ଝିଅ ସାଙ୍ଗର ପ୍ରେମରେ ପଡ଼ି ସାତ ଜନ୍ମରସାଥି ନିଜ ପତ୍ନୀଙ୍କ ହାତ ଛାଡ଼ି ଫେରାର ହୋଇଗଲେ ସ୍ଵାମୀ

ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘଟଣା ଘଟୁଛି ତାହା ବିଷୟରେ ଜାଣିଥିବେ । ଆଉ ଆଜିକା ଦୁନିଆରେ ପରକୀୟା ପ୍ରୀତି ସତେ ଯେପରି ସବୁଆଡ଼େ ଚାଲିଛି । ଆଉ ଲୋକମାନେ ବହୁତ ଜଲଦି ଏହାକୁ ଆପଣେଇ ନେଉଛନ୍ତି । ପରକୀୟା ପ୍ରୀତି ପାଇଁ ସ୍ବାମୀ ସ୍ତ୍ରୀକୁ କିମ୍ବା ସ୍ତ୍ରୀ ସ୍ୱାମୀକୁ ଛାଡ଼ି କୁଆଡେ ପଳାଉଛି ତୋ ଆଉ କେଉଁଠି ଲୋକେ ଆତ୍ମହତ୍ୟା କରିଦେଉଛନ୍ତି । ଏହି ପରକୀୟା ପ୍ରୀତି ପାଇଁ କେତେ ଯେ ସମ୍ପର୍କ ଭାଙ୍ଗୁଛି ତାହାର କିଛି ହିସାବ ନାହିଁ।

ଏମିତି କିଛି କରିବା ପୂର୍ବରୁ ସ୍ତ୍ରୀ ହେଉ ବା ପୁରୁଷ ଟିକେ ନିଜ ଇଜ୍ଜତ ଆଉ ପରିବାରର ଇଜ୍ଜତ କଥା ଭାବୁ ନାହାଁନ୍ତି । ବିବାହ ଗୋଟିଏ ପବିତ୍ର ବନ୍ଧନ । ଦୁଇ ମନର ସ୍ୱଚ୍ଛ ମିଳନ । କିନ୍ତୁ ଆଜିକାର କିଛି ଦମ୍ପତ୍ତି ଏହି ପରକୀୟା ପ୍ରୀତି ପାଇଁ ଏତେ ତଳକୁ ଖସି ଯାଉଛନ୍ତି ଯାହାର ତୁଳନା କରିବା ଅସମ୍ଭବ ଅଟେ । ଆଜି କାଲିର ଯୁବକ ଯୁବତୀ ମାନେ ସ୍ୱାମୀ ସ୍ତ୍ରୀ ଭଳି ପବିତ୍ର ସମ୍ପର୍କକୁ କଳଙ୍କର ଦାଗ ଲଗାଉଛନ୍ତି । ମିଛ, ଛଳନା, ଅନୈତିକ ଭଳି ସମ୍ପର୍କ ଦେଖିବା ପାଇଁ ମିଳୁଛି । ତେବେ ବନ୍ଧୁଗଣ ସେଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ସହରରେ ।

ଯେଉଁଠି ଜଣେ ସ୍ଵାମୀ ସାତ ଜନ୍ମର ସାଥି ନିଜ ସ୍ତ୍ରୀକୁ ଛାଡ଼ି ଅନ୍ୟଜଣେ ମହିଳା ସହ ଫେରାର ହୋଇଯାଇଛନ୍ତି । ଆଉ ଏବେ ପତ୍ନୀ ଜଣକ ନିଜ ସ୍ଵାମୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ଯେ ସ୍ଵାମୀ ତାଙ୍କୁ କିଭଳି ଠକି ଦେଇ ଦୂରେଇ ଦେବାକୁ ଚାହୁଁଛନ୍ତି ଆଉ ଜଣେ ମହିଳାଙ୍କ ପାଇଁ । ସୂଚନାଯୋଗ୍ୟ ଜଣାଶୁଣା ଜମି ବେପାରୀ ବିକାଶ ଜୈନ ନିଜ ବନ୍ଧୁ ପତ୍ନୀ ସୁନୀତଙ୍କୁ ନେଇ ଫେରାର ମାରିଥିବା ନେଇ ନିଜେ ବିକାଶଙ୍କ ପତ୍ନୀ ମୁଷ୍କାନ୍ ଥାନାରେ ଏତଲା ଦେଇଛନ୍ତି । ତା ସହିତ ଉଭୟଙ୍କୁ ଗିରଫ କରି ଉଚିତ୍ ଦଣ୍ଡ ଦେବାକୁ ମଧ୍ୟ ସେ ଦାବି କରିଛନ୍ତି ।

ତାଙ୍କ କହିବା ଅନୁସାରେ ଗତ ୧ବର୍ଷ ହେବ ବିକାଶ ନିଜ ବନ୍ଧୁପତ୍ନୀ ସୁନୀତାଙ୍କ ପ୍ରେମରେ ପଡ଼ି ନିଜ ସ୍ତ୍ରୀ ଆଉ ପିଲାଛୁଆଙ୍କୁ ଛାଡ଼ି ବନ୍ଧୁପତ୍ନୀଙ୍କୁ ବାହା ହେବାରେ ମାତିଛନ୍ତି । ଏହାକୁ ବାରଣ କଲେ ବିକାଶ ସ୍ତ୍ରୀ ଆଉ ଛୁଆପିଲାଙ୍କ ଉପରେ ଅତ୍ୟାଚାର କରିବାକୁ ମଧ୍ୟ ପଛାଉ ନାହାଁନ୍ତି । ଆଉ କିଛିଦିନ ତଳେ ବିକାଶ ଘରୁ ଟଙ୍କା ସୁନା ଗହଣା ଓ ଜମି କାଗଜ ପତ୍ର ସବୁ ନେଇ ସୁନୀତାଙ୍କୁ ଧରି ଫେରାର ହୋଇଯାଇଥିବା ବେଳେ ସୁନିତା ନିଜର ଆଉ ତାଙ୍କ ପିଲାର ଭବିଷ୍ୟତ ଚିନ୍ତା କରି ବାଧ୍ୟହୋଇ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସ୍ତ୍ରୀ ମୁଷ୍କାନ ।

Leave a Reply

Your email address will not be published. Required fields are marked *