ମହିଳା ଦୋକାନୀଙ୍କୁ କହୁଛି ମୁଁ ତୋତେ କରିବି । କେତେ ଟଙ୍କା ନେଲେ ତୁ ମତେ ଦେବୁ କହ…

ବନ୍ଧୁଗଣ ମାତ୍ର ୨୦୦ ଟଙ୍କା ପାଇଁ ହେଲା ମହାଭାରତ । ଦୋକାନରୁ ବାକି ଖାଇଲେ ଆଉ ଯେତେବେଳେ ବାକି ଟଙ୍କା ମାଗିଲେ ଦୋକାନୀ ଉପରକୁ ଆକ୍ରମଣ କଲେ । ଗଙ୍ଗୁଆ ବସ୍ତି ନିକଟରେ ଥିବା ଏକ ଦୋକାନରୁ ରୀତିମତ ଭାବରେ ଜଣେ ବାକି ଖାଇଲା । ଆଉ ପାଖାପାଖି ୨୦୦ ଟଙ୍କାର ଖାଇଥିଲା ତାପରେ ସେହି ବାକି ଟଙ୍କା ମାଗିବାରୁ ଗତକାଲି ଆକ୍ରମଣ କରିଥିଲେ ଆଉ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ଆଉ କେବଳ ସେତିକି ନୁହେଁ ମାରିକି ଲହୁ ଲୁହାଣ ମଧ୍ୟ କରି ପକାଇଥିଲେ ।

ତେବେ ଦୋକାନୀ ଜଣକ ମହିଳା ଥିଲେ । ଆଉ ଉକ୍ତ ମହିଳା ଦୋକାନୀଙ୍କ କହିବା ମୁତାବକ ଉକ୍ତ ବ୍ୟକ୍ତିଙ୍କ ନାଁ ହେଲା ମଙ୍ଗୁ ବୋଲି ଡାକନ୍ତି ଆଉ ଭଲ ନାଁ ହେଲା ପୂର୍ଣ୍ଣଚନ୍ଦ୍ର ବାରିକ୍ । ସେ କାଲି ଆସି ମହିଳା ଦୋକାନୀଙ୍କୁ ସିଗାରେଟ୍ ମାଗିଲା । ପୂର୍ବରୁ ମଧ୍ୟ ଉକ୍ତ ଦୋକାନରୁ ମହିଳାଙ୍କ ନିକଟରୁ ସିଗାରେଟ୍ ନେଇଛି । ଆହୁରି ପାଣି ବୋଟଲ ନେବ ଆଉ ତାପରେ କିନ୍ତୁ ପଇସା ମାଗିଲା ବେଳକୁ ମହିଳାଙ୍କୁ ଭାଷା ଅଭାଷା କହିବ । ଆଗରୁ ମଧ୍ୟ ଏପରି ହୋଇଥିଲା ।

କିନ୍ତୁ ମହିଳା ଜଣକ ପୁର୍ବରୁ କିଛି କହୁ ନଥିଲେ କାରଣ ସେ ଭାବୁଥିଲେ ଯୁବକ ଜଣକ ପି ଦେଇକି ମଦ ନିଶାରେ ସେପରି ଖରାପ ଭାଷାରେ କଥା ହେଉଛନ୍ତି । କିନ୍ତୁ ତାହା ବାରମ୍ବାର ହେଉଥିଲା ଆଉ ଗତକାଲି କିଛି ବେଶୀ ହିଁ ହେଲା । ଉକ୍ତ ଯୁବକ ଜଣକ ସିଗାରେଟ୍ ମାଗିବାରୁ ମହିଳା ପଇସା ବାକି ଅଛି କହି ସିଗାରେଟ୍ ଦେଇ ନଥିଲେ । ନ ଦେଲାରୁ ପ୍ରଥମେ ଖରାପ ଭାଷା କହି ଗାଳି କଲା ଓ ଯାଇ ସାମ୍ନାରେ ଥିବା ଓଟୋରେ ଶୋଇଲା । ଆଉ ସନ୍ଧ୍ୟାବେଳେ ଉଠିକି ପୁଣି ଆଉଥରେ ଆସି ମହିଳାଙ୍କୁ ସିଗାରେଟ୍ ମାଗିଲା ।

କ୍ଲର୍କ ହେବା ପାଇଁ ଚାଁହୁଛନ୍ତି କି,ତା ହେଲେ ଜଲ୍ଦି ଆବେଦନ କରନ୍ତୁ

ମହିଳା ସିଗାରେଟ୍ ନାହିଁ ବୋଲି କହିବାରୁ ଛିଡ଼ା ହୋଇଥିବା ଅଲଗା କଷ୍ଟୋମର ମାନଙ୍କ ଆଗରେ ଭାଷା କହି ଗାଳି କଲା । କାନରେ ଶୁଣି ନହେବା ଭଳିଆ କଥା ମଧ୍ୟ କହିଲା । ମହିଳାଙ୍କୁ କହିଲା ମୁଁ ତୋତେ କରିବି ଅଲବତ କରିବି । ତୁ ମୋତେ ଟଙ୍କା ଦେଖାଉଛୁ କେତେ ଟଙ୍କା ନେଲେ ଦେବୁ କାହ । ଆଉ ମହିଳା ଜଣକ ତାପରେ ଗାଳି କରିବାରୁ ସେ ଆକ୍ରମଣ କରିଥିଲା ଯାହାକି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *