କଣ ଶୀଘ୍ର ପତନ ଅଟେ ଆପଣଙ୍କ ଚିନ୍ତାର କାରଣ, ସମାଧାନ ପାଇଁ ଆପଣାନ୍ତୁ ଏହି 5 ଟି ଆୟୁର୍ବେଦିକ ଉପାୟ

ପୁରୁଷମାନଙ୍କ ମଧ୍ୟରେ ଶୀଘ୍ରପତନ ଏକ ସାଧାରଣ ସମସ୍ୟା। ଏହି ସମସ୍ୟାରେ ସମ୍ଭୋଗ ସମୟରେ ନଚେତ ଅର୍ଗାଜମ ସମୟରେ ହିଁ ସ୍ପର୍ମ ଅର୍ଥାତ ବୀର୍ଜ୍ୟ ବାହାରି ଯାଏ। ଏହି ସମସ୍ୟା ଯେଯେକୌଣସି ବୟସର ପୁରୁଷଙ୍କ ଠାରେ ଦେଖାଦେଇଥାଏ। ମାନସିକ ଚାପ ହେଉଛି ଶୀଘ୍ର ପତନର ଏକ ମୁଖ୍ୟ କାରଣ। ଏହା ବ୍ୟତୀତ ଠିକ ସମୟରେ ଖାଦ୍ୟ ନ ଖାଇବା, ଠିକ ସମୟରେ ନସୋଇବା।

ଖରାପ ଜୀବନଶୈଳୀ ଅନୁସରଣ କରିବା ସହ ଆଣ୍ଟିବାୟୋଟିକ୍ ଅତ୍ୟଧିକ ବ୍ୟବହାର କରିବା କିମ୍ବା ମଦ୍ୟପାନ ଏବଂ ଅତ୍ୟଧିକ ଔଷଧ ସେବନ ହେତୁ ମଧ୍ୟ ଶିଘ୍ରପତନ ହୋଇପାରେ। ଯଦି ଶାରୀରିକ ସମ୍ପର୍କ ହେବାର 1 ମିନିଟ୍ ପରେ ହିଁ ବୀର୍ଜ୍ୟ ବାହାରି ଆସେ। ତେବେ ଆପଣଙ୍କର ଶୀଘ୍ର ପତନର ସମସ୍ୟା ହୋଇପାରେ।

ଶୀଘ୍ର ପତନ ସମସ୍ୟାର ସମାଧାନ ପାଇଁ ଆୟୁର୍ବେଦିକର କିଛି ଉପଚାର ବ୍ୟବହାର କରାଯାଇପାରିବ। ଆୟୁର୍ବେଦରେ ଶୀଘ୍ର ପତନ ସମସ୍ୟାକୁ ଦୂର କରିବା ପାଇଁ ଅନେକ ପ୍ରତିକାର ଦିଆଯାଇଛି। ତେବେ ଜାଣି ରଖନ୍ତୁ ଏହି ଉପାୟ ଗୁଡିକ କଣ?

ଜାଇଫଳ (NUTMEG)।

ଶୀଘ୍ର ପତନ ର ଚିକିତ୍ସା ପାଇଁ ଆୟୁର୍ବେଦରେ ଜାଇଫଳ ବ୍ୟବହାର କରାଯାଏ। ଏଥିପାଇଁ ଏକ ଗ୍ଲାସ କ୍ଷୀରରେ ପାଞ୍ଚ ଗ୍ରାମ ଜାଇଫଳ ପାଉଡର ମିଶାଇ ପିଅନ୍ତୁ। ଏହି କ୍ଷୀରକୁ ନିୟମିତ ପିଇବା ଦ୍ୱାରା ଆପଣଙ୍କୁ ଶୀଘ୍ର ପତନ ସମସ୍ୟାରୁ ଶୀଘ୍ର ଆରାମ ମିଳିବ।

ଅଁଳା (GOOSEBERRY)

