ଗାଈ ପେଟରେ ଲେଖାହୋଇଛି ବିଜେଡି, ଗାଈ ଶରୀରକୁ ଥରେ ଦେଖିବା ମାତ୍ରେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ।:-

ନିର୍ବାଚନ ସମୟରେ ଆପଣ ଏପରି ଲୋକଙ୍କୁ ଦେଖିଥିବେ ଯେଉଁମାନେ ବିଜେଡି, ବିଜେପି କିମ୍ବା କଂଗ୍ରେସର ଚିହ୍ନକୁ ନିଜ ଦେହରେ ଚିତ୍ର କରିଚାରିଆଡେ ବୁଲନ୍ତି। କିଛି ଲୋକ ନିଜ ବାଇକରେ ଏହି ସବୁ ଚିହ୍ନର ପତାକା ଧରି ରାସ୍ତାରେ ରାଲି ମଧ୍ୟ କରିଥାନ୍ତି।

ନିର୍ବାଚନ ସମୟରେ ଚାରିଆଡେ କେବଳ ପାର୍ଥିମାନଙ୍କର ନାମ ନିଆଯାଇ ଏହି ରାଲି କରାଯାଇଥାଏ। ଏହି ପାର୍ଥିମାନଙ୍କର ପୋଷ୍ଟର ମଧ୍ୟ ପ୍ରତ୍ୟକ ଘରର କାନ୍ଥ ଏବଂ ପାଚେରୀରେ ଲୋକମାନେ ମାରି ଦେଇଚାଲିଯାନ୍ତି। କିଛି ଲୋକ ମନ୍ଦିରର କାନ୍ଥରେ ମଧ୍ୟ ପୋଷ୍ଟର ମାରିଦିଅନ୍ତି।

ଏହି ପୋଷ୍ଟର ଗୁଡିକ ପରବର୍ତୀ ସମୟରେ କାନ୍ଥ ତଥା ପାଚେରୀକୁ ବହୁତ ଅସୁନ୍ଦର କରିଦିଏ। ଏହାକୁ କାନ୍ଥରୁ ଛଡ଼ାଇବା ମଧ୍ୟ ବହୁତ କଷ୍ଟକର ହୋଇଯାଏ। ତେବେ ନିର୍ବାଚନ ସମୟରେ ଏବେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଗାଈ ପେଟରେ ଲେଖାହୋଇଛି ବିଜେଡି। ଶେଷକୁ ଗାଈକୁ ମଧ୍ୟ ଛାଡିଲେ ନାହିଁ ଏପରି ଲୋକ। ଗାଈର ଏପରି ଅବସ୍ଥା ଦେଖି ଗାଈର ମାଲିକ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି। କାରଣ ମାଲିକଙ୍କ କହିବା ଅନୁସାରେ ସେ ସବୁବେଳେ ଗାଈକୁ ଜଗିରୁହନ୍ତି।

କିନ୍ତୁ ଥରେ ଯେତେବେଳେ ସେ ଗାଈକୁ ଚରିବାକୁ ଛାଡି ଦେଇ ନିଜର ଅନ୍ୟ କାମ ପାଇଁ ପଳାଇଯାଇଥିଲେ ସେତେବେଳେ କିଛି ବଦମାସ ପିଲାମାନେ ଆସି ତାଙ୍କ ଗାଈର ଏପରି ଅବସ୍ଥା କରିଛନ୍ତି। ତେବେ ଆପଣ ମଧ୍ୟ ଗାଈର ଏପରି ଅବସ୍ଥାକୁ ଥରେ ଦେଖନ୍ତୁ।

Leave a Reply

Your email address will not be published. Required fields are marked *