ଅର୍ଚ୍ଚନା ମାମଲାର ଖୋଳତାଡ଼ରେ ବାହାରିଛି ଜଣେ ଆଇଏଏସ ଅଫିସରଙ୍କ ନାମ, ତେବେ କିଏ ଅଟନ୍ତି ଏହି ପ୍ରତିଷ୍ଠିତ ବ୍ୟକ୍ତି

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ମାମଲାର ଗୁମର ଏବେ ଦିନକୁ ଦିନ ଖୋଲିବାରେ ଲାଗୁଛି। କଳା ସାମ୍ରାଜ୍ୟରେ ନେତା, ମନ୍ତ୍ରୀ ଏବଂ ଅନେକ ବଡ଼ବଡ଼ିଆଙ୍କ ପରେ ଏବେ ସାମ୍ନାକୁ ଆସିଛି ଜଣେ ଆଇଏଏସ୍ ଅଫିସରଙ୍କ ନାମ। ଏହାସହ ଯେଉଁ ବ୍ୟକ୍ତିଙ୍କ ଅଭି-ଯୋଗ ପରେ ହିଁ ଅର୍ଚ୍ଚନାଙ୍କୁ ପୋ-ଲିସ ଗି-ରଫ କରିଥିଲା ସେହି ବ୍ୟକ୍ତି ଅର୍ଥାତ ଅକ୍ଷୟ ପରିଜାଙ୍କୁ ଇଡି ଅଫିସ ରେ ହାଜର ହେବାକୁ ଇଡି ଅ-ର୍ଡର ଦେଇଥିଲା।

କିନ୍ତୁ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଇଡି ଅଫିସରେ ହାଜର ହୋଇନଥିଲେ ବରଂ ଇଡି ଅଫିସରେ ଶେଷକୁ ଅକ୍ଷୟଙ୍କ ବଦଳରେ ତାଙ୍କ ଓକିଲ ପହଞ୍ଚିଥିଲେ। ତାଙ୍କ ଓକିଲଙ୍କ କହିବା ଅନୁସାରେ ସ୍ବାସ୍ଥ୍ୟଗତ କାରଣରୁ ଅକ୍ଷୟ ପରିଜା ଆଜି ଇଡିରେ ହାଜର ହୋଇପାରିନାହାନ୍ତି।

ଏତେ ଘଟଣା ସହ ଏବେ ଯେଉଁ ଆଇଏଏସ୍ ଅଫିସରଙ୍କ ନାମ ସାମ୍ନାକୁ ଆସୁଛି ତାହା ଆହୁରି ଦ୍ଵନ୍ଦରେ ପକାଉଛି। ତେବେ କେବେ ଠାରୁ ଏବଂ କିପରି ଏହି ଆଇଏଏସ ଏବଂ ଅର୍ଚ୍ଚନାଙ୍କ ମଧ୍ୟରେ ସ-ମ୍ପର୍କ ଗଢି ଉଠିଲା ? ଇଡି କେଉଁଠାରୁ ପାଇଲା ଆଇଏଏସ ଅଫିସରଙ୍କ ଖବର ? ଏହିପରି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି।

ଏତେ ସବୁ ପ୍ରଶ୍ନ ସହ ପୁଣି ଆଉ ଏକ ଖବର ଶୁଣିବାକୁ ମିଳୁଛି ଯେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଅର୍ଚ୍ଚନା ନାଗଙ୍କ ସେହି ଏଣ୍ଡେଭର କାର ଠାବ ହୋଇଛି। କିନ୍ତୁ ଏହି ଏଣ୍ଡେଭର କାରର ଆଗରେ ଏବଂ ପଛରେ ରେ କୌଣସି ନମ୍ବର ପ୍ଲେଟ ନାହିଁ। ସେଥିପାଇଁ ଏଣ୍ଡେଭର କାରକୁ ନେଇ ଇଡି ଅଧିକାରୀ ଏବଂ ଟେକ୍ନିକାଲ ଏକ୍ସପର୍ଟ ଯାଞ୍ଚ କରିଥିଲେ।

ଶେଷରେ ଏହି କାର ଅର୍ଚ୍ଚନା ନାଗଙ୍କ ବୋଲି ସ୍ପଷ୍ଟ କରିଥିଲେ ଇଡି ଅଧିକାରୀ। କାର କିଣିବା ବେଳେ ଡିଲରଙ୍କୁ 33 ଲକ୍ଷ ଟଙ୍କା ନଗଦ କ୍ୟାସ ଦିଆଯାଇଥିବା ଇଡି ସୂଚନା ପାଇଥିଲା। ତେବେ ଏତେ ଟଙ୍କା ଅର୍ଚ୍ଚନାଙ୍କ ନିକଟକୁ କେଉଁଠାରୁ ଏବଂ କିପରି ଆସିଲା ତାର ମଧ୍ୟ ଖୋଳତାଡ଼ ଚାଲିଛି।

Leave a Reply

Your email address will not be published. Required fields are marked *