ବୃଦ୍ଧାଙ୍କ ଅନ୍ତିମ ସଂସ୍କାରରେ ଡିଜେ ଲଗାଇ ନାଚିଲେ ଗାଁ ଲୋକ, ଏକ ନିଆରା ଢଙ୍ଗରେ ବୃଦ୍ଧାଙ୍କୁ ଦେଲେ ବିଦାୟ।:-

ପରିବାରରେ କାହାର ମୃତ୍ୟୁ ହୋଇଗଲେ ପରିବାର ଲୋକ ତଥା ସମ୍ପର୍କୀୟ ଲୋକମାନେ ଦୁଃଖରେ ଭାଙ୍ଗି ପଡନ୍ତି। ପରିବେଶଟି କାନ୍ଦ ବୋବାଳିରେ ଫାଟିପଡୁଥିବା ବେଳେ ମୃତକଙ୍କ ଶବକୁ ସମ୍ପୁର୍ଣ୍ଣ ରୀତିନୀତି ସହ ନେଇ ଅନ୍ତିମ ସଂସ୍କାର କରାଯାଏ। କିନ୍ତୁ ଆପଣ କେବେ କାହାର ଅନ୍ତିମ ସଂସ୍କାରରେ ଡିଜେ ବାଜିବାର ଦେଖିଛନ୍ତି କି?

ଆଜି ଆମେ ଯେଉଁ ଦୃଶ୍ୟ ଆପଣଙ୍କୁ ଦେଖାଇବୁ ଆପଣ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଦୃଶ୍ୟରେ ଜଣେ ବୃଦ୍ଧାଙ୍କର ଶବକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଉଥିବା ବେଳେ ପରିବେଶଟି ଶୋକମୟ ହେବା ବଦଳରେ ଡିଜେ ବାଜି ଲୋକ ନାଚୁଥିବାର ଦେଖିବାକୁ ମିଳିବ। ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚରା ବସ୍ତିପଡାରେ।

ଏଠାରେ ଶବସତ୍କାର ପାଇଁ ଲୋକମାନେ ଡିଜେ ବଜାଇ ନାଚି ନାଚି ମଶାଣିକୁ ଯାଉଛନ୍ତି। ଘଟଣା ଅନୁସାରେ ପଞ୍ଚରା ଗ୍ରାମର ମାଙ୍ଗରୀ ସୁରିନ ନାମକ ଜଣେ ବୃଦ୍ଧ ମହିଳା ଅଧିକ ବୟସ ଅର୍ଥାତ 115 ବର୍ଷ ବୟସ ପରେ ମୃତ୍ୟୁ ବରଣ କରିଥିଲେ।

ସେଥିପାଇଁ ପରିବାର ଲୋକ ସ୍ଥିର କଲେ ଯେ ବୃଦ୍ଧାଙ୍କୁ ଶୋକାକୁଳ ପରିବେଶ ପରିବର୍ତ୍ତେ ଭିନ୍ନ ଧରଣରେ ବିଦାୟ ଦେବା ଉଚିତ। ଏହାପରେ ଜୋରସୋରରେ ବାଜିଥିଲା ଡିଜେ। ଡିଜେର ଗୀତରେ ନାଚିନାଚି ବୃଦ୍ଧ ମହିଳାଙ୍କ ଶବ ସତ୍କାର କଲେ ଗାଁ ଲୋକେ।

Leave a Reply

Your email address will not be published. Required fields are marked *