ରାସନ କାର୍ଡରେ ଦତ୍ତା ବଦଳରେ ଲେଖା ହୋଯାଇଥିଲା କୁତ୍ତା, ଏହାପରେ ବିଡ଼ିଓଙ୍କ ଉପରେ କୁକୁର ପରି ଭୁକିବାକୁ ଲାଗିଲେ ହିତାଧିକାରୀ

ଆଜିକାଲି ରାସନ କାର୍ଡ ହେଉ କିମ୍ବା ଆଧର କାର୍ଡ ବା ଭୋଟର୍ କାର୍ଡ ସବୁଥିରେ କିଛି ନା କିଛି ଭୁଲ ରହୁଛି। ତାହା ନାମରେ ଭୁଲ ହୋଇଥାଉ ନଚେତ ଠିକଣା କିମ୍ବା ଜନ୍ମ ତାରିଖ। ଏହି ଜିନିଷ ଏବେ ସାଧାରଣ କଥା ମଧ୍ୟ ହୋଇଗଲାଣି। ସରକାରୀ ଅଫିସରଙ୍କ ଏପରି ଛୋଟ ଛୋଟ ଭୁଲ କାରଣରୁ ସାଧାରଣ ଲୋକଙ୍କୁ ବହୁତ ଅସୁବିଧା ଭୋଗିବାକୁ ପଡୁଛି।

ଏହାପରେ ଯେତେବେଳେ ଏହାକୁ ଠିକ୍ କରିବା ସାଧାରଣ ଲୋକମାନେ ସରକାରୀ ଅଫିସକୁ ଦୌଡନ୍ତି ସେତେବେଳେ ସେଠାରେ ମଧ୍ୟ ଏହାକୁ ଠିକ କରିବା ପାଇଁ ବହୁତ ସମୟ ନିଆଯାଏ। ତେବେ ଏହିପରି ଅସୁବିଧାକୁ ନେଇ ଏପରି ଏକ ଘ-ଟଣା ଘ-ଟିଛି ଯାହାକୁ ଆପଣ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ।

ଯେଉଁ ଘ-ଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ତାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି। ବିଡ଼ିଓଙ୍କ ଆଗରେ ଜଣେ ବ୍ୟକ୍ତି ପ୍ର-ତିବା-ଦ କରି କୁକୁର ପରି ଭୁକୁଛନ୍ତି। ଏହାସହ ସରକାରୀ ଅଫିସରଙ୍କ ଭୁଲ ମଧ୍ୟ ଦର୍ଶାଉଛନ୍ତି। ଏହି ଦୃ-ଶ୍ୟଟି ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ। ଏହାସହ ପ୍ରତି-ବାଦ ସୃଷ୍ଟି କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି କୋଲକାତା ବାଙ୍କୁରାର ଶ୍ରୀକାନ୍ତ ଦତ୍ତା।

ତେବେ ସମ୍ପୁର୍ଣ୍ଣ ଘ-ଟଣା ଅନୁସାରେ ପ୍ରଶାସନିକ ଅଧିକାରୀଙ୍କ ଗାଡ଼ି ସାମ୍ନାରେ କୁକୁର ଭଳି ଭୁକି ଭୁକି ପ୍ରତିବାଦ କରିଛନ୍ତି ଏହି ବ୍ୟକ୍ତି। ତାଙ୍କ ରାସନ କାର୍ଡରେ ଯେଉଁ ଭୁଲ ରହିଛି ତାହାକୁ ଦର୍ଶାଇବା ପାଇଁ ସେ ଏପରି କାର୍ଯ୍ୟ କରିଛନ୍ତି। ଆପଣ ମଧ୍ୟ ଭାବୁଥିବେ ଯେ ଗୋଟିଏ ଛୋଟ ଭୁଲ ପାଇଁ ଏପରି କରିବା କଣ ଆବଶ୍ୟକ ଥିଲା। କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବ୍ୟକ୍ତିଙ୍କ ରାସନ କାର୍ଡ଼ରେ ଥରେ ନୁହେଁ ଦୁଇ ଥର ନୁହେଁ ବରଂ ତିନି ତିନି ଥର ନାମ ଭୁଲ ଆସିଛି।

ପ୍ରଥମ ଥର ଶ୍ରୀକାନ୍ତ ମଣ୍ଡଳ ଆସିବାରୁ ସେ ଠିକ କରାଇବା ପାଇଁ ଆଉଥରେ ଆବେଦନ କରିଥିଲେ କିନ୍ତୁ ଦ୍ୱିତୀୟ ଥରକ ଠିକ ହେବା ବଦଳରେ ପୁଣି ଭୁଲ ହୋଇ ଶ୍ରୀକାନ୍ତି ଲେଖାହୋଇଥିଲା। ଏହାସହ ତୃତୀୟ ଥର ମଧ୍ୟ ଠିକ ହେବା ବଦଳରେ ପୁଣି ଭୁଲ ହୋଇ ଶ୍ରୀକାନ୍ତ ଦତ୍ତା ମଣ୍ଡଳ ବଦଳରେ ଶ୍ରୀକାନ୍ତ କୁତ୍ତା ଲେଖା ହୋଇଯାଇଥିଲା। ତେବେ ଏପରି ଭୁଲକୁ ଆଉ ସହି ନପାରି ବିଡିଓଙ୍କ ଗାଡ଼ି ଆଗରେ ଠିଆ ହୋଇ ଭୁକି ଭୁକି ନାମ ସୁଧାରିବାକୁ ଦାବି କରିଥିଲେ ଏହି ବ୍ୟକ୍ତି।

ମଝି ରାସ୍ତାରେ ସରକାରୀ ଅଫିସରଙ୍କ ଗାଡିକୁ ଅଟକାଇ ସେ କୁକୁର ପରି ଭୁକି ଥିଲେ। ପ୍ରଥମେ ସରକାରୀ ଅଫିସର ଜଣକ ଶ୍ରୀକାନ୍ତ ଏଭଳି କାହିଁକି ପ୍ର-ତିବା-ଦ କରୁଛନ୍ତି ତାହା ବୁଝି ପାରିନଥିଲେ।କିନ୍ତୁ ପରେ ଶ୍ରୀକାନ୍ତଙ୍କ ଅଭି-ଯୋଗକୁ ବୁଝି ତାଙ୍କ ରାସନ କାର୍ଡରେ ହୋଇଥିବା ଭୁଲ୍ ସୁଧାରିବା ପାଇଁ ତାଙ୍କୁ ପ୍ରତି-ଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *