ରହସ୍ୟରୁ ଉଠିଲା ପରଦା । ପାର୍ଲେ-ଜି ବିସ୍କୁଟ ପ୍ୟାକେଟରେ ଥିବା ଝିଅ କିଏ ସାମ୍ନାକୁ ଆସିଲେ । ଜାଣନ୍ତୁ ସେ କିଏ ଏବଂ କେଉଁଠି ରହୁଛନ୍ତି ।

ପିଲାବେଳେ ସକାଳ ସ୍କୁଲ ଯିବା ସମୟରେ ମା’ ଟିଫିନରେ କିଛି ବିସ୍କୁଟ ଏବଂ ଅନ୍ୟ କିଛି ଖାଦ୍ୟ ସାମଗ୍ରୀ ପ୍ୟାକ୍ କରିଦେଉଥିଲେ । ମନେ ତ ଥିବ । ସେତେବେଳେ କେଉଁ ବିସ୍କୁଟ ଅଧିକ ପସନ୍ଦ କହିଲେ ପାଟିରୁ ଆପେ ବାହାରି ପଡୁଥିଲା ପାର୍ଲେ-ଜି । ପାରଲେ-ଜି ବିସ୍କୁଟ କୁ ପିଲାଠାରୁ ନେଇ ବୁଢା ପର୍ଯ୍ୟନ୍ତ ସବୁ ବର୍ଗ ର ଲୋକେ ଏହି ବିସ୍କୁଟ ଖାଇଥାନ୍ତି । ଅନେକ ଲୋକଙ୍କର ଏହା ପସନ୍ଦିତା ବ୍ରାଣ୍ଡ ଅଟେ । ଏହା ଆଗ ରୁ ଯେପରି ଥିଲା ଆଜି ବି ସେହିପରି ଅଛି । ଏହାର ଡିଜାଇନ ରେ କିଛି ବି ପରିବର୍ତନ ହେଇ ନାହିଁ ।

ତେବେ ଏ ପର୍ଯ୍ୟନ୍ତ ପାର୍ଲେ-ଜି ବିସ୍କୁଟର ଚାହିଦା ପୂର୍ବପରି ବଳବତ୍ତର ରହିଛି ।୨୦୧୧ ମସିହାରେ ଏକ ସର୍ଭେ ମୁତାବକ ଦୁନିଆର ସବୁଠାରୁ ଅଧିକ ବିକ୍ରି ହେଉଥିବା ବିସ୍କୁଟ ମଧ୍ୟରେ ପାର୍ଲେ-ଜି ହେଉଛି ସର୍ବାଗ୍ରେ । ଏହି ବିସ୍କୁଟଠାରୁ ଅଧିକ ନିଜର ଲାଗୁଥିଲା ବିସ୍କୁଟର କଭର ପ୍ୟାକରେ ଥିବା ସେହି ଛୋଟ ଝିଅଟି ଏବଂ ତା’ଠାରୁ ଅଧିକ ପ୍ରଶ୍ନ ଉଙ୍କି ମାରୁଥିଲା ଏହି ଝିଅଟି କିଏ ଏବଂ ଏବେ କେଉଁଠି ରହୁଛି । ତେବେ ଆଜି ଆମେ ଆପଣଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ ।

ପାର୍ଲେ-ଜି ବିସ୍କୁଟ ପ୍ୟାକେଟରେ ଯେଉଁ ପିଲାଟିର ଫୋଟୋ ଆପଣ ଦେଖୁଛନ୍ତି ତାଙ୍କ ନାମ ନିରୁ ଦେଶପାଣ୍ଡେ ଅଟେ । ସେ ନାଗପୁର ରେ ରୁହନ୍ତି । ତେବେ ମିଳିଥିବା ସୂଚନା ମୁତାବକ ପୁର୍ବରୁ ମୁମ୍ବାଇର ବିଲେ ପାର୍ଲେରେ ରହୁଥିବା ଚୌହାନ ପରିବାର ୧୯୨୯ ମସିହାରେ ପାର୍ଲେ ନାମକ ଏକ କମ୍ପାନୀ ପ୍ରସ୍ତୁତ କରିଥିଲେ । ପ୍ରଥମେ ଏହି ବିସ୍କୁଟର କଭରରେ ଥିବା ଛୋଟ ଝିଅଟିକୁ ନେଇ ବିଭିନ୍ନ କଣ୍ଟ୍ରୋଭର୍ସି ଦେଖା ଦେଇଥିଲା । କିନ୍ତୁ ପର ମୁହୂର୍ତ୍ତରେ ନୀରୁ ଦେଶପାଣ୍ଡେ ନାମକ ମହିଳାଙ୍କୁ ପାର୍ଲେ ଗାର୍ଲ ନାମରେ ନାମିତ କରାଗଲା ।

ନୀରୁ ଏ ନେଇ ପଚରାଯିବାରୁ ସେ କହିଥିଲେ ଯେ ସେ ଯେତେବେଳେ ସାଢେ ୪ ବର୍ଷର ଥିଲେ ତାଙ୍କ ବାପା ଏହି ଫଟୋ ଉଠାଇଥିଲେ । ସେତେବେଳେ ଯେ କେହିବି ଏହି ଫଟୋକୁ ଦେଖୁଥିଲେ ପ୍ରଶଂସା କରୁଥିଲେ । ଧିରେ ଧିରେ ଫଟୋଟି ଏତେ ପପୁଲାର ହୋଇଗଲା ଯେ ପାର୍ଲେ କମ୍ପାନୀର ଫିଚର ଫଟୋରେ ଫଟୋଟିକୁ ସ୍ଥାନ ଦିଆଯାଇଥିଲା । ବର୍ତ୍ତମାନ ସେହି ଛୋଟ ଝିଅଟି ଏବେ ୬୫ ବର୍ଷୀୟା ଜଣେ ମହିଳା ହୋଇଯାଇଛନ୍ତି ।

Leave a Reply

Your email address will not be published. Required fields are marked *