ଅଁଳା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟୀ ହୋଇଥାଏ। ଶୀଘ୍ର ପତନ ସମସ୍ୟାକୁ ଦୂର କରିବା ପାଇଁ ଆପଣ ଅଁଳା ମଧ୍ୟ ଖାଇ ପାରିବେ। ଏଥିପାଇଁ ଅଁଳା ପାଉଡରରେ ଟିକେ ଦେଶୀ ଘିଅକୁ ମିଶାନ୍ତୁ। ମଧ୍ୟାହ୍ନ ଭୋଜନ ପରେ ଏହାକୁ ଖାଆନ୍ତୁ। ଏହାକୁ କିଛି ଦିନ କ୍ରମାଗତ ଭାବରେ ଖାଇବା ଦ୍ୱାରା ଆପଣଙ୍କୁ ବହୁତ ଆରାମ ମିଳିପାରେ। ଆୟୁର୍ବେଦରେ ଶୀଘ୍ର ପତନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅଁଳା ଖାଇବାକୁ ପରାମର୍ଶ ଦିଆଯାଇଛି।

ମୁସଲି ( MUESLI)।

ଆୟୁର୍ବେଦରେ ମୁସଲି ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଯଦି ଆପଣଙ୍କର ଶୀଘ୍ର ପତନ ସମସ୍ୟା ଅଛି ତେବେ ଆପଣ ଧଳା ମୁସଲି ଖାଇପାରିବେ। ଏହାର ନିୟମିତ ସେବନ ଦ୍ୱାରା ଶୀଘ୍ର ପତନ ସମସ୍ୟା ଦୂର ହୁଏ। ଏଥିପାଇଁ ଆପଣ ରାତିରେ କ୍ଷୀର ସହିତ ଧଳା ମୁସଲି ପାଉଡର ଖାଇପାରିବେ।

ଅଶ୍ୱଗନ୍ଧା (ASWAGANDHA)।

ଆୟୁର୍ବେଦରେ ଅଶ୍ଵଗନ୍ଧାର ବିଶେଷ ମହତ୍ତ୍ୱ ରହିଛି। ଅନେକ ସ୍ୱାସ୍ଥ୍ୟ ଏବଂ ଯୌନ ସମସ୍ୟାକୁ ଦୂର କରିବା ପାଇଁ ଅଶ୍ୱଗନ୍ଧା ବ୍ୟବହୃତ ହୁଏ। ଯଦି ଆପଣ ଶୀଘ୍ର ପତନ ସମସ୍ୟାରେ ପୀଡିତ, ତେବେ ଆପଣ ଏହାକୁ ଖାଇ ପାରିବେ। ଏଥିପାଇଁ ଅଶ୍ୱଗନ୍ଧାର ପାଉଡରକୁ କ୍ଷୀର କିମ୍ବା ପାଣି ସହିତ ନିଅନ୍ତୁ। ଶୀଘ୍ର ପତନ ସମସ୍ୟାକୁ ଉପଶମ କରିବାରେ ଏହା ଏକ ଲାଭଦାୟକ ଅଟେ। ଏହାକୁ ନିୟମିତ ଖାଇବା ଦ୍ୱାରା ଶୀଘ୍ର ପତନ ସମସ୍ୟା ଦୂର ହୋଇପାରିବ।

ତେଲ ମାଲିସ୍ ( OIL MASSAGE)।

ଆୟୁର୍ବେଦରେ ତେଲ ମାଲିସର ଅନେକ ଲାଭ ବିଷୟରେ ଉଲ୍ଲେଖ କରାଯାଇଛି। ଶରୀରକୁ ତେଲ ସହିତ ମାଲିସ କରିବା ଅନେକ ରୋଗରେ ଲାଭଦାୟକ। ଶୀଘ୍ର ପତନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଡାଲଚିନି ଏବଂ କଳା ଜୀରା ବ୍ୟବହାର କରିପାରିବେ। ଆପଣ ଏହି ତେଲକୁ ତଳ ପେଟରେ ମାଲିସ୍ କରିପାରିବେ। ଏହା ରକ୍ତ ସଞ୍ଚାଳନ ଭଲ କରାଇବ ଏବଂ ଶୀଘ୍ର ପତନ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ କରିବ।

Leave a Reply

Your email address will not be published. Required fields are marked *