ଚଳନ୍ତା ବାଇକରେ ଚାଳକଙ୍କୁ କାମୁ-ଡ଼ିଲା ନାଗ ସାପ । ବାଇକ୍ ଚାଲୁଥିଲା ଆଉସାପ ଚାଳକକୁ ଚୋଟ ମା-ରି ଚାଲିଥିଲା।

ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ଭୟାନକ ଘ-ଟଣା ସାମ୍ନାକୁ ଆସିଛି ତାହା ହେଉଛି ବାଇକ୍ ଚଳାଉଥିବା ବେଳେ ଚାଳକକୁ ସାପ ମା-ରିଛି ଚୋ-ଟ । କାରଣ ବାଇକ୍‌ ଭିତରେ ଲୁ-ଚି ରହିଥିଲା ନାଗସାପ । ଆଉ ଗାଡ଼ି ଚଳାଇ ଯାଉଥିବା ବେଳେ ସାପ କାମୁ-ଡ଼ିବାରୁ ବାଇକ୍‌ରୁ ଡେଇଁ ପଡ଼ିଲେ ଚାଳକ । ଏହାପରେ ସ୍ଥାନୀୟ ଲୋକେ ଗୁରୁ-ତର ଅବସ୍ଥାରେ ଚାଳକଙ୍କୁ ଉ-ଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ଏପରି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ।ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟ୍ ସମୟରେ ଡେଲାଙ୍ଗ ସଡାଙ୍ଗୋଇରୁ ବାଇକରେ ଘରକୁ ବାହାରିଥିଲେ ସୁକାନ୍ତ ସାମନ୍ତରାୟ।

ମାତ୍ର କିଛି ବାଟ ଯିବା ପରେ ତାଙ୍କ ଡାହାଣ ପାଦ ଗୋଇଠି ଉପରକୁ କିଛି ଗୋଟେ କାମୁ-ଡ଼ିଲା ଭଳି ମନେକଲେ ସୁକାନ୍ତ । ତେବେ ଏହାକୁ ଭୃକ୍ଷେପ ନକରି ସୁକାନ୍ତ ଆଗକୁ ଚାଲିଲେ । କିନ୍ତୁ ଆଉ କିଛି ବାଟ ଯିବା ପରେ ପୁନର୍ବାର ସମାନ ଜାଗାକୁ କିଛି ଗୋଟେ ଜୋରରେ କାମୁ-ଡିବା ଭଳି ସେ ଅନୁଭବ କଲେ । ପରେ ଗାଡ଼ି ଅଟକାଇ ଦେଖିଲା ବେଳକୁ ଗୋଇଠି ଉପରୁ ର-କ୍ତ ବାହାରୁଛି ଏବଂ ବାଇକରେ ଏକ ନାଗ ସାପ ଫ-ଣା ଟେକି ଠିଆ ହୋଇଛି ।

ବିକଳରେ ଡ-ରିଯାଇ ପ୍ରା-ଣ ବଞ୍ଚାଇବା ପାଇଁ ବାଇକରୁ ଡେଇଁ ପଡିଥିଲେ ସୁକାନ୍ତ । ପାଖରେ ଥିବା ଲୋକ ସୁକାନ୍ତକୁ ଉ-ଦ୍ଧାର କରିଥିଲେ ବି ନାଗକୁ ଦେଖି ବାଇକକୁ ଉଠାଇ ନଥିଲେ । ଖବର ପାଇ ସମ୍ପ-ର୍କୀୟ ସୁକାନ୍ତଙ୍କୁ ବାଇକରେ କ୍ୟାପିଟାଲ ହସ୍ପିଟାଲ ଆଣୁଥିଲେ । ତେବେ ସୁନ୍ଦରପଦା ନିକଟରେ ସାପ ଚୋ-ଟ ପ୍ରଭାବରେ ସୁକାନ୍ତଙ୍କୁ ଅନ୍ଧାର ଦେଖାଯିବା ସହିତ ମୁଣ୍ଡ ବୁଲାଉଥିବା ଜଣାପଡିଥିଲା । ସୁନ୍ଦରପଦାରେ ବାଇକ ରଖି ଅଟୋରେ ସୁକାନ୍ତଙ୍କୁ ହସ୍ପିଟାଲକୁ ଆଣିଥିଲେ ତାଙ୍କ ସମ୍ପର୍କୀୟ । କ୍ୟାପିଟାଲ ହସ୍ପିଟାଲରେ ସୁକାନ୍ତଙ୍କୁ ପ୍ରଥମ ଡୋଜରେ ୧୦ ଭାଏଲ ଆଣ୍ଟି ଭେନମ ଦିଆ ଯାଇଥିଲା ।

ତେବେ ବର୍ତ୍ତମାନ ସୁକାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ସେ ବି-ପଦ ମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ସୁକାନ୍ତଙ୍କୁ କାମୁ-ଡ଼ିଥିବା ନାଗ ସାପଟି ରାସ୍ତାରେ ପଡିଥିବା ବାଇକରେ ଚା-ପି ହୋଇ ରହିଥିଲା । ଏନେଇ ସ୍ଥାନୀୟ ଲୋକେ ସ୍ନେକ ହେଲ୍ପଲାଇନକୁ ସୂଚନା ଦେବାପରେ ଜଣେ ସଦସ୍ୟ ଆସି ଉ-ଦ୍ଧାର କରିଥିଲେ ତେବେ ତାଙ୍କ କହିବା ଅନୁସାରେ ଏଭଳି ଚଳନ୍ତା ମୋଟର ସାଇକେଲରେ କାହାକୁ ନାଗ ସାପ କାମୁ-ଡିବା ସମ୍ଭବତଃ ବିରଳ ଘ-ଟଣା । ସମୟ ନ-ଷ୍ଟ ନକରି ଠିକ ସମୟରେ ସୁକାନ୍ତଙ୍କୁ ଡାକ୍ତରଖାନାରେ ପହଞ୍ଚା ଯାଇଥିବାରୁ ତାଙ୍କର ଜୀବନ ବଞ୍ଚିଗଲା ।

Leave a Reply

Your email address will not be published. Required fields are marked *