ମାଆ ତୁ ପ୍ରେମିକ ସହ ରହ ହେଲେ ମୋତେ ପଡ଼ିବାକୁ ଟଙ୍କା ଦେ,କହିଲା ଝିଅ।

ସାରା ଦୁନିଆରେ ମା ଠାରୁ ପବିତ୍ର ଶବ୍ଦ କିଛି ନାହିଁ ।ଗୋଟେ ସନ୍ତାନ ପାଇଁ ମା ର କଣ୍ ଭୂମିକା ସେ କଥା ସମସ୍ତଙ୍କୁ ଜଣାଥିବା। ବହୁତ୍ ଜାଗାରେ ଦେଖିବାକୁ ମିଳେ ମା ନିଜେ ନଖାଇ ତାର ପିଲାକୁ ଖାଇବାକୁ ଦିଏ । ସମାଜ ରେ ସଦା ସର୍ବଦା ମା ର ଆସନ ସବୁ ଠାରୁ ଉପରେ। କିନ୍ତୁ ଏହି କଥାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ। ସୂଚନା ମୁତାବକ ଜାଣେ ଝିଅ ମୁଖ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି ସେ କେନ୍ଦୁଝର ଜିଲ୍ଲା ର ବାସିନ୍ଦା ଏବଂ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି।

ସେହି ଝିଅର ଘର ଠାରୁ ସ୍କୁଲ ପ୍ରାୟ ୧୮ କିଲୋମିଟର ରାସ୍ତା ଯାହାକି ପ୍ରତିଦିନ ଯିବା ଆସିବା କରି ପଢ଼ିବା ସମ୍ଭବ ନୁହଁ।ସେଥିପାଇଁ ସେ ପାଖରେ ଥିବା ଏକ ମେସରେ ରହୁଛନ୍ତି ଯାହା ବାବଦକୁ ମାସକୁ ୫୦୦୦ ତାଙ୍କ ଖର୍ଚ୍ଚ ହେଉଛି। କିନ୍ତୁ ଏହି ୫୦୦୦ ତାଙ୍କ ଦେବାକୁ ତାଙ୍କ ବାପାଙ୍କର ସାମର୍ଥ୍ୟ ନାହିଁ। ସେଥି ପାଇଁ ସେ ସେହି ତାଙ୍କ ତାଙ୍କ ମା ଙ୍କ ପାଖରୁ ପାଇବା ପାଇଁ ଦାବି କରୁଛନ୍ତି।ଏମିତି ଘ-ଟଣା ଆପଣ ମାନେ ବି ଶୁଣିଲେ ଆଶ୍ଚର୍ଯ୍ୟଚକିତ ହୋଇଯିବେ।ହଁ ଆଜ୍ଞା ଝିଅଟିର ମା ଜଣେ ସରକାରୀ ସ୍କୁଲର ବିଜ୍ଞାନ ଶିକ୍ଷୟତ୍ରୀ ।

କିନ୍ତୁ ଗତ ୨ ବର୍ଷା ତଳେ ଫେସ୍ ବୁକରେ କଥା ହୋଇ ଗୋଟେ ପୁଅକୁ ଭଲ ପାଇ ସେହି ପୁଅସହ ରହୁଛନ୍ତି।୨ ବର୍ଷା ହେବା ତାଙ୍କ ପରିବାର ସହ କିଛି ବି ସ-ମ୍ପର୍କ ରଖିନହନ୍ତି। ଝିଅ ବାରମ୍ବାର ଫୋନ୍ କରୁଛି କିନ୍ତୁ ମା ଫୋନ୍ ଉଠାଉ ନାହାନ୍ତି । ଝିଅ ର ବାପା କହିଛନ୍ତି କୋର୍ଟ ରେ କେସ ଚାଲିଛି କିନ୍ତୁ ଝିଅର ମା କୋର୍ଟକୁ ବି ଆସୁନାହାନ୍ତି। ଝିଅଟିକୁ ଏକୁଟିଆ କରି ତାର ମା ଅନ୍ୟ ଗୋଟେ ପୁଅ ସହ ପଳେଇ ଯାଇଛି।କିନ୍ତୁ ତା ବାପ ଝିଅଟିର ହାତ ଛାଡ଼ି ନାହାନ୍ତି।

ଏହି ପରିପ୍ରେକ୍ଷୀରେ ଝିଅଟି ତାର ଭବିଷ୍ୟତକୁ ନେଇ ବହୁତ୍ ଚନ୍ତିତ ରହୁଚି ବୋଲି ପ୍ରକାଶ କରିଛି।ଝିଅଟି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି। ତାଥାବି ଝିଅଟି ଚେଷ୍ଟା କରୁଛି ତାର ଭବିଷ୍ୟତ ଗଢ଼ିବା ପାଇଁ। ସେଥିପାଇଁ ସେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେବ ସହିତ ତାର ନକଲ କପି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛି ।ଆମେ ସମସ୍ତେ ଆସା କରିବା ପ୍ରଶାସନ ଏହି ସବୁ ସମସ୍ୟାକୁ ଯଥା ଶୀଘ୍ର ସମାଧାନ କରି ଝିଅଟିକୁ ପଢ଼ିବାର ବ୍ୟବସ୍ଥା କରନ୍ତୁ। ଝିଅଟିର ଭବିଷ୍ୟତ ଉଜ୍ବଳ ହେଉ।

Leave a Reply

Your email address will not be published. Required fields are marked *