅନେକ ପ୍ରଶ୍ନ ଇଡି ପଚରାଉଚରା କରିବ। ତେବେ ଶୁଣିବାକୁ ମିଳୁଛି ଯେ ଏହି ମାମଲାରେ ପୁଣି ଥରେ ଶ୍ରଦ୍ଧାଞ୍ଜଳୀ ଇଡି କାର୍ଯ୍ୟାଳୟରେ ହାଜର ହୋଇପାରନ୍ତି।

Leave a Reply

Your email address will not be published. Required fields are marked *