ମୋ ସ୍ତ୍ରୀର ବଡ଼ ଭଉଣୀ ମୋତେ ଦୁଷ୍କର୍ମ କଲା ,ଯବାନଙ୍କ ବଡ ଅଭିଯୋଗ..

 

ଶରୀରର ଭୋକ ମେଣ୍ଟାଇବାକୁ ନିଜ ଭଉଣୀର ସ୍ୱାମୀକୁ ଟାର୍ଗେଟ କରିଥିଲା ଦେଢଶାଶୂ। ନିଶା ଦେଇ ଦୁଷ୍କର୍ମ କରିବା ପରେ ଦୁଷ୍କର୍ମର ଭିଡ଼ିଓକୁ ନେଇ ବ୍ଲାକମେଲ କରିଥିଲା ଦେଢଶାଶୁ। ଲକ୍ଷ ଲକ୍ଷ ଟଙ୍କା ମାଗିବା ସହ ଭିଡ଼ିଓ କୁ ଭାଇରାଲ କରିଦେବ ବୋଲି ଦେଉଥିଲା ଧମକ। ଶେଷକୁ ଯୁବକ ଜଣକ ଆଉ କିଛି ଉପାୟ ନପାଇ ପୋଲିସ ପାଖେ ଅଭିଯୋଗ କରିଥିଲେ।

ତେବେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ବାହାରଣା ପଂଚାୟତ ବିରିଧୂଆଁ ଗ୍ରାମରୁ। ଏଠାରେ ଅଭୟ ତ୍ରିପାଠୀଙ୍କ ପୁଅ ହରିଚନ୍ଦନ ତ୍ରିପାଠୀ ଭାରତୀୟ ସେନାବହିନୀରେ କାମ କରନ୍ତି।

ତାଙ୍କର ବୟସ ବଢ଼ିବା ସହ ବିବାହ ହେଉନଥିବା କାରଣରୁ ଯୁବକଙ୍କ ପରିବାର ଚିନ୍ତିତ ଥିଲେ। ସେ ଶେଷକୁ ଏକ ମାଟ୍ରିମୋନି ଆପ ଜରିଆରେ ଝିଅ ଖୋଜିଥିଲେ। ଏକ ଝିଅ ପସନ୍ଦ ଆସିବା ପରେ ସେ ସେହି ଝିଅର ସମସ୍ତ ତଥ୍ୟ ବାହାର କରି ଯୁବକ ଜଣକ କଥା ହେବାକୁ ଲାଗିଲେ। ଝିଅଟି ନୟାଗଡ଼ର ଥିଲା ଏବଂ ଏକ ଘରୋଇ ନର୍ସିଂହୋମରେ କାମ କରୁଥିଲା।

ଝିଅଟି ସହ କଥା ଜାରି ରହିଥିବା ବେଳେ ଯୁବକ ଜଣକ ଜାଣିବାକୁ ପାଇଲେ ଯେ ଝିଅଟିର ପୂର୍ବରୁ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରହିଛି। ଏହା ଜାଣିବା ପରେ ଯୁବକ ଜଣକ ବିବାହ କରିବାକୁ ମନା କରିଦେଇଥିଲେ। କିନ୍ତୁ ଝିଅର ପରିବାର ଲୋକ ପୁଅଟିକୁ ବୁଝାସୁଝା କରିଥିଲେ। ଏପରିକି ଝିଅର ବଡ ଭଉଣୀ ମଧ୍ୟ ପୁଅଟିକୁ ବୁଝାଇଥିଲେ ଏବଂ କଥା ସମାଧାନ କରିବା ପାଇଁ ଯୁବକଙ୍କୁ ନିଜ ଘରକୁ ଡାକିଥିଲେ।

ଏହାପରେ ଝିଅର ବଡ ଭଉଣୀ ଅର୍ଥାତ ଯୁବକଙ୍କ ଦେଢଶାଶୁ ଯୁବକଙ୍କୁ ଖାଦ୍ୟରେ ନିଶା ଦ୍ରବ୍ୟ ଦେଇ ସୁଆଇଦେଇଥିଲେ। ସୁଆଇଦେବା ପରେ ଯୁବକଙ୍କ ସହ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ କରି ଏହାକୁ କ୍ୟାମେରାରେ ରେକର୍ଡ ମଧ୍ୟ କରିଥିଲେ। ଯୁବକ ଜଣକ ଯେତେବେଳେ ହୋସରେ ଆସିଲେ ନିଜକୁ ଉଲଗ୍ନ ଅବସ୍ଥାରେ ଦେଖି ସେ ଡରିଯାଇଥିଲେ।

ଏହାପରେ ଦେଢଶାଶୁ ଜଣକ ଯୁବକଙ୍କୁ ଦୁଷ୍କର୍ମର ଭିଡ଼ିଓ ଦେଖାଇ ବ୍ଲାକମେଲିଙ୍ଗ କରିଥିଲେ। ଏହାସହ ଭିଡ଼ିଓ ଭାଇରାଲ କରିଦେବେ ବୋଲି ଧମକ ଦେଇ ଏକ ଲକ୍ଷ ଟଙ୍କା ମାଗିଥିଲେ ଏବଂ ତାଙ୍କ ଭଉଣୀଙ୍କୁ ବିବାହ କରିବା ପାଇଁ ବାଧ୍ୟ କରିଥିଲେ।

ଆଉ କିଛି ଉପାୟ ନପାଇ ଶେଷକୁ ଯୁବକ ଜଣକ 2020 ରେ ଝିଅଟିକୁ ବିବାହ କରିଥିଲେ। ବିବାହରେ ଭୋଜି ଖାଇ ଦେଢଶାଶୁଟି ଯୁବକଙ୍କୁ ଆହୁରି 2 ଲକ୍ଷ ଟଙ୍କା ମାଗିଥିଲେ ଏବଂ ଯଦି ସେ ଟଙ୍କା ନ ଦିଅନ୍ତି ତେବେ ବଳତ୍କାର ମାମଲାରେ ଫସାଇଦେବେ ବୋଲି କହିଥିଲେ।

ଶେଷକୁ ଅସହ୍ୟ ହୋଇ ଯୁବକ ଜଣକ ବାଲିକୁଦା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ପୋଲିସ କୌଣସି ପଦକ୍ଷେପ ନେଇନାହିଁ। ତେବେ ଯୁବକ ଜଣକ ପୋଲିସ ଅଭିଯୋଗ କରିବା ସହ ମିଡିଆରେ ମଧ୍ୟ ନିଜ ଦୁଃଖକୁ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *