‘ତମେ ଚାଲି ଆସ ନ ହେଲେ ସବୁ ପୋଲ ଖୋଲି ଦେବି’

କଟକ ଜିଲ୍ଲା ସାଲେପୁର ଥାନା ମାଛୁଆତି ଗାଁରେ ସସ୍ମିତା ମହାରଣା ନାମକ ଜଣେ ମହିଳା ନିଜ ଶଶୁର ଘର ଆଗରେ ଧାରଣା ଦେଇଥିବା ଖବର ତ ଆପଣ ନିଶ୍ଚୟ ଶୁଣିଥିବେ। ଯେଉଁଥିରେ ଏହି ମହିଳା ଜଣକ ନିଜ ଶଶୁର ଘରଲୋକଙ୍କ ନିର୍ଯା-ତନାକୁ ସହି ନପାରି ଘର ଆଗରେ ନ୍ୟା-ୟ ପାଇବା ଆଶାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସହ ଧାରଣାରେ ବସିରହିଛନ୍ତି।

ଘଟଣାଟି କିଛି ଏପରି ହୋଇଥିଲା ଯେ ସସ୍ମିତା ମହାରଣା ନାମକ ଏହି ମହିଳା ଜଣକ କଟକ ଜିଲ୍ଲା ସାଲେପୁର ଥା-ନା ମାଛୁଆତି ଗାଁର ସୁସେନ ମହାରଣା ନାମକ ଜଣେ ଯୁବକଙ୍କୁ 2020 ରେ ବିବାହ କରିଥିଲେ। ବିବାହ ସମୟରେ ଶ୍ୱଶୁର ଘର ଲୋକଙ୍କ ଦାବି ମୁତାବକ ଯୌ-ତୁକ ଦିଆଯାଇଥିଲା।

କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ଅଧିକ ଯୌ-ତୁକ ମାଗିବା ଆରମ୍ଭ କରିଥିଲେ। ଏପରିକି ଶ୍ୱଶୁର ନିଜ ବୋହୁ ଉପରେ ଖରାପ ନଜର ମଧ୍ୟ ପକାଉ ଥିଲେ। ଏତେ ଘଟ-ଣା ସହ ଆହୁରି ମଧ୍ୟ ଶୁଣିବାକୁ ମିଳିଥିଲା ଯେ ସ୍ୱାମୀ ଜଣକ ଆଉ ଜଣେ ମହିଳାଙ୍କ ସହ ସ-ମ୍ପର୍କ ରଖିଛନ୍ତି। ତେବେ ଅଭି-ଯୋଗ କରିବା ପାଇଁ ବୋହୁ ଜଣକ ସାଲେପୁର ଥା-ନାର ଦ୍ୱାରସ୍ଥ ହୋଇଥିଲେ।

କିନ୍ତୁ ପୋ-ଲିସ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ ନକରିବାରୁ ବାଧ୍ୟ ହୋଇ ସେ ଶ୍ୱଶୁର ଘର ଆଗରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଧରି ଧାରଣାରେ ବସିଛନ୍ତି। ନ୍ୟା-ୟ ନମିଳିବା ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ସସ୍ମିତା କହିଛନ୍ତି।

ସେ କା-ନ୍ଦି କା-ନ୍ଦି ଏହା ମଧ୍ୟ କହିଛନ୍ତି ଯେ ,”ଲିଟୁ ତୁମେ ଫେରିଆସ। ଆଗରୁ ତୁମକୁ ଚାହୁଁଥିଲି, ଏବେବି ଚାହୁଁଛି। ମୋର ଆଉ କିଛି ଦରକାର ନାହିଁ।” ଏହାସହ ମିଡିଆ ମାଧ୍ୟମରେ ସେ ଶଶୁର ଘର ଲୋକଙ୍କୁ ଧ-ମକ ଦେଇଛନ୍ତି ଏବଂ କହିଛନ୍ତି, ” ଏପରି ଲୋକଙ୍କ କାରଣରୁ ତାଙ୍କ ମାନ, ସମ୍ମାନ, ଇ-ଜ୍ଜତ ମାଟିରେ ମିଶି ଯାଇଛି। ସ୍ୱାମୀ ଏବଂ ଶ୍ୱଶୁର ମିଶି ତାଙ୍କ ଗ-ର୍ଭ ନ-ଷ୍ଟ କରିଛନ୍ତି। ତାଙ୍କୁ ବ୍ୟବହାର କରି ଫୋପାଡ଼ି ଦେଇଛନ୍ତି। ସ୍ୱାମୀ ଯଦି ତୁରନ୍ତ ନ ଫେରନ୍ତି ତେବେ ତାଙ୍କ ପାଖରେ ଥିବା ସମସ୍ତ ଗୁପ୍ତ ତଥ୍ୟକୁ ସେ ଖୋଲି କହିଦେବେ।”

ଏପଟେ ମହିଳା ଜଣକ ଘର ଆଗରେ ଧାରଣା ଦେବା କାରଣରୁ ଶଶୁର ଘରଲୋକମାନେ ଘରକୁ ତାଲା ପକାଇ କୁଆଡେ ଚାଲି ଯାଇଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା 3 ତାରିଖରେ ହେବ ବୋଲି କୋର୍ଟ ନି-ର୍ଦେଶ ଦେଇଛି।

Leave a Reply

Your email address will not be published. Required fields are marked *