ମୃତ୍ୟୁ ଶେଯରେ ପ୍ରେମିକା ମଥାରେ ସିନ୍ଦୁର ପିନ୍ଧାଇ ସାରା ଜୀବନ ଅବିବାହିତା ରହିବା ପାଇଁ ନିଷ୍ପତ୍ତି ନେଲା ପ୍ରେମିକ ।

ଅନେକ ସମୟରେ ଏଭଳି ଖବର ସାମ୍ନାକୁ ଆସୁଛି ଯେଉଁଠାରେ କେଉଁଠି ପ୍ରେମିକ ନିଜ ପ୍ରେମିକାକୁ ହତ୍ୟାକରୁଛି ତ ଆଉ କେଉଁଠି ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗୁଛି । ଏଭଳି ଅନେକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସୁଛି । ଯାହା ପ୍ରକୃତ ପ୍ରେମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କିନ୍ତୁ ଆଜିବି ପ୍ରକୃତ ବଞ୍ଚିଛି, ଯାହାର ନିଚ୍ଛକ ଘଟଣା ସାମ୍ନାକୁ ଆସିଛି । ଶୁଣିଲେ ଆପଣ ପୁଣିଥରେ ଭାବିବାକୁ ବାଧ୍ୟ ହେବେ ଯେ ବର୍ତ୍ତମାନ ସମୟରେ ପ୍ରକୃତ ପ୍ରେମ ବଞ୍ଚିଛି ।

ବର୍ତମାନ ସମୟରେ ପ୍ରେମ ବିବାହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ ବିବାହ କରୁଛନ୍ତି । ଏବେ ଆପଣ ଭାବୁଥିବେ ଏଥିରେ ନୂଆ କଥା କ’ଣ ? ପ୍ରକୃତରେ ଯୁବକ ଜଣକ ତାଙ୍କ ପ୍ରେମିକାଙ୍କୁ ବିବାହ କରୁଛନ୍ତି ସତ, କିନ୍ତୁ ତାଙ୍କ ପ୍ରେମିକା ଏହାକୁ ଦେଖିପାରିବେ ନାହିଁ ।

କାରଣ ସେ ଶୋଇ ଯାଇଛନ୍ତି ଚିରନିଦ୍ରାରେ । ପ୍ରକୃତରେ ଜଣେ ଯୁବକ ନିଜ ମୃତ ପ୍ରେମିକାଙ୍କ ମୃତଦେହ ସହ ବିବାହ କରିଛନ୍ତି । ଏକ ଦୁରାରୋଗ୍ୟ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ତାଙ୍କ ପ୍ରେମିକା । ଆଉ ତାଙ୍କୁ ଜୀବନ ଦେଇ ଭଲ ପାଉଥିବା ତାଙ୍କ ପ୍ରେମିକ କିନ୍ତୁ ତାଙ୍କୁ ଦେଇଥିବା କଥା ରଖିଛନ୍ତି । ଆଉ ମୃତ୍ୟୁ ପରେ ପ୍ରେମିକାଙ୍କ ମୃତଦେହକୁ ସିନ୍ଦୂର ପିନ୍ଧାଇ ବିବାହ କରିଛନ୍ତି ।

ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଆସାମର ମୋଇରାଗାଓଁରୁ । ଭିଡିଓରେ ଥିବା ଯୁବକଙ୍କ ନାଁ ହେଉଛି ବିଟୁପନ ଏବଂ ମୃତ ଯୁବତୀ ହେଉଛି ପ୍ରାର୍ଥନା । ବିଟୁପନ ତାଙ୍କ ପ୍ରେମିକାଙ୍କ ମଥାରେ ସିନ୍ଦୂର ପିନ୍ଧାଇ, ମାଳ ପକାଇ ବିବାହ କରିଛନ୍ତି । ସୂଚନା ଅନୁଯାୟୀ, ବିଟୁପନ ଏବଂ ପ୍ରାର୍ଥନା ଉଭୟ ପରସ୍ପରକୁ ଖୁବ୍ ଭଲ ପାଉଥିଲେ ।

ଉଭୟଙ୍କ ମଧ୍ୟରେ ସଂପର୍କ ବହୁତ ନିବିଡ ଥିଲା । କଥା ଦେଇଥିଲେ ଜୀବନ ସାଥୀ ହୋଇ ରହିବାକୁ । ବିବାହ ପାଇଁ ମଧ୍ୟ ଦେଖିଥିଲେ ସ୍ବପ୍ନ । ହେଲେ ବୋଧହୁଏ ବିଧାତାର ହୁଏତ କିଛି ଭିନ୍ନ ଯୋଜନା ଥିଲା । ବିବାହର କିଛି ଦିନ ପୂର୍ବରୁ ଜଣାପଡ଼ିଥିଲା ଯେ ପ୍ରାର୍ଥନା ଏକ ଗୁରୁତର ରୋଗରେ ଆକ୍ରାନ୍ତ ଅଛନ୍ତି ଆଉ ଶୁକ୍ରବାର ହଠାତ୍ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

ପ୍ରାର୍ଥନାଙ୍କ ମୃତ୍ୟୁ ପରେ ସତେ ଯେପରି କଳାବାଦାଲ ଘୋଟିଆସିଥିଲା ବିଟୁପନଙ୍କ ଜୀବନରେ । ତଥାପି ସେ ଧୈର୍ଯ୍ୟ ହରାଇନଥିଲେ । ଆଉ ପ୍ରାର୍ଥନାଙ୍କୁ ଦେଇଥିବା କଥା ରଖିଥିଲେ ବିଟୁପନ, ଆଉ ତାଙ୍କୁ ହିଁ ବିବାହ କରିଥିଲେ । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା  ପ୍ରାର୍ଥନାଙ୍କ ମରଶରୀର ସହ ବିବାହକୁ ଉଭୟଙ୍କ ପରିବାର ଲୋକେ ବିରୋଧ ମଧ୍ୟ କରିନଥିଲେ । ତେବେ ଏହି କାହାଣୀକୁ ଯିଏଭି ଶୁଣି ଅନେକ ଭାବବିହ୍ବଳ ହୋଇ ପଡିବା ସହିତ କହୁଛନ୍ତି ଯେ ଭଲ ପାଇବା ହେବ ତ’ ଏମିତି ।

Leave a Reply

Your email address will not be published. Required fields are marked *