ସମାଜସେବୀ ପ୍ରମିଳା ତ୍ରିପାଠୀ ସାହାଯ୍ୟ କରିଥିବା ଦୁଇ ଜଣ ମହିଳା ଙ୍କ ମନ୍ତବ୍ୟ ରେ କଣ କହିଲେ ସମାଜସେବୀ ଦୀପ୍ତିରେଖା ପଟ୍ଟନାୟକ ।

ବନ୍ଧୁଗଣ ଏ ଦୁନିଆ ଟି ବଡ଼ ବିଚିତ୍ର।ସବୁଦିନ ଆମ ସମାଜ ରେ କିଛି ନ କିଛି ଘ-ଟିଥାଏ।ନ୍ୟୁଜ ରେ ପ୍ରତିଦିନ କିଛି କିଛି କଥା କୁ ନେଇ ବଚସା ଚାଲିଥାଏ।କିଏ କାହାକୁ କ’ଣ କହିଲା ତା ବିଷୟରେ ଆଲୋଚନା ଚାଲିଥାଏ।ଆପଣ ଜାଣିଥିବେ ପ୍ରମିଳା ତ୍ରିପାଠୀ ଜଣେ ସମାଜସେବୀ।ସେ ମହିଳାମାନଙ୍କୁ ସାହାଯ୍ୟ କରିଥାନ୍ତି।ସେ ଆଶାର ଆଲୋକରେ ମଧ୍ୟ ଆସିଛନ୍ତି।

ସେଠାରେ ଦୁଇଜଣଙ୍କ ପରିବାରକୁ ସାମ୍ନାରେ ବସାଇ ତାଙ୍କର ଝ-ଗଡ଼ା ଠିକ୍ କରିଛନ୍ତି। ଏଇ କିଛି ଦିନ ହେବ ସେ ଜଣେ ମହିଳାଙ୍କୁ ସାହାଯ୍ୟ କରୁଛନ୍ତି ଯାହାକୁ ତାର ପ୍ରେମିକ ବିବାହ କରିବା କହି ଗର୍ଭ-ବତୀ କରି ଛାଡି ଦେଇଛି । ପ୍ରମିଳା ସେହି ମହିଳାକୁ ଧରି ସେ ପୁଅ ଘର ସାମ୍ନାରେ ଅନଶନରେ ବସିଛନ୍ତି।

ଏହାକୁ ନେଇ ସମାଜସେବୀ ଦୀପ୍ତିରେଖା ପଟ୍ଟନାୟକ କିଛି ମନ୍ତବ୍ୟ ଦେଇଥିଲେ।ସେହି ମନ୍ତବ୍ୟକୁ ଆଧାର କରି ଦୁଇ ଜଣ ମହିଳା ତାଙ୍କୁ ଅନେକ କଥା ଇଣ୍ଟରଭ୍ୟୁ ମାଧ୍ୟମ ରେ କହିଥିଲେ।ସେମାନେ କହିଥିଲେ ଯେ ସେ ଲିପ୍ ଷ୍ଟିକ୍ ଲଗାଇ ଏ.ସି ରୁମ୍ ରେ ବସିବା ଲୋକ।ଆହୁରି ବହୁତ୍ କଥା କହିଥିଲେ।ଏହାକୁ ନେଇ ଦିପ୍ତିରେଖ ନିଜର ମନ୍ତବ୍ୟ ରଖିଛନ୍ତି।

ଦୀପ୍ତିରେଖା କହିଛନ୍ତି ସେ ଦୁଇ ଜଣ ଯାହା ବି କହିଛନ୍ତି ତାଙ୍କ ବିଷୟରେ କ’ଣ ଜାଣିକି କହିଛନ୍ତି।ସେ କହିଛନ୍ତି ପ୍ରମିଳା ତ୍ରିପାଠୀ ଯାହା କରୁଛନ୍ତି ଭୁଲ୍ କରୁଛନ୍ତି।କାହାର କୌଣସି ଅଧିକାର ନାହିଁ ଆଉ କାହା ଘର ଆଗରେ ବସି ଧାରଣା ଦେବାର।କାହା ଘରେ କିଏ କେଉଁ ରୋଗ ର ରୋଗୀ ଥିବ।କାହା ଘର ଆଗରେ ଧାରଣା ରେ ବସିବା କିଛି ଠିକ୍ ନୁହେଁ ବୋଲି କହିଛନ୍ତି।

ସେ କହିଛନ୍ତି ସେ ଏ.ସି ରୁମ୍ ବସନ୍ତୁ କୁ ଲିପ୍ ଷ୍ଟିକ୍ ଲାଗନ୍ତି ତାହା ତାଙ୍କର ଇଚ୍ଛା, ସେ ସେତିକି କଷ୍ଟ କରି ନିଜେ ଉପରକୁ ଉଠିଛନ୍ତି ଏବଂ ଏହା ତାଙ୍କର ଅଧିକାର।ସେ କହିଛନ୍ତି ସେ ମଧ୍ୟ ବହୁତ୍ ଝିଅମାନଙ୍କୁ ସାହାଯ୍ୟ କରିଛନ୍ତି କିନ୍ତୁ ଏଭଳି ମିଡିଆ ରେ କାହାକୁ ଦେଖେଇନାହାନ୍ତି।ତାଙ୍କ ମତ ଝିଅ ମାନେ ବାହାଘର ପୂର୍ବରୁ ପୁଅ ମାନଙ୍କ ସହ ଶୋଇବେ ତାପରେ ଛୁଆ ହେଲା ପରେ ତାଙ୍କୁ ଗ୍ରହଣ କରୁନାହାନ୍ତି କହି ଆଇନର ଆଶ୍ରା ନ ନେଇ ପ୍ରମିଳା ତ୍ରିପାଠୀ ପରି ସମାଜସେବୀ ପାଖକୁ ଯିବେ।ସେ କହିଛନ୍ତି ଯଦି ଗୋଟେ ସମ୍ପ-ର୍କ ରେ ତୃତୀୟ ବ୍ୟକ୍ତି ପଶେ ତେବେ ସେ ସମ୍ପ-ର୍କର କିଛି ମୂଲ୍ୟ ରହେ ନାହିଁ ତାହା ଭାଙ୍ଗିଯାଏ।

ଦୀପ୍ତିରେଖା କହିଛନ୍ତି ସେ ଯେତେବେଳେ ଇଣ୍ଟରଭ୍ୟୁ ଦେଇଥିଲେ ସେଥିରେ କହିଥିଲେ ଯେ ଯଦି ଏପରି କୌଣସି ଭୁଲ୍ ହେଉଛି ତେବେ ଆଇ-ନର ଦ୍ବାରସ୍ଥ ହୁଅ।ଯଦିଓ ଆମର ଆଇନ ଟିକେ ଧିରେ ନ୍ୟା-ୟ କରେ କିନ୍ତୁ ନ୍ୟା-ୟ ହେଲେ ତାହା ଜୀବନ ସାରା ପାଇଁ ରହିବ।ଏଭଳି ପ୍ରମିଳା ତ୍ରିପାଠୀ ପାଖକୁ ଯାଇ ଜବ-ରଦସ୍ତି ଅନ୍ୟ କାହା ଘରେ ପଶିଲେ ତାହା କିଛି ଦିନ ପାଇଁ ହିଁ ରହିବା ତାପରେ ଭାଙ୍ଗିଯିବ।ସେ କହିଛନ୍ତି ଆଜିକାଲି ପୁଅ ଝିଅ ସବୁ ସମାନ।

ଝିଅ ମାନେ ନିଜେ ପାଠ ପଢ଼ି ନିଜ ଗୋଡ଼ ରେ ଠିଆ ହୋଇ ନିଜ ପରିବାରକୁ ଚଳାଇବା ଶିଖିବା ଦରକାର। ଏଭଳି ଷଣ୍ଢ ଉପରେ ଟିଙ୍କ ବସିଲା ପରି ଅନ୍ୟ ଉପରେ ନିର୍ଭର ହୋଇ ଚଳିବା ବନ୍ଦ କର।ସେ କହିଛନ୍ତି ଏଭଳି ବାହାଘର ପୂର୍ବରୁ ଯେଉଁମାନେ ପୁଅ ସହ ଶୋଇଥାଆନ୍ତି ସେଥିରେ ପୁଅର ଯେତିକି ଭୁଲ୍ ଝିଅ ର ମଧ୍ୟ ସେତିକି ଭୁଲ୍।ତେଣୁ ତାଙ୍କୁ କିଛି କହିବା ପୂର୍ବରୁ ନିଜକୁ ଆଗ ଦେଖ।ଏଭଳି ମନ୍ତବ୍ୟ ଦେଇଛନ୍ତି ଦୀପ୍ତିରେଖା।

Leave a Reply

Your email address will not be published. Required fields are marked *