ଶଶୁର ଘରେ ଲୋକଙ୍କ ନାମରେ ବୋହୁ ଆଣିଲା ଅଭି-ଯୋଗ, ନ୍ୟା-ୟ ପାଇଁ ଘର ଆଗରେ ଧାରଣା ଦେଲେ ମହିଳା।

ଆଜିକାଲି ସମାଜରେ ଯୌ-ତୁକ ନିର୍ଯା-ତନା ଏକ ସାଧାରଣ କଥା ହୋଇଗଲାଣି। ଆ-ଇନ ହିସାବରେ ଯୌ-ତୁକ ନେବା ଏକ ପ-ରାଧିକ କାର୍ଯ୍ୟ ହୋଇଥିଲେ ମଧ୍ୟ ଏହା ସମାଜରେ ବହୁତ ବଢିବାରେ ଲାଗିଛି। ପ୍ରତିଦିନ ଯୌ-ତୁକ ନିର୍ଯା-ତନାକୁ ନେଇ କିଛି ନା କିଛି ଖବର ନିଶ୍ଚିତ ଶୁଣିବାକୁ ମିଳୁଛି।

ତେବେ ଆଜିର ଘ-ଟଣା ମଧ୍ୟ କିଛି ଏହିପରି ଅଟେ। ନ୍ୟା-ୟ ପାଇବା ପାଇଁ ସ୍ୱାମୀ ଘର ଆଗରେ ଧାରଣାରେ ବସିରହିଲେ ମହିଳା। ସ୍ବାମୀ ନଥିବା ସମୟରେ ଶଶୂର ଦେଉଥିଲା ନିର୍ଯା-ତନା। ବୋହୂ ଉପରେ ରଖୁଥିଲା ଖରାପ ନଜର। ତେବେ ଏପରି ଘ-ଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥା-ନା ବାଲିସାହି ଗ୍ରାମରେ। ପିଡିତା ବୋହୂର ନାମ ସସ୍ମିତା ମହାରଣା।

ତେବେ ସମ୍ପୁର୍ଣ୍ଣ ଘ-ଟଣା ଅନୁସାରେ ଡେଙ୍କାନାଳ ଜିଲ୍ଲା ରାଧାକୃଷ୍ଣ ବଜାରର ସସ୍ମିତା ମହାରଣା ନାମକ ଜଣେ ଯୁବତୀଙ୍କୁ କଟକ ଜିଲ୍ଲା ସାଲେପୁର ଥା-ନା ବାଲିସାହି ଗ୍ରାମର ସୁସେନ ମହାରଣା ନାମକ ଜଣେ ଯୁବକ 2020ରେ ବିବାହ କରିଥିଲେ।
ବିବାହ ସମୟରେ ବରପକ୍ଷ ଲୋକ ଯୌ-ତୁକ ଦାବି କରିଥିଲେ। ଯୌତୁକ ଦେବା ପରେ କିଛି ଦିନ ଧରି ସବୁକିଛି ଠିକ ଚାଲିଥିଲା।

କିନ୍ତୁ ଧୀରେ ଧୀରେ ସମୟ ଗଡ଼ିବା ସହ ଶଶୁର ଘର ଲୋକେ ଅଧିକ ଯୌ-ତୁକ ଦାବି କଲେ ଏବଂ ନବବଧୁକୁ ନିର୍ଯା-ତନା ଦେବା ଆରମ୍ଭ କଲେ। ବିବାହର କିଛି ମାସ ପରେ ବୋହୂକୁ ଶଶୁର ଘରଲୋକ ବିନା କିଛି କାରଣରେ ବାପଘରକୁ ପଠାଇଦେଲେ ଏବଂ ଯୌ-ତୁକ ଦାବି କରି ଆଉ ଘରକୁ ଫେରାଇ ଆଣିଲେ ନାହିଁ।

ବୋହୁ ଯେତେଥର ନିଜ ଶାଶୂଘରକୁ ଯିବାପାଇଁ ନିଜ ସ୍ୱାମୀ ତଥା ଶଶୁରଙ୍କୁ ଫୋନ କରେ, ସେତେଥର ଶଶୁର ଘରଲୋକ ବୋହୂକୁ ଅପ-ମାନ ଦେଇ ନ ଆସିବାକୁ କୁହନ୍ତି। ଏପରି ଘ-ଟଣା ଭିତରେ ବୋହୁଟି ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ଆଉ ଜଣେ ମହିଳାଙ୍କ ସହ ସମ୍ପ-ର୍କ ରଖିଛନ୍ତି।

ଶେଷକୁ ଯୌ-ତୁକ ନିର୍ଯା-ତନା ଏବଂ ସ୍ୱାମୀର ପର-କ୍ରିୟା ପ୍ରୀତିକୁ ଆଉ ସହି ନପାରି ମହିଳା ଜଣକ ସାଲେପୁର ଥା-ନାରେ ଅଭି-ଯୋଗ କରିଥିଲେ। ଅଭି-ଯୋଗରେ ଯୌ-ତୁକ ଦାବି ର ଘ-ଟଣା ଏବଂ ପର-କ୍ରିୟା ପ୍ରୀତି ବିଷୟରେ କହିବା ସହ ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ ଶଶୁର ତାଙ୍କ ଉପରେ ସବୁବେଳେ ଖରାପ ନଜର ରଖୁଥିଲେ।

କିନ୍ତୁ ଅଭି-ଯୋଗ ପରେ ମଧ୍ୟ ପୋ-ଲିସ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ ନକରିବାରୁ ନ୍ୟା-ୟ ପାଇବା ଆଶାରେ ମହିଳା ଜଣକ ଶ୍ୱଶୁର ଆଗରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ଧାରଣା ବସିରହିଛନ୍ତି। ନ୍ୟା-ୟ ନମିଳିବା ଯାଏ ଧାରଣାରେ ବସିବେ ବୋଲି ସେ କହିଛନ୍ତି। ଏହାସହ ଶ୍ୱଶୁର ଘର ଲୋକମାନେ ଘରେ ତାଲା ପକାଇ ଏବେ ଫେ-ରାର ଅଛନ୍ତି।

Leave a Reply

Your email address will not be published. Required fields are marked *