ତମେ ତୋ ଓଡ଼ିଶାର ନୁହେଁ, ତୁମେ କଣ ଓଡ଼ିଶା ପାଇଁ କା-ନ୍ଦି ପକାଉଛ, ମନ୍ତବ୍ୟ ଦେଲେ ସୁର ଭାଇନା…

ତମେ ତ ଓଡ଼ିଶାର ନୁହେଁ, ତୁମେ କଣ ଓଡ଼ିଶା ପାଇଁ କାନ୍ଦି ପକାଉଛ । ପଦ୍ମପୁର ନିର୍ବାଚନ କୁ ନେଇ ଏମିତି କହି ବିଜେଡି ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ଆଜ୍ଞା ହଁ ପଦ୍ମପୁର ନିର୍ବାଚନ କୁ ନେଇ ମୁହଁ ଖୋଲିଛନ୍ତି ସୁରେନ୍ଦ୍ର ରାଉତରାୟ । ଆପଣମାନେ ଜାଣିଥିବେ ଯେ ସୁର ରାଉତରାୟ ବିଭିନ୍ନ ଘଟଣାରେ ତାଙ୍କର କଡ଼ା ମନ୍ତବ୍ୟ ପାଇଁ ପ୍ରାୟତଃ ସମୟରେ ଚର୍ଚ୍ଚାରେ ରୁହନ୍ତି । ଆଉ ତାଙ୍କ ଭିଡ଼ିଓ ସବୁ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହୋଇ ଘୂରି ବୁଲିବା କିଛି ନୂଆ କଥା ନୁହେଁ । ସୁର ଭାଇଙ୍କ ଲୋକପ୍ରିୟତା ଆମ ଓଡିଶାରେ ବହୁତ ଅଧିକ ଅଛି ।

ତାଙ୍କ କଡା ବୟାନ ଓ ସମାଜ ସେବା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ସୁର ଭାଇ ଓଡିଶାରେ ଚାଲିଥିବା ସମସ୍ତ ପ୍ରସଙ୍ଗ ଉପରେ ନିଜର ମକ୍ତବ୍ୟ ରଖନ୍ତି । ତେବେ ସେ ଜଣେ ସଚୋଟ ନେତା ଭାବରେ ମଧ୍ୟ ବେଶ ପରିଚିତ । ତେବେ ବନ୍ଧୁଗଣ ବର୍ତମାନ ସମୟରେ ସୁର ରାଉତରାୟଙ୍କ ଯେଉଁ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ସେଥିରେ ସେ ପଦ୍ମପୁର ଉପ-ନିର୍ବାଚନ ସମ୍ପର୍କରେ କିଛି କାହୁଥିବାର ଦେଖା ଦେଇଛି ।

ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, “ମୁଁ ଏବେ ଆପଣ ମାନଙ୍କ ଜରିଆରେ କହିବାକୁ ଯାଉଛି ନିର୍ବାଚନ ପାଇଁ ଭୋଟ ତ ସବୁ କିଣି ନେଲେଣି । ତମ ଘର ତୋ ଓଡ଼ିଶା ନୁହେଁ ତମେ କଣ ଖାଲି ଓଡ଼ିଶା ପାଇଁ ଏମିତି କାନ୍ଦି ପକାଉଛ । ପ୍ରଥମେ ତୁମେ ମେକ୍ ଇନ୍ ଓଡ଼ିଶା କଲ । ତାପରେ ଟାଟା, ବିର୍ଲା ବାଜାଜ ଭଳି ଏତେ ଗୁଡ଼ାଏ କାରଖାନା କଲ, ଆହୁରି ଗୁଡ଼ାଏ ହିରୋ ହିରୋଇନ୍ ମାନଙ୍କୁ ଡାକିଥିଲ । ଫୁଲ ହାତରେ ସଜେଇ ତାଙ୍କୁ ସବୁ ମଦ ମାଂସ ଖାଇବାକୁ ଦେଇକି ହଜାର ହଜାର କୋଟି ଟଙ୍କା ଆମର ବର୍ବାଦ କରୁଛ ତୁମେ ।

ତାପରେ ହାଇଦ୍ରାବାଦ, ବମ୍ବେ, ମାଡ୍ରାସରେ ଓ ଦିଲ୍ଲୀରେ ଆଦି ବାହାର ରାଜ୍ୟରେ ଯାଇ ଶିଳ୍ପ କଲ । ଓଡ଼ିଶାରେ କଉଠି ଗୋଟେ କମାରଶାଳ ଭି କରିଛ ଏଇ ଚାରି ବର୍ଷ ଭିତରେ । ଏମାନେ ଖାଲି ନିଜ ପବ୍ଲିସିଟି ପାଇଁ ଏସବୁ କରୁଛନ୍ତି । ରାଜ୍ୟ ପାଇଁ ପ୍ରକୃତରେ କିଛି କରିବାକୁ ଏମାନଙ୍କ ଜମା ଇଚ୍ଛା ନାହିଁ” । ତେବେ ବନ୍ଧୁଗଣ ବର୍ତମାନ ସମୟରେ ତାଙ୍କର ଏହି ସାକ୍ଷାତକାର ହଇଚଇ ସୃଷ୍ଟି କରି ଦେଉଛି ।

Leave a Reply

Your email address will not be published. Required fields are marked *