ସ୍ୱାମୀ ଦେଇଦେଲା ଧୋକ୍କା, ପ୍ରଥମ ସ୍ତ୍ରୀ ଥାଇ ମଧ୍ୟ ସ୍ୱାମୀ କଲା ଦ୍ଵିତୀୟ ବିବାହ, ଏବେ କାନ୍ଦି କାନ୍ଦି ନିଜ ଝିଅକୁ ଘରକୁ ଫେରାଇ ନେଉଛନ୍ତି ବାପା।:-

ଆପଣମାନେ ଟିଭି, ଖବର କାଗଜ, ସୋସିଆଲମିଡ଼ିଆରେ ଆଦିରେ ଧୋକ୍କାକୁ ନେଇ ଅନେକ ଘଟଣା ଶୁଣୁଥିବେ ଏବଂ ଦେଖୁଥିବେ। ପର ନାରୀ ତଥା ପୁରୁଷ ପାଇଁ ନିଜ ସାଥିକୁ ଧୋକ୍କା ଦେବା ଏକ ସାଧାରଣ କଥା ହୋଇଗଲାଣି। ଏପରି ଘଟଣା ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁଥିବା ବେଳେ ଏହା ସମାଜ ଉପରେ ବହୁତ ଖରାପ ପ୍ରଭାବ ମଧ୍ୟ ପକାଉଛି।

ତେବେ ଆଜିର ଘଟଣା ମଧ୍ୟ କିଛି ଏହିପରି ଅଟେ। ଯୌତୁକ ବାହାନାରେ ସ୍ତ୍ରୀ ସହ ଝଗଡା କରି ସ୍ୱାମୀ କଲେ ଦ୍ଵିତୀୟ ବିବାହ। ପ୍ରଥମ ସ୍ତ୍ରୀ ର ବାପା ଆଉ କିଛି ଉପାୟ ନ ପାଇ ଶେଷକୁ କାନ୍ଦି କାନ୍ଦି ଶାଶୂ ଘରୁ ସମସ୍ତ ଜିନିଷ ଏବଂ ଝିଅକୁ ନେଇ ଚାଲିଯାଉଛନ୍ତି ନିଜ ଘରକୁ। ତେବେ ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ନାକଟି ଦେଉଳ ବ୍ଲକ କମଳନାଳୀ ଗ୍ରାମରେ।

ପିଡିତା ଜଣକଙ୍କ ନାମ ରଂଜିତା ପ୍ରଧାନ। ସ୍ୱାମୀଙ୍କ ନାମ ସୁର୍ଯ୍ୟ ନାରାୟଣ ପ୍ରଧାନ। ତେବେ ଘଟଣା ଅନୁସାରେ 7 ବର୍ଷ ପୂର୍ବେ ରଞ୍ଜିତା ଏବଂ ସୂର୍ଯ୍ୟ ନାରାୟଣଙ୍କର ବିବାହ ହୋଇଥିଲା। ସବୁକିଛି ଠିକଠାକ ଚାଲିଥିବା ବେଳେ ହଠାତ ସ୍ୱାମୀ ବାପ ଘରୁ ଆହୁରି ଟଙ୍କା ଆଣିବା ପାଇଁ ସ୍ତ୍ରୀକୁ କହିଥିଲେ। କିନ୍ତୁ ସ୍ତ୍ରୀ ମନା କରିଦେଇଥିଲେ।

ପ୍ରକୃତରେ ଯୌତୁକ ରେ ଆଉ ଟଙ୍କା ମାଗିବା ଥିଲା ସ୍ୱାମୀଙ୍କର ଏକ ବାହାନା। ସେ ନିଜ ସ୍ତ୍ରୀ କୁ ଯୌତୁକ ବାହାନାରେ ଘରୁ ବାହାର କରିବାକୁ ଚାହୁଁଥିଲେ। କାରଣ ସ୍ୱାମୀ ଆଉ ଜଣେ ମହିଳାଙ୍କୁ ପସନ୍ଦ କରୁଥିଲେ। ଝଗଡା ଅଧିକ ବଢିବା କାରଣରୁ ମହିଳାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ଘଟଣାଟି ଏହାପରେ କୋର୍ଟରେ ବିଚାରଧୀନ ରହିଥିଲା। ଉଭୟ ପରିବାରଙ୍କୁ କୋର୍ଟକୁ ମଧ୍ୟ ଡକା ଯାଇଥିଲା। କିନ୍ତୁ ଘଟଣାର କିଛି ସମାଧାନ ହୋଇନଥିଲା।ଏବେ ସ୍ୱାମୀ ଦ୍ଵିତୀୟ ବିବାହ ମଧ୍ୟ କରିସାରିଛନ୍ତି। ପ୍ରଥମ ସ୍ତ୍ରୀ ଏବେ ନିଜ ବାପାଙ୍କ ସହ ଶାଶୂଘରୁ ନିଜର ସମସ୍ତ ଜିନିଷପତ୍ର ନେଇ କାନ୍ଦି କାନ୍ଦି ଚାଲିଯାଇଛନ୍ତି।

Leave a Reply

Your email address will not be published. Required fields are marked *