ଯଦି ବ୍ୟବହାର କରୁଛନ୍ତି ହ୍ଵାଟ୍ସଆପ ତେବେ ହୋଇଯାଆନ୍ତୁ ସାବଧାନ, ଭିଡ଼ିଓ କଲ କରି ସ୍କାମରମାନେ ଲୁ-ଟିନେଇଯିବେ ଟଙ୍କା

ଦୁନିଆରେ ଏବେ ପ୍ରତ୍ୟେକ ଲୋକଙ୍କ ପାଖରେ ନିଶ୍ଚିତ ଭାବେ ଏକ ସ୍ମାର୍ଟଫୋନ ଆପଣ ଦେଖିବାକୁ ପାଇବେ। କାରଣ ସ୍ମାର୍ଟଫୋନ ଜରିଆରେ ଲୋକମାନେ ନିଜ କାମକୁ ସହଜରେ କରିପାରୁଛନ୍ତି। ନିଜର ମନୋରଞ୍ଜନ ପାଇଁ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି। ଯାହା ପାଖେ ସ୍ମାର୍ଟ ଫୋନ ରହିଛି ସେ ନିଶ୍ଚିତ ଭାବେ ହ୍ଵାଟ୍ସଆପ, ଫେସବୁକ ଆଦି ଚଲାଉଥିବ।

ଏହାକୁ ଦେଖି ଅନେକ ସ୍ମାମର ମାନେ ମଧ୍ୟ ଲୋକଙ୍କଠାରୁ ଟଙ୍କା ଲୁଟିବାକୁ ନୂଆ ନୂଆ ଉପାୟ ଆପଣାଉଛନ୍ତି। କିଛି ଲୋକ ଏପରି ସ୍କାମର ମାନଙ୍କ ଠାରୁ ସାବଧାନ ରହୁଥିଲେ ମଧ୍ୟ ଅନେକ ଲୋକ ଏବେ ମଧ୍ୟ ଫସିଯାଉଛନ୍ତି। ଏବେ ସ୍କାମରମାନେ ଭିଡ଼ିଓକଲ ଦ୍ୱାରା ଲୋକଙ୍କ ଠାରୁ ଟଙ୍କା ଲୁଟିନେଉଛନ୍ତି।

ଏହି ସ୍କାମରମାନେ ପ୍ରଥମେ ଏକ ବ୍ୟକ୍ତି ସହ ମିଠା ମିଠା କଥା ହୁଅନ୍ତି। ଏହାପରେ ଧୀରେ ଧୀରେ ବନ୍ଧୁତା ନିବିଡ଼ କରନ୍ତି। ତାପରେ ସିଧାସଳଖ ଭିଡ଼ିଓ କଲ କରନ୍ତି। ଏହାପରେ ଏହିଠାରୁ ଆରମ୍ଭ ହୋଇଯାଏ ସ୍କାମରଙ୍କ ପ୍ରକୃତ ଖେଳ। ଯଦି ଆପଣ ଭିଡ଼ିଓ କଲକୁ ଉଠାଇ ଦିଅନ୍ତି। ତେବେ ଆପଣ ପୁରା ଫସିଯିବେ। କାରଣ କଲକୁ ଉଠାଇବା ମାତ୍ରେ ଜଣେ ଝିଅ ଭିଡ଼ିଓ କଲ ରେ ଉଲ-ଗ୍ନ ହୋଇ ବସିରହିଥିବ।

ଏହାପରେ ଆପଣ କିଛି କରିବା ଆଗରୁ ହିଁ ହଠାତ କଲ ଟି କ-ଟିଯିବ ଏବଂ ଆପଣଙ୍କୁ ଏକ ମେସେଜ ଆସିବ ଯେ “ଯଦି ତୁମେ ଟଙ୍କା ନ ଦିଅ ତେବେ ଏହି ଭିଡ଼ିଓ କଲର ରେକର୍ଡ଼ିଂଙ୍କୁ ଭାଇରାଲ କରାଯିବ। ତୁମ ପରିବାର ସଦସ୍ୟଙ୍କୁ, ସାଙ୍ଗମାନଙ୍କୁ ମଧ୍ୟ ଏହି ରେକର୍ଡ଼ିଂ ଭିଡ଼ିଓ ପଠାଇ ଦିଆଯିବ।”

ଏତିକି ଶୁଣିବା ମାତ୍ରେ ବ୍ୟକ୍ତିଟି ନିଜର ଇ-ଜ୍ଜତ ଚାଲିଯିବା ଭୟରେ ଲକ୍ଷ ଲକ୍ଷ ଟଙ୍କା ବାଧ୍ୟ ହୋଇ ଦେଇଦିଅନ୍ତି। ଏପରି ସ୍କାମରମାନେ ବ୍ଲା-କମେ-ଲିଙ୍ଗ ଏହିପରି ଭାବେ ଟଙ୍କା ଲୁ-ଟୁଛନ୍ତି। ଅଧିକାଂଶ ଲୋକ ଏପରି ସ୍କାମରେ ଫସିଯାଉଛନ୍ତି। ସେଥିପାଇଁ ଆପଣଙ୍କୁ କହି ରଖୁଛୁ ଯେ ପ୍ରତ୍ୟକ ସମୟରେ ସାବଧାନ ରୁହନ୍ତୁ।

କୌଣସି ଅଜଣା ମେସେଜର ରିପ୍ଲାଏ ଦିଅନ୍ତୁ ନାହିଁ ଏବଂ କେବେ ମଧ୍ୟ କୌଣସି ଅଜଣା ଭିଡ଼ିଓ କଲକୁ ମଧ୍ୟ ଉଠାନ୍ତୁ ନାହିଁ। ନଚେତ ଆପଣ ମଧ୍ୟ ଏପରି ଲୋକଙ୍କ ଠାରୁ ବଂଚି ପାରିବେ ନାହିଁ। ଏହିପରି ସ୍କାମର ଦୁନିଆରେ ଭରି ହୋଇ ରହିଛନ୍ତି। ସେଥିପାଇଁ ସାବଧାନ ରୁହନ୍ତୁ, ସତ-ର୍କ ରୁହନ୍ତୁ।

Leave a Reply

Your email address will not be published. Required fields are marked *