ମହାଭାରତ ଯୁଦ୍ଧ ପୂର୍ବରୁ ମଧ୍ୟ ଏହିପରି ଘଟିଥିଲା ଅମାବାସ୍ୟାରେ ଗ୍ରହଣ ଏବଂ ପୂର୍ଣ୍ଣିମାରେ ସୁର୍ଯ୍ୟ ପରାଗ, ତେବେ କଣ ଏହା ଆଗକୁ ଆସୁଥିବା କିଛି ଅଶୁଭ ଘଟଣାର ସଂକେତ।:-

କିଛି ଜ୍ୟୋତିର୍ବିଜ୍ଞାନୀମାନେ ଗୋଟିଏ ବର୍ଷରେ ଦୁଇଟି ଗ୍ରହଣ ପଡିବା, ପୂର୍ଣ୍ଣିମାରେ ସୁର୍ଯ୍ୟ ପରାଗ, ଦଶହରା ଦିନ ବର୍ଷା ହେବା ଆଦି ବିଶ୍ୱ ପାଇଁ ଏକ ଅଶୁଭ ସଂକେତ ବୋଲି କହିଛନ୍ତି। ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁସାରେ ମହାଭାରତ ସମୟରେ ବି ଏହିପରି କିଛି ଘଟଣା ଦେଖିବାକୁ ମିଳିଥିଲା। ସେଥିପାଇଁ ଏ ବର୍ଷ ମଧ୍ୟ ଏହିପରି କିଛି ଘଟଣା ଘଟୁଥିବାରୁ ବିଶ୍ୱ ପାଇଁ ଏହା ଶୁଭ ନୁହେଁ ବୋଲି ଆକଳନ କରାଯାଉଛି।

ଏହି ବର୍ଷ ଗ୍ରହଣର ମୁଖ୍ୟ କଥା ହେଉଛି ଯେ ଦୁଇଟି ଗ୍ରହଣ ମଙ୍ଗଳବାର ଦିନ ହିଁ ଲାଗିଥିଲା। ଏହି ଦୁଇ ଗ୍ରହଣ ପ୍ରଭାବ କେବଳ ଭାରତ ନୁହେଁ ବରଂ ସମ୍ପୁର୍ଣ୍ଣ ବିଶ୍ୱ ଉପରେ ପଡିବ। ତେବେ ମୁଖ୍ୟ କାରଣ ହେଉଛି 25 ଅକ୍ଟୋବର ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ୟୁରୋପ, ଆଫ୍ରିକାର ଉତ୍ତର-ପୂର୍ବ ଭାଗ, ଉତ୍ତର ଆଣ୍ଟଲାଟିକ ମହାସାଗର କ୍ଷେତ୍ରରେ ଦୃଶ୍ୟ ହୋଇଥିଲା।

ଏହାସହ ନଭେମ୍ବର 8 ତାରିଖ ମଙ୍ଗଳବାର ଦିନ ମଧ୍ୟ ଚନ୍ଦ୍ର ଗ୍ରହଣ ଭାରତ ସମେତ ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା,ପ୍ରଶାନ୍ତ ମହାସାଗର ,ଆଣ୍ଟଲାଣ୍ଟିକ ମହାସାଗର ଏବଂ ଆଣ୍ଟାର୍କଟିକାରେ ମଧ୍ୟ ଦୃଶ୍ୟ ହୋଇଥିଲା। ସେଥିପାଇଁ ଏହିସବୁ ସ୍ଥାନରେ କିଛି ନା କିଛି ଘଟିବ ବୋଲି ଆକଳନ କରାଯାଉଛି।

କିଛି କ୍ଷେତ୍ରରେ ଯୁଦ୍ଧର ଭୟ ମଧ୍ୟ ରହିଛି। ତେଣୁ ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟ କଲେ ବିଶ୍ୱଟି ବଡ ବଡ ଯୁଦ୍ଧ ଆଡକୁ ଗତି କରିପାରେ ବୋଲି ଆକଳନ କରାଯାଉଛି। ଏହି ଗ୍ରହଣ ମାନବ ସଭ୍ୟତା ପ୍ରତି ଘୋର ବିପଦ ସୃଷ୍ଟି କରାଇପାରେ।

ଏହାର ପ୍ରଭାବରେ ଆଗାମୀ 7 ରୁ 9 ମାସ ମଧ୍ୟରେ ଦେଖାଯିବ ବୋଲି କୁହାଯାଉଛି। ବିଶ୍ୱରେ ଅନ୍ନ ସଂକଟ ସାଙ୍ଗକୁ ଲୋକଙ୍କ ମଧ୍ୟରେ ମାନସିକ ଦୁଶ୍ଚିନ୍ତା ଦେଖାଦେଇପାରେ ବୋଲି ଆକଳନ କରାଯାଉଛି। ଏହି ସ୍ଥିତିରେ ବେଦ ଅନୁଯାୟୀ ମହାବିନାଶ ଏବଂ ଅନିଷ୍ଟ ହୋଇପାରେ ବୋଲି ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *