ଅର୍ଚ୍ଚନା ଏବଂ ଜଗବନ୍ଧୁ ଜେଲରେ ଥିବା ବେଳେ କିଏ ଚଳାଉଥିଲେ ତାଙ୍କ ଏଣ୍ଡେଭର କାର, ଯାଞ୍ଚ କରିବାରେ ଲାଗିପଡିଛି ଇଡି।:-

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ମାମ-ଲାରେ ଏବେ ଦିନକୁ ଦିନ ସବୁ ଗୁମର ଫିଟିବାକୁ ଲାଗିଲାଣି। ଅର୍ଚ୍ଚନାଙ୍କର ସେହି ଇଣ୍ଡେଭର କାର ଏବେ ଇଡି ପାଇସାରିଛି। କାରର ମୂଲ୍ୟ 40 ଲକ୍ଷ ଟଙ୍କା। ଏଣ୍ଡେଭର କାରଟିକୁ ଶନିବାର ଦିନ ଇଡି ଭୁବନେଶ୍ୱରର ମଂଚେଶ୍ୱର ଅଂଚଳରୁ ବିଳମ୍ବିତ ରାତିରେ ଜ-ବତ କରିଛି।

ଏହି କାରକୁ ଅର୍ଚ୍ଚନା 2020 ରେ 33 ଲକ୍ଷ ଟଙ୍କା ଦେଇ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ଉକ୍ତ ସୋରୁମରୁ କିଣିଥିଲେ। ତେବେ ପ୍ରଶ୍ନ ଉଠୁଛି ଯେ ଅର୍ଚ୍ଚନା, ଜଗବନ୍ଧୁ ଏବଂ ଖଗେଶ୍ୱର ଜେଲରେ ଏବେ ରହିଥିବାବେଳେ ବାହାରେ ଏମାନଙ୍କୁ ସାହାଯ୍ୟ କରୁଛି କିଏ? କାହାକୁ କହି ଅର୍ଚ୍ଚନା ସେହି ଏଣ୍ଡେଭର କାରକୁ ଲୁ-ଚାଇ ରଖିଥିଲେ?

ଏବେ ଏହାର ଯା-ଞ୍ଚ କରୁଛି ଇଡି। ଯେଉଁ ସ୍ଥାନରୁ କାର ମିଳିଛି ସେଠାର ସିସିଟିଭି ରେକ-ର୍ଡ଼କୁ ଚେକ କରୁଛି ଇଡି। ଏହାସହ ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ ଖଗେଶ୍ୱରଙ୍କ ରି-ମାଣ୍ଡ ଅବଧି ଶେଷ ହୋଇଯାଇଛି। ଅର୍ଚ୍ଚନା ସହ ସମ୍ପ-ର୍କ ରଖିଥିବା 12 ଜଣଙ୍କୁ ହାଜର ପାଇଁ ଇଡି ନୋଟିସ ଜା-ରି କରିଛି।

ଆସନ୍ତା 21 ରୁ 27 ତାରିଖ ଭିତରେ ଏହି 12 ଜଣ ହାଜର ହେବେ। ଏହି 12 ଜଣଙ୍କ ଭିତରେ ଅନେକ ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ବିଲଡର ମଧ୍ୟ ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *