ଜୟା ବଚ୍ଚନ ଝିଅ ମାନଙ୍କର ବିଦେଶୀ ପିନ୍ଧା କୁ ଆପଣେଇବାକୁ ଭୁଲ କହିବା ଉପରେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣାଶୁଣା ଏକ୍ଟ୍ରେସ ମମତା ଦାସ କ’ଣ କହିଲେ?

ଆଜିକାଲି ସମାଜରେ ଝିଅ ମାନଙ୍କର ପିନ୍ଧିବା ଶୈଳୀ କୁ ନେଇ ଅନେକ କଥା ଶୁଣିବାକୁ ମିଳିଥାଏ।କିଏ ଝିଅ ମାନଙ୍କର ବିଦେଶୀ ପିନ୍ଧିବା ଶୈଳୀ କୁ ଆପଣେଇବାକୁ ଠିକ୍ କହୁଥାଏ ତୋ କିଏ ଭୁଲ୍।ସବୁଦିନ ଏହାକୁ ନେଇ କିଛି କିଛି ବକ୍ତବ୍ୟ ଆସିଥାଏ।ଏଇ କିଛି ଦିନ ହେବ ବଲିଉଡ ର ନାମୀ ଏକ୍ଟ୍ରେସ୍ ଜୟା ବଚ୍ଚନ ଝିଅ ମାନଙ୍କର ପିନ୍ଧିବା ଶୈଳୀ କୁ ନେଇ ଦେଇଥିବା ବକ୍ତବ୍ୟ ଚର୍ଚ୍ଚା ରେ ରହିଛି।ସେ କହିଛନ୍ତି ଯେ ଇଣ୍ଡିଆ ର ଝିଅ ମାନେ ପ୍ୟାଣ୍ଟ୍ ସାର୍ଟ ପିନ୍ଧି ନିଜକୁ ପୁଅ ମାନଙ୍କର ତୁଳନା ରେ ଭାବନ୍ତି। ସେମାନେ ବିଦେଶୀ ଡ୍ରେସ୍ ପିନ୍ଧି ନିଜକୁ ପୁରା ବିଦେଶୀ କରିସାରିଲେଣି।ଏହାକୁ ନେଇ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣାଶୁଣା ଏକ୍ଟ୍ରେସ୍ ମମତା ଦାସ କ’ଣ କହିଛନ୍ତି ଜାଣିବା ଆସନ୍ତୁ।

ଯେତେବେଳେ ମମତା ଦାସ ଙ୍କୁ ଜୟା ବଚ୍ଚନ ଙ୍କ ଏହି କଥା ସମ୍ପର୍କ ରେ ପ୍ରଶ୍ନ କରାଗଲା ସେ କହିଲେ ଯେ ପ୍ରଥମେ ନିଜ ଘର ଲୋକ ଙ୍କୁ ଦେଖା ତାପରେ ଅନ୍ୟ ମାନଙ୍କୁ କହିବ।ତାଙ୍କ କହିବା ଅନୁସାରେ ଜୟା ବଚ୍ଚନଙ୍କ ବୋହୂ, ଝିଅ, ନାତୁଣୀ ସମସ୍ତେ ବିଦେଶୀ ଡ୍ରେସ୍ ପିନ୍ଧି ଆସୁଛନ୍ତି ତେବେ ଏ ସବୁ କହିବା ଭୁଲ।ତାଙ୍କ ଅନୁସାରେ ଜିନସ୍,ସାର୍ଟ ପିନ୍ଧିବା କୌଣସି ଭୁଲ୍ ନୁହେଁ।ବାହାର ଦେଶ ରୁ ଲୋକ ମାନେ ଆସି ଯଦି ଆମର ଶୈଳୀ ଅପଣାଉଛନ୍ତି ତେବେ ତାଙ୍କ ଶୈଳୀ ଅପଣାଇବାରେ କୌଣସି ଭୁଲ ନୁହେଁ।

ଯଦି ଜଣେ ପାଇଲଟ୍ କିମ୍ବା ଆର୍ମୀ ରେ ଥିବ ସେ କ’ଣ ଶାଢ଼ୀ ପିନ୍ଧି କାମ ଠିକ୍ ରେ କରିପାରିବ କି।ଏହା କହିବା ଭୁଲ୍ ଯେ ଶାଢ଼ୀ ସବୁବେଳେ ପିନ୍ଧିବା ଦରକାର।ସେ ଆହୁରି ମଧ୍ୟ କହିଛନ୍ତି ଯଦି ଜୟା ତାଙ୍କ ବେଳେ ଜିନ୍ସ ଆସିଥାନ୍ତା ସେ କ’ଣ ପିନ୍ଧି ନଥାନ୍ତେ। ତାଙ୍କ ମତ ରେ ଏବେ ଯେଉଁ ଲୋକ ମାନଙ୍କର ମାନିବା କଥା ଯେ ଜିନ୍ସ,ସାର୍ଟ ବା ବିଦେଶୀ ଡ୍ରେସ୍ ପିନ୍ଧିବା ଦ୍ବାରା ପୁଅ ମାନେ ଝିଅ ମାନଙ୍କ ଆଡ଼କୁ ଆକର୍ଷିତ ହେଉଛନ୍ତି ଯାହା ଦ୍ଵାରା ରେପ୍ ବହୁତ୍ ମାତ୍ରା ରେ ହେଉଛି ତାହା ଭୁଲ୍।ଏବେ ମୋବାଇଲ ଯୁଗ ଆସିଲାଣି ଯାହା ଯେତେବେଳ ହେଉଛି ସମସ୍ତେ ଜାଣିପାରୁଛନ୍ତି।

ହେଲେ ଆଗରୁ ସେମିତି ସୁବିଧା ନଥିଲା ବୋଲି କେହି କିଛି ଜାଣିପାରୁନଥିଲେ,କିନ୍ତୁ ଆଗରୁ ବି ଝିଅ ମାନେ ଦୁଷ୍କର୍ମ ର ଶିକାର ହେଉଥିଲେ।ସେ କହିଛନ୍ତି ଝିଅ ମାନେ ବା ସ୍ତ୍ରୀ ଲୋକ ମାନେ ଶାଢ଼ୀ ପିନ୍ଧିଲେ ବେଶୀ ସେକ୍ସି ଦେଖାଯାଆନ୍ତି।କାରଣ ଶାଢ଼ୀ ପିନ୍ଧିଲେ ବି ଦେହର କିଛି ଅଙ୍ଗ ଦେଖାଯାଏ।ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ସ୍ବାମୀ ତାଙ୍କୁ ଏହି କାରଣ ରୁ ଶାଢ଼ୀ ପିନ୍ଧିବାକୁ ମନା କରିଛନ୍ତି। ତେଣୁ ଶାଢ଼ୀ ପିନ୍ଧିବା ଠିକ୍ ଆଉ ଜିନ୍ସ ସାର୍ଟ ବା ବିଦେଶୀ ଡ୍ରେସ୍ ପିନ୍ଧିବା ଭୁଲ୍,ଏହା କହିବା ସଂପୂର୍ଣ୍ଣ ଠିକ୍ ନୁହେଁ।

Leave a Reply

Your email address will not be published. Required fields are marked *