ପାଇଖାନାକୁ ନେଇ ମୁହାଁମୁହିଁ ହେଲେ ବାପା-ପୁଅ, ଶେଷକୁ ଥା-ନାରେ ଅଭି-ଯୋଗ କଲେ ବାପା

ଛୋଟ ଛୋଟ କଥାରେ ଆଜିକାଲି ଅନେକ ପାରିବାରିକ କଳହ ଆପଣ ଦେଖିବାକୁ ପାଉଥିବେ। କଥା ସମାଧାନ ନ ହୋଇ ଝ-ଗଡା ଆଗକୁ ବଢ଼ିବା କାରଣରୁ ବେଳେ ବେଳେ ପରିବାର ସଦସ୍ୟ ପରସ୍ପର ଠାରୁ ଅଲଗା ହୋଇଯାନ୍ତି ଏବଂ କିଛି ପରିବାର ନିଜ ଲୋକକୁ ମା-ରିବାକୁ ମଧ୍ୟ ପଛାନ୍ତି ନାହିଁ।

ଆଜି ଆମେ ଆପଣଙ୍କୁ ଏହିପରି ଏକ ପାରିବାରିକ କଳହ ବିଷୟରେ କହିବାକୁ ଯାଉଛୁ। ଯେଉଁଥିରେ ପାଇଖାନା ନିର୍ମାଣକୁ ନେଇ ମୁହାଁମୁହିଁ ହୋଇଛନ୍ତି ବାପା-ପୁଅ। ଶେଷକୁ କଥା ଯାଇ ଥା-ନାରେ ପହଁଞ୍ଚିଛି। ବାପାଙ୍କର ନାମ ଉପେନ୍ଦ୍ର ପ୍ରଧାନ।

ତେବେ ଘଟ-ଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥା-ନା ଗୋପୀନାଥପୁର ଅଞ୍ଚଳରେ। ଘ-ଟଣା ଅନୁସାରେ ବାପା ନିଜ ଜାଗାରେ ନିଜ ପାଇଁ ଏକ ପାଇଖାନାଟିଏ ନିର୍ମାଣ କରିବାକୁ ଚାହୁଁଥିଲେ। କିନ୍ତୁ ଏଥିରେ ବାପାଙ୍କୁ ବାଧା ଦେଉଥିଲା ପୁଅ।

ବାପା ଯେତେଥର ପାଇଖାନା ନିର୍ମାଣ କରିବାକୁ ଚେଷ୍ଟା କରୁଥିଲେ,ପୁଅ କିନ୍ତୁ ତାହା କରିବାକୁ ଆଦୌ ଦେଉନଥିଲା। ତାପରେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ବାପା। କିନ୍ତୁ ସେଠାରୁ କିଛି ସୁଫଳ ମିଳି ନଥିଲା। ତାପରେ ବାପା ଆଉଥରେ ଚେଷ୍ଟା କରି ପାଇଖାନା ତିଆରି କରିବା ପାଇଁ ମିସ୍ତ୍ରୀ ଏବଂ ଶ୍ରମିକଙ୍କୁ ଡାକିଥିଲେ।

ମିସ୍ତ୍ରୀ ଏବଂ ଶ୍ରମିକମାନେ କାମ କରିବା ବେଳେ ପୁଅ, ବୋହୂ ଏବଂ ନାତି ଆସି ବାପାଙ୍କୁ ଆଉଥରେ ବି-ରୋଧ କରିଥିଲେ। ସେମାନେ ଆଦୌ କାମ କରିବାକୁ ଦେଲେ ନାହିଁ। ଉପେନ୍ଦ୍ର ଆଉ କିଛି ଉପାୟ ନ ପାଇ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି।

ବାପା କହିଛନ୍ତି ଯେ ତାଙ୍କୁ ବୟସ ଅଧିକ ହୋଇଗଲାଣି। ରାସ୍ତା ପାର ହୋଇ ପାଇଖାନାକୁ ଯିବାକୁ ତାଙ୍କର ଆଉ ଶକ୍ତି ନାହିଁ। ସେଥିପାଇଁ ସେ ଘର ପାଖରେ ପାଇଖାନା କରିବାକୁ ଚାହୁଁଛନ୍ତି। କିନ୍ତୁ ପୁଅ ଏହା ବୁଝୁନାହିଁ। ଏହାସହ ପୁଅ ସପକ୍ଷରେ ବୋହୁ ଏବଂ ନାତି ମଧ୍ୟ ଚାଲିଆସୁଛନ୍ତି।

Leave a Reply

Your email address will not be published. Required fields are marked *