ମୁହଁ ଖୋଲିଲେ ଡ୍ରାଇଭର: ରାଣୀ ମ୍ୟାମ ମୋ ଆଖି ଆଗରେ ପିଟିଦେଲା ପଲସର

କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଳଖାଇ ଛକ ନିକଟରେ ହୋଇଥିବା ଦୁର୍ଘ-ଟଣା ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ। ଯେଉଁଠାରେ ଏକ ବାଇକ୍ ସହ ରାନୀ ପଣ୍ଡାଙ୍କ କାର୍ ଧ-କ୍କା ହୋଇଥିଲା। ଧ-କ୍କା ହେବା ପରେ ସେଠାର ଅବସ୍ଥା ସମ୍ପୁର୍ଣ୍ଣ ଶୋଚନୀୟ ଥିଲା। କାର ଏବଂ ବାଇକ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ବାଇକ ଚାଳକର ମୃ-ତ୍ୟୁ ମଧ୍ୟ ଘ-ଟିଛି।

ମୃ-ତ ଯୁବକ ଜଣକ ହେଉଛନ୍ତି ରାଜନଗର ଗାଁର ସୁକାନ୍ତ ବେହେରା। ତାଙ୍କର ବୟସ 28 ବର୍ଷ ଥିଲା। ସୁକାନ୍ତଙ୍କୁ ପ୍ରଥମେ ଗୁରୁ-ତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ।

ଦୁର୍ଘ-ଟଣା ପରେ ଘଟ-ଣାସ୍ଥ-ଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାରେ ପୋ-ଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ପୋ-ଲିସ୍‌ ଅଟକ ରଖି ପରେ ଛାଡି ଦେଇଥିବା ସୂଚନା ମିଳିଛି। କିନ୍ତୁ କାର୍‌ ଡ୍ରାଇଭରକୁ ଅଟକ ରଖି ପୋ-ଲିସ ତ-ଦନ୍ତ କରୁଛି।

ଦୁର୍ଘ-ଟଣାକୁ ନେଇ ରାନୀ ପଣ୍ଡାଙ୍କ ଡ୍ରାଇଭର କହିଛନ୍ତି ଯେ , ‘ସେ ଏକ ପ୍ରୋଗ୍ରାମ ସାରି ମ୍ୟାଡାମଙ୍କ ସହ ଘରକୁ ଫେରୁଥିଲେ। ତାଙ୍କ କାରର ସ୍ପୀଡ଼ 40-50 ଭିତରେ ଥିଲା। କିନ୍ତୁ ହଠାତ ଆଗରୁ ଏକ ବାଇକ ଦ୍ରୁତଗତିରେ ଆସି ତାଙ୍କ କାର ସହ ମା-ଡ଼ ହେଲା। ଯାହାଫଳରେ ବାଇକ ଭା-ଙ୍ଗିଯିବା ସହ କାରର ଆଗପଟ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି।

କାର ମାଡ଼ ହେବା ମାତ୍ରେ କାର ଭିତରୁ ଏୟାର ବ୍ୟାଗ ଖୋଳଯାଇଥିଲା ଯାହା ଫଳରେ ଉଭୟ ବଂଚିଯାଇଥିଲେ। କିନ୍ତୁ ତାଙ୍କ ଛାତି ଜୋରରେ ମା-ଡ଼ ହୋଇଥିଲା। ଉଭୟ ଅବଶ୍ୟ ବଂଚିଗଲେ ସତ କିନ୍ତୁ ବାଇକ ଚଳକର ମୃ-ତ୍ୟୁ ହୋଇଥିଲା।

ଏହା ସହ ମୃତ-କଙ୍କର ପରିବାର ଲୋକ ମଧ୍ୟ ପ୍ରତି-କ୍ରିୟା ଦେଇ କହିଛନ୍ତି ଯେ କୌଣସି ଏକ ସ୍ଥାନରେ ରାନୀ ପଣ୍ଡାଙ୍କ ପ୍ରୋଗ୍ରାମ ଥିଲା। କାଳେ ପ୍ରୋଗ୍ରାମ ବିଳମ୍ବ ହୋଇଯିବ, ତେଣୁ ସେ ନିଜ କାର୍ କୁ ବହୁତ ସ୍ପିଡ୍‌ରେ ଚଳାଉଥିଲେ।ସେଥିପାଇଁ ଏପରି ଦୁର୍ଘ-ଟଣା ଘ-ଟିଲା। ସୁକାନ୍ତଙ୍କର ଏବେ ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି, ଏବେ ସେ କିପରି ଚଳିବେ ତାକୁ ନେଇ ପ୍ରଶ୍ନ କରିଛନ୍ତି ପରିବାର ଲୋକ।

Leave a Reply

Your email address will not be published. Required fields are marked